କଦେଶରେ ଗୋଟିଏ ଦିନରେ ସଂକ୍ରମଣ ସଂଖ୍ୟା ୮, ୩୯୨

କଳାହାଣ୍ଡି ଜିଲ୍ଲାରେ ଆଉ ପାଞ୍ଚ ଜଣ ନୂଆ କରୋନା ରୋଗୀ ଚିହ୍ନଟ

ଓଡିଶା କଳାହାଣ୍ଡି ଜିଲ୍ଲା
#କଳାହାଣ୍ଡି_ଜିଲ୍ଲାରେ_ଆଉ_ପାଞ୍ଚ_ଜଣ_ନୂଆ_କରୋନା_ରୋଗୀ_ଚିହ୍ନଟ               ଭବାନୀପାଟଣା :  ( ରଜନୀ କାନ୍ତ ମୁନି ) ସାରା ଦେଶ ରେ କରୋନା ରୋଗୀଙ୍କ ସଂଖ୍ୟା  ବୃଦ୍ଧି ପାଇଥିବା ବେଳେ ଓଡିଶାରେ ମଧ୍ୟ ଏ ସଂଖ୍ୟା ବୃଦ୍ଧି ପାଉଛି l କିନ୍ତୁ ଗୋଟିଏ ଖୁସି ଖବର ଯେତେବି ସଂଖ୍ୟା ବଢୁଛି ବାହାର ରାଜ୍ୟ ରୁ ଆସୁଥିବା ପ୍ରବାସୀ ଓଡିଆ ଙ୍କ ମଧ୍ୟରୁ l ବର୍ତ୍ତମାନ କଳାହାଣ୍ଡି ଜିଲ୍ଲାରୁ ଆଉ ପାଞ୍ଚ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି l ସେମାନେ ଗୋଲାମୁଣ୍ଡା ବ୍ଲକର l ସେମାନେ ହୋମ କ୍ୱାରେଣ୍ଟାଇନରେ ନିଜ ଗ୍ରାମରେ ଥିଲେ l କରୋନା ଲକ୍ଷଣ ପ୍ରକାଶ ପାଇବାରୁ ୨୯ଜଣଙ୍କ  ସ୍ବାବ ଟେଷ୍ଟ କରାଯାଇଥିଲା l ଟେଷ୍ଟରେ ୫ ଜଣଙ୍କ  ପଜିଟିଭ ଆସିବାରୁ ସେମାନଙ୍କୁ ଭବାନୀପାଟଣା କୋଭିଡ ହସ୍ପିଟାଲକୁ  ସ୍ଥାନାନ୍ତର  କରାଯାଇଥିଵା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି l ବର୍ତ୍ତମାନ ମୋଟ ୧୮ ଜଣ କରୋନା ରୋଗୀ ଜିଲ୍ଲାରେ ଚିକିତ୍ସାରତ ଅଛନ୍ତି l ସେମାନଙ୍କୁ ଗତ ୧୭ତାରିଖରୁ ସାମୁହିକ କ୍ୱାରେଣ୍ଟlଇନରେ ରଖାଯାଇଥିଲା l ଗତ ୨୮ତାରିଖରେ ନୂତନ ନିୟମlବଳି ଅନୁଯାୟୀ ଡିସ୍ଚାର୍ଜ କରାଯାଇ ହୋମ କ୍ୱାରେଣ୍ଟାଇନରେ ରଖାଯାଇଥିଲା l