ବରିଷ୍ଠ ନାଗରିକଙ୍କ ପାଇଁ କିଛି ସୁବିଧା ସମ୍ପର୍କିତ ସ୍ମାରକ ପତ୍ର ପ୍ରଦାନ

ବରିଷ୍ଠ ନାଗରିକଙ୍କ ପାଇଁ କିଛି ସୁବିଧା ସମ୍ପର୍କିତ ସ୍ମାରକ ପତ୍ର ପ୍ରଦାନ

ଓଡିଶା ଗଞ୍ଜାମ ଜିଲ୍ଲା
#ବରିଷ୍ଠ_ନାଗରିକଙ୍କ_ପାଇଁ_କିଛି_ସୁବିଧା_ସମ୍ପର୍କିତ_ସ୍ମାରକ_ପତ୍ର_ପ୍ରଦାନ            ବ୍ରହ୍ମପୁର  : କରୋନା ଭଳି ମହାମାରୀ ଏବେ ଆତଙ୍କ ଦେଖାଇଥିବା ବେଳେ ଏହା ବରିଷ୍ଠ ନାଗରିକ ମାନଙ୍କ ପାଇଁ ମୁଖ୍ୟ ସମସ୍ୟା ସୃଷ୍ଟି କରିଛି । କିଛି ବରିଷ୍ଠ ନାଗରିକ ଘରେ ଏକାକୀ ରହୁଥିବା ବେଳେ ବଜାର କରିବା ପାଇଁ ନିୟମ ଅନୁସାରେ ସକାଳେ ବଜାରକୁ ଚାଲି ଚାଲି ଯାଉଛନ୍ତି । ରାସ୍ତାରେ କିମ୍ବା ଘରେ ସେମାନଙ୍କ ଅସୁବିଧା ହେଲେ ସେମାନଙ୍କ ପାଇଁ କିଛି ସୁବିଧା ଏବଂ ବ୍ୟବସ୍ଥା କରିବା ସହ ଗୋଟିଏ ଲେଖାଏଁ ପରିଚୟ ପତ୍ର  ଚିହ୍ନଟ କରି ଦିଆଯାଉ ବୋଲି ଏକ ସ୍ମାରକ ପତ୍ର ଵ୍ରହ୍ମପୁର ଏସ.ପିଙ୍କୁ ପ୍ରଦାନ କରାଯାଇଛି । କିଛି ବରିଷ୍ଠ ନାଗରିକ ପରିଚୟ ପତ୍ର ପାଇଥିବା ବେଳେ ଅନେକ ଅପେକ୍ଷାରେ ଅଛନ୍ତି । ଏହାକୁ ନେଇ ଆଜି  ଵ୍ରହ୍ମପୁର ହସ କ୍ଳବ ସଭାପତି ଲଳିତ ମୋହନ ଏବଂ ସମ୍ପାଦକ ନବୀନ ପଟ୍ଟନାୟକ ଵ୍ରହ୍ମପୁର ଏସ.ପି ଶ୍ରୀ ପିନାକ ମିଶ୍ରଙ୍କୁ ଉକ୍ତ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।