ରାସନ କାର୍ଡ ନଥିବା ମହିଳା ଶ୍ରମିକଙ୍କୁ ସହାୟତା ପାଇଁ ଦାବି

ରାସନ କାର୍ଡ ନଥିବା ମହିଳା ଶ୍ରମିକଙ୍କୁ ସହାୟତା ପାଇଁ ଦାବି

ଓଡିଶା କେନ୍ଦ୍ରାପଡା ଜିଲ୍ଲା ବଡ ଖବର

#ରାସନ_କାର୍ଡ_ନଥିବା_ମହିଳା_ଶ୍ରମିକଙ୍କୁ_ସହାୟତା_ପାଇଁ_ଦାବି         କେନ୍ଦ୍ରାପଡା  :   କେନ୍ଦ୍ରାପଡା ପୈାରାଂଚଳ ଅଧିନ ୨୧ ନଂ ୱାର୍ଡରେ ରହୁଥିବା ମହିଳା ଶ୍ରମିକ ମାନଙ୍କୁ କୈାଣସି ଖାଦ୍ୟ ସାମଗ୍ରୀ ମିଳୁ ନଥିବା ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ ଏହି ମହିଳା ଶ୍ରମିକ ମାନଙ୍କର ରାସନ କାର୍ଡ ନଥିବାରୁ କୈାଣସି ରାସନ
ସାମଗ୍ରୀ ମିଳୁନାହିଁ କରୋନା କଟକଣାରେ କାର୍ଡଧାରୀ ମାନଙ୍କୁ ସମସ୍ତ ସହଯୋଗ ମିଳୁଥିବା ବେଳେ କାର୍ଡ ନଥିବା ଓ କାମଧନ୍ଦା ନଥିବା ଏହି ଲୋକମାନଙ୍କ ଅବସ୍ଥା ଶୋଚନୀୟ ହୋଇପଡିଛି । ଏମାନଙ୍କୁ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ଇନ୍ଦୁ ସାହାଣୀ, କୁନି ଦାସ, ମିଟି ଦାସ, ଜରିନା ବିବି, ଲକି ଦାସ ପ୍ରମୁଖ ଜିଲ୍ଲାପାଳ, ଯୋଗାଣ ଅଧିକାରୀ ଓ ପୈାର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଭେଟି ଦାବି ଜଣାଇଥିଲେ ।