ଗୋଳନ୍ଥରା ଥାନା ପୋଲିସ ଦ୍ୱାରା ରନ୍ଧା ଖାଦ୍ୟ ଓ ମାସ୍କ ବଣ୍ଟନ

ଗୋଳନ୍ଥରା ଥାନା ପୋଲିସ ଦ୍ୱାରା ରନ୍ଧା ଖାଦ୍ୟ ଓ ମାସ୍କ ବଣ୍ଟନ

ଓଡିଶା ଗଞ୍ଜାମ ଜିଲ୍ଲା
 #ରନ୍ଧା_ଖାଦ୍ୟ_ଓ_ମାସ୍କ_ବଣ୍ଟନ        ବ୍ରହ୍ମପୁର  : ଵ୍ରହ୍ମପୁର ଏସ.ପି ଶ୍ରୀ ପିନାକ ମିଶ୍ରଙ୍କ ନିର୍ଦ୍ଧେଶ କ୍ରମେ ସଦର ଏସ.ଡି.ପି.ଓ ଶ୍ରୀ ଜୟନ୍ତ ମହାପାତ୍ରଙ୍କ ପ୍ରତକ୍ଷ ତତ୍ତ୍ୱାବଧାନରେ ଗୋଳନ୍ଥରା ଥାନା ଅଧିକାରୀ ଶ୍ରୀ ବାବୁଲି ନାୟକ ଗୋଳନ୍ଥରା ଥାନା ଅନ୍ତର୍ଗତ କଣ୍ଟିଆ ଗ୍ରାମରେ ଲୋକଙ୍କୁ କରୋନା ରୋଗର ଭୟାବହତା ଉପରେ ଚେତେଇବା ସହ ପ୍ରାୟ ୫୦୦ ଲୋକଙ୍କ ପାଇଁ ରନ୍ଧା ଖାଦ୍ୟର ବ୍ୟବସ୍ଥା କରିବା ସହ ମାସ୍କ ବଣ୍ଟନ କରିଥିଲେ । ଗରିବ ମହିଳା ଏବଂ ଯୁବକଙ୍କ ସହ ବୃଦ୍ଧ ଲୋକଙ୍କୁ ମାସ୍କ ବଣ୍ଟନ କରିଥିଲେ । ଉକ୍ତ ଗ୍ରାମର ଲୋକଙ୍କୁ ଲକ ଡାଉନ ସମୟରେ ଘରୁ ନ ବାହାରିବା ପାଇଁ କହିବା ସହ ସବୁବେଳେ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ଅନୁରୋଧ କରିଥିଲେ । ଘରର ବୃଦ୍ଧ ଲୋକଙ୍କ ଉପରେ ନଜର ରଖିବା ସହ ଅଧିକ ଯତ୍ନ ନେବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ ।