୮ ପ୍ରସ୍ତାବକୁ କ୍ୟାବିନେଟ ମୋହର

କରୋନା ପାଇଁ ଚାରି ଅଧିକାରୀଙ୍କୁ ସ୍ବତନ୍ତ୍ର ଦାୟିତ୍ୱ

ଓଡିଶା ବଡ ଖବର

#ଚାରି_ଅଧିକାରୀଙ୍କୁ_ସ୍ବତନ୍ତ୍ର_ଦାୟିତ୍ୱ      ଭୁବନେଶ୍ୱର :  ଚାରିଜଣ ଆଇଏଏସ ଅଫିସରଙ୍କୁ ନିଜ ଦାୟିତ୍ୱ ସହ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବିଶେଷ କାର୍ଯ୍ୟାଧିକାରୀ(ଓଏସଡି) ଭାବରେ ନିଯୁକ୍ତି ଦିଆଯାଇଛି । ଏ ସମ୍ପର୍କରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରୁ ଜଣାପଡ଼ିଛି । ଏହି ବିଜ୍ଞପ୍ତି ଅନୁଯାୟୀ ଓମଫେଡର ଚିଫ ଜେନେରାଲ ମ୍ୟାନେଜର ତଥା ହକି ପ୍ରମୋଶନ କାଉନସିଲର ସିଇଓ ଶ୍ରୀ ସୋମେସ କୁମାର ଉପାଧ୍ୟାୟଙ୍କୁ ଅତିରିକ୍ତ ଦାୟିତ୍ୱରେ ରଖାଯାଇଥିଲାବେଳେ ରାଜ୍ୟ ଖଣି ନିଗମର କାର୍ଯ୍ୟକାରୀ ନିର୍ଦ୍ଦେଶକ ଏବଂ ଓଏମଇସିଏଲର ଇଡି ପି. ଅନ୍ୱେଷା ରେଡ୍ଡୀଙ୍କୁ ଉପରୋକ୍ତ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସେହିପରି ଗ୍ରୀଡକୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପାଟିଲ ଆଶିଷ କିଶୋରଙ୍କୁ ଏବଂ ଓକାକର ଓଏସଡି ଦିବାକର ଟିଏସଙ୍କୁ ଉପରୋକ୍ତ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ସେମାନେ ଏହି ଅତିରିକ୍ତ ଦାୟିତ୍ୱରେ ରହିବେ ବୋଲି ସମ୍ପୃକ୍ତ ବିଜ୍ଞପ୍ତିରେ କୁହାଯାଇଛି