ଆଉ ଜଣଙ୍କୁ ଦଳି ଦେଲା ଦନ୍ତା- ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି

ଆଉ ଜଣଙ୍କୁ ଦଳି ଦେଲା ଦନ୍ତା- ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି

ଓଡିଶା ଜିଲ୍ଲା ପୁରୀ ବଡ ଖବର

#ଦନ୍ତା_ମୃତ୍ୟୁ_ସଂଖ୍ୟା_୫କୁ_ବୃଦ୍ଧି  ପିପିଲି : (ବିଜୟ କୁମାର ମହାପାତ୍ର) ପିପିଲିରେ ଦନ୍ତା ହାତୀ ଆତଙ୍କ । ପୁଣି ଜଣେ ଯୁବକଙ୍କୁ ଦଲି ଦେଲା ଦନ୍ତା । ଚନ୍ଦ୍ରାଦେଇ ପୁରର ମକରା ପଲେଇ ନାମକ ଯୁବକ ମୃତ । ପୁଣି ସହରମୁହାଁ ହାତୀ । ଯାଜପୁର ଦାନଗଦିରେ ନରହନ୍ତା ଦନ୍ତା ଆତଙ୍କ ଘଟଣା ମନରୁ ଲିଭି ନ ଥିବା ବେଳେ ପୁରୀ ଜିଲ୍ଲା ପିପିଲି ଓ ବଳଙ୍ଗା ଅଞ୍ଚଳରେ ଏହାର ପୁନରାବୃତ୍ତି ଘଟିଛି । ଏଠି ଗୋଟିଏ ଦିନରେ ୫ ଜଣଙ୍କ ଜୀବନ ନେଇଛି ଦନ୍ତା । ୫ ଜଣଙ୍କୁ ଗୁରୁତର କରିଛି ।

ହାତୀ ଭୟରେ ପିପିଲି ଏବଂ ବଳଙ୍ଗା ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଡାକବାଜି ଯନ୍ତ୍ର ସହାୟତାରେ ଲୋକଙ୍କୁ ସତର୍କ କରୁଛି ପ୍ରଶାସନ । ହାତୀକୁ ଘଉଡାଇବାକୁ ବନ ବିଭାଗ ଓ ପୋଲିସ ଉଦ୍ୟମ ଜାରି ରଖିଛନ୍ତି । ଆବଶ୍ୟକ ହେଲେ ହାତୀକୁ ଟ୍ରାଙ୍କୁଲାଇଜ୍ କରାଯିବ ବୋଲି କହିଛନ୍ତି ପୁରୀ ଜିଲ୍ଳାପାଳ ।

ପୁରୀ ଜିଲ୍ଳା ପିପିଲି ଏବଂ ବଳଙ୍ଗା ଥାନା ଅଞ୍ଚଳରେ ନରହନ୍ତା ଦନ୍ତା ଆତଙ୍କ। ହାତୀ ଆକ୍ରମଣରେ ଗୋଟିଏ ଦିନରେ ଯାଇଛି ୫ ଜୀବନ, ୫ ଗୁରୁତର । କେହି କିଛି ବୁଝିବା ଆଗରୁ ଗୋଟିଏ ପରେ ଗୋଟିଏ ଜୀବନ ନେଇ ଚାଲିଥିଲା ନରହନ୍ତା ଦନ୍ତା । ଗାଁ କୁ ଗାଁ ବୁଲିଥିଲା । ଭାର୍ଗବୀ ନଦୀ ପାର୍ ହୋଇ ଲୋକଙ୍କୁ ଆକ୍ରମଣ କରିଥିଲା ।

ମୃତକ ଗୋପିନାଥପୁର ଗାଁର ଯୁଗଳ କିଶୋର ଭଟ୍ଟ, ରାଜତଇ ଗାଁର ଚୈତନ ସାହୁ ଏବଂ ଚନ୍ଦ୍ରାଦେଇପୁରର ମକରା ସାହୁ । ଚନ୍ଦ୍ରାଦେଇପୁରୁ ପଞ୍ଚାୟତ ବେହେରା ସାହିର କାଳିଆ ବେହେରା, ଗୋପିନାଥପୁର ଗାଁ ବୁଦ୍ଧିବାମନ ପୃଷ୍ଟି, ହାଡିବନ୍ଧୁ ସାହୁ, ତେରହଳ ଗାଁର ଛବି ଦେଇ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଏଭଳି ଘଟଣାକୁ ନେଇ ଲୋକେ ଆତଙ୍କିତ ।

ଡାକବାଜି ଯନ୍ତ୍ର ସହାୟତାରେ ହାତୀ ରହିଥିବା ସ୍ଥାନର ଆଖପାଖ ଗାଁ ଲୋକଙ୍କୁ ସତର୍କ କରୁଛି ପ୍ରଶାସନ । ବନ କର୍ମଚାରୀ, ପୋଲିସ ହାତୀର ଗତିବିଧି ଉପରେ ନଜର ରଖିଛନ୍ତି । ଯେଉଁ ସ୍ଥାନରେ ହାତୀ ଉତ୍ପାତ କରିଛି ସେ ଆଖପାଖରେ ନା ଅଛି ଜଙ୍ଗଲ, ନା କେବେ ହାତୀ ଦେଖିବାକୁ ମିଳନ୍ତି । ତେବେ ଏ ଦନ୍ତା ଆସିଲା କେଉଁଠୁ ? ଶନିବାର ରାତିରେ ଦନ୍ତାଟି ଡେଲାଙ୍ଗରୁ ୧୫ ରୁ ୧୭ କିଲୋମିଟର ପାର୍ ହୋଇ ଭୋରୁ ପହଞ୍ଚି ଯାଇଥିଲା ବଳଙ୍ଗା ଥାନା ଗୋପିନାଥପୁର ଗାଁରେ ।

ଶୌଚ ହେବାକୁ ଯାଇଥିବା ଯୁଗଳ କିଶୋର ଭଟ୍ଟଙ୍କୁ ଦଳି ମାରିଥିଲା ଦନ୍ତା । ଏହାପରେ ଦନ୍ତାଟି ଚାଲିଯାଇଥିଲା ଚନ୍ଦ୍ରାଦେଇପୁର । ଚାଷ ଜମିରେ ଆକ୍ରମରି କଚାଡି ମାରିଥିଲା ମକରା ପଲାଇଙ୍କୁ । ଲୋକେ ଘଉଡାଇବାରୁ ହାତୀଟୁ ଚାଲିଆସିଥିଲା ପିପିଲା ସଂଅପୁର ରାଜତଇ ଗାଁକୁ । ଶୌଚ ହେବାକୁ ଯାଇଥିବା ଚୈତନ୍ୟ ସାହୁ ପଡିଯାଇଥିଲେ ହାତୀ ହାବୁଡରେ । ହାତୀଟି ଏଭଳି ଉତ୍ୟକ୍ତ ହୋଇପଡିଥିଲା ଯେ ଗାଁ ମଧ୍ୟକୁ ପଶି ଆତଙ୍କ ସୃଷ୍ଟି କରିଥିଲା । ହାତୀ ଘଉଡାଇବାକୁ ବିଶେଷଜ୍ଞଙ୍କ ସହାୟତା ନିଆଯିବ । ଆବଶ୍ୟକ ପଡିଲେ ହାତୀକୁ ଟ୍ରାଙ୍କୁଲାଇଜ୍ କରାଯିବ ବୋଲି ପୁରୀ ଜିଲ୍ଳାପାଳ କହିଛନ୍ତି । ଏହାସହ ପ୍ରତି ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରାଯାଇଛି ।

ଡେଲାଙ୍ଗ ବ୍ଲକ କୁଆପଦା ନିକଟ ଜଙ୍ଗଲରେ ମଧ୍ୟ ଦୁଇଟି ହାତୀ ଡେରା ପକାଇଛନ୍ତି । ସେମାନଙ୍କୁ ଘଉଡାଇବାକୁ ପ୍ରୟାସ ଜାରି ରଖିଛି ବନ ବିଭାଗ ।