ଚୀନ ପ୍ରତି ବିଶ୍ବ ସମୁଦାୟର କ୍ରୋଧ ବଢୁଛି

ଚୀନ ପ୍ରତି ବିଶ୍ବ ସମୁଦାୟର କ୍ରୋଧ ବଢୁଛି

ଦେଶ -ବିଦେଶ ବଡ ଖବର

#ଚୀନ_ପ୍ରତି_ବିଶ୍ବ_ସମୁଦାୟର_କ୍ରୋଧ_ବଢୁଛି         ନୂଆଦିଲ୍ଲୀ :    ଯାହା ଆଶା କରାଯାଉଥିଲା ଠିକ୍ ସେଇଆ ହୋଇଛି । ଭାରତର ଚୀନ ସହିତ ସୀମାବିବାଦକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟସ୍ଥତା ପ୍ରସ୍ତାବକୁ ଚୀନ ଖାରଜ କରିଛି । ପ୍ରକୃତରେ ଯଦି ଟ୍ରମ୍ପ ଭାରତ ସହିତ ଛିଡା ହେବାକୁ ଚାହୁଁଥିଲେ ତେବେ ସେ ମଧ୍ୟସ୍ଥତାର ପ୍ରସ୍ତାବ ଦେବା ପରିବର୍ତ୍ତେ ଚୀନକୁ ଚେତାବନୀ ଦେବା ଉଚିତ ଥିଲା । ଜଣାନାହିଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଭଳି କରିବା ପରିବର୍ତ୍ତେ କାହିଁକି ମନ୍ତବ୍ୟ ଦେଲେ ଯେ, ଭାରତର ପ୍ରଧାନମନ୍ତ୍ରୀ ସୀମା ବିବାଦ ଉପରେ ତାଙ୍କ ସହ ଆଲୋ ଚନା କରିଥିଲେ ବୋଲି ? ପ୍ରକୃତରେ ଏଭଳି ଭିତ୍ତିହିନ ମନ୍ତବ୍ୟ ଦେଇ ଡୋନାଲ୍ଡ ଟ୍ରମ୍ପ କଣ ସାବ୍ୟସ୍ତ କରିବାକୁ ଚାହୁଁଛନ୍ତି ? ଆମେରିକା ରାଷ୍ଟ୍ରପତିଙ୍କ ଭଳି ଚୀନର ନେତୃତ୍ୱର ଉଦ୍ଦେଶ୍ୟକୁ ମଧ୍ୟ ଆକଳନ କରିବା ମୁସ୍କିଲ୍ । ଅବଶ୍ୟ ଚୀନ ମଧ୍ୟ ଟ୍ରମ୍ପଙ୍କ ମଧ୍ୟସ୍ଥତା ପ୍ରସ୍ତାବକୁ ଖାରଜ କରି ଏହା କହିଛି ଯେ, ସେ ଭାରତ ସହିତ ବିବାଦକୁ ସମାଧାନ କରିବାରେ ସକ୍ଷମ କିନ୍ତୁ ଯଦି ବାସ୍ତବରେ ତାର ଉଦ୍ଦେଶ୍ୟ ଏଇଆ ତେବେ ତାର ସେନା ଭାରତୀୟ ସୀମାନ୍ତରେ କାହିଁକି ବିବାଦୀୟ ପରିସ୍ଥିତି ସୃଷ୍ଟି କରୁଛନ୍ତି ? ମନେ ହେଉଛି ଯେ, ଚୀନ ଏହା ବୁଝିବାକୁ ପ୍ରସ୍ତୁତ ନାହିଁ ଯେ, ତାର ମାଟିରୁ ସୃଷ୍ଟି ହୋଇଥିବା କରୋ ନା ଭାଇରସ୍ ସମଗ୍ର ବିଶ୍ୱକୁ କବଳିତ କରିବା ସହିତ ଧ୍ୱଂସ ଆଡକୁ ଟାଣିନେଉଛି । ଯାହାଦ୍ୱାରା ଚୀନ ପ୍ରତି ସମଗ୍ର ବିଶ୍ୱରେ କ୍ରୋଧ ଭାବ ବୃଦ୍ଧି ପାଉଛି । ବିଶ୍ୱର ଏହି କ୍ରୋଧ ତା ପାଇଁ ନିଶ୍ଚିତରୂପେ ଏକ ବଡ ସମସ୍ୟା ସୃଷ୍ଟି କରିବ । ଯେତେବେଳେ ଚୀନ ନିଜର ଛବିକୁ ସୁଧାରିବାର ଚିନ୍ତା କରିବା କଥା ସେତେବେଳେ ପଡୋଶୀ ରାଷ୍ଟ୍ରକୁ ହଇରାଣ କରିବା ଓ ଦାଦାଗିରି ଦେଖାଇବାରେ ବ୍ୟସ୍ତ ରହୁଛି । ଚୀନକୁ ତାର ମୂଲ୍ୟ ଦେବାକୁ ହେବ । ଯଦି ଚୀନ ଏହା ମନେ କରୁଛି ଯେ, ସେ ଉଗ୍ରତା ପ୍ରଦର୍ଶନ କରି ତା କଥାକୁ ଗ୍ରହଣ କରିବା ପାଇଁ ବାଧ୍ୟ କରିବ ତେବେ ଆଜିର ଯୁଗରେ ଏଭଳି ହେବା ସମ୍ଭବ ନୁହେଁ । ଯଦିଓ ସେ ବିଶ୍ୱର ମହାଶକ୍ତି ହେବା ପାଇଁ ଆତୁର ହୋଇଉଠିଛି । କିନ୍ତୁ ସତ ହେଉଛି ଯେ, ତାର ଅଧିକାଂଶ ପଡୋଶୀ ରାଷ୍ଟ୍ର ତାକୁ ଆଞ୍ଚଳିକ ଓ ବିଶ୍ୱଶାନ୍ତି ନିମନ୍ତେ ବିପଦ ବୋଲି ମନେ କରୁଛନ୍ତି । ସେ କେବଳ ଦକ୍ଷିଣଚୀନ ସାଗର ସହିତ ରାଷ୍ଟ୍ରକୁ ଧମକ ଦେଉନାହିଁ ବରଂ ତାଇୱାନକୁ ମଧ୍ୟ ଆଖି ଦେଖାଉଛି । ଏବେ ସେ ହଂକଂ ଉପରେ ମଧ୍ୟ ତାର ସ୍ୱେଚ୍ଛାଚାରରେ ପୂର୍ଣ୍ଣ ଆଇନ୍ ଲାଗୁ କରିବା ନିମନ୍ତେ ଜୋରଜବରଦସ୍ତ ଉଦ୍ୟମ କରୁଛି । ଏହାର ଫଳସ୍ୱରୂପ ସେ କେବଳ ସମଗ୍ର ବିଶ୍ୱରେ ବଦନାମ ହେବ ନାହିଁ ବରଂ ତାଠାରୁ ଦୂରଉଥିବା ରାଷ୍ଟ୍ରର ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ । ଏଭଳି ଦେଶରେ ଭାରତର ଗଣତି ହେବା ସ୍ୱାଭାବିକ । ଚୀନ ତାର ଭାରତ ବିରୋଧୀ ପଦକ୍ଷେପ ଦ୍ୱାରା ଭାରତୀୟମାନଙ୍କ ମନ ମସ୍ତିସ୍କରେ ନିଜ ପାଇଁ ଅବିଶ୍ୱାସ ଭରିବାର କାମ କରୁଛି । ଯଦି ଚୀନ ଏସିଆର ଏକମାତ୍ର ଶକ୍ତି ହେବା ନିମନ୍ତେ ନିଶାରେ ରହି ମନଇଚ୍ଛା କାମ କରୁଥାଏ ତାହେଲେ ଭାରତ ନିକଟରେ ଏହା ବ୍ୟତୀତ ଅ ।ଉ କୌଣସି ଉପାୟ ନାହିଁ ଯେ, ସେ ତାଠାରୁ ଦୂରେଇବାର ନିର୍ଦ୍ଦିଷ୍ଟ ପଦକ୍ଷେପ ଗ୍ରହଣ କରୁ । ଏହି ପଦକ୍ଷେପ ଉଠିବା ଉଚିତ ଯେ ପର୍ଯ୍ୟନ୍ତ ଚୀନର ନେତୃତ୍ୱ ଏହା ବୁଝିବାକୁ ପ୍ରସ୍ତୁତ ନାହାନ୍ତି ଯେ, ଏକ ଗଣତାନ୍ତ୍ରିକ ଓ ଦାୟିତ୍ୱବାନ
ଚୀନ ସହାୟକ ହୋଇପାରେ, ଏକଜିଦିଆ, ଅବିଶ୍ୱସନୀୟ ଓ ସେଚ୍ଛାଚାରୀ ଚୀନ ସହିତ ନୁହେଁ ।