ଝୁମ୍ପୁରୀ ବଜାରରେ ଦୋକାନ ସିଲ୍ କଲା ପ୍ରଶାସନ

ଝୁମ୍ପୁରୀ ବଜାରରେ ଦୋକାନ ସିଲ୍ କଲା ପ୍ରଶାସନ

ଓଡିଶା ଜିଲ୍ଲା ଯାଜପୁର

#ଦୋକାନ_ସିଲ୍_କଲା_ପ୍ରଶାସନ         ଯାଜପୁର : ( ବିଶ୍ବଜିତ ରଣା ) ଦଶରଥପୁର ବ୍ଲକ ଝୁମ୍ଫୁରୀ ବଜାରଠାରେ ଦୁଇଟି ଦୋକାନକୁ ଜିଲ୍ଲାଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ଓ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳଙ୍କ ନିର୍ଦ୍ଧେଶରେ ସିଲ୍ କରି ଦିଆଯାଇଛି । ଶନିବାର ପୂର୍ବାହ୍ନରେ ଉଭୟ ଅଧିକାରୀ ଝୁମ୍ଫୁରୀ ବଜାରର ବିଭିନ୍ନ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନରେ ସାମାଜିକ ଦ୍ୱରତାକୁ ଅନୁଧ୍ୟାନ କରିବା ସମୟରେ ଲୁଗାଦୋକାନ କରିଥିବା ସଞ୍ଜୟ ସାହୁଙ୍କର ଦୋକାନଟି ଖୋଲାଥିବା
ଦେଖିଥିଲେ ।

ସେହିପରି କିଛିଲୋକ ଚା’ ପିଉଥିବା ଦେଖି ଅଧିକାରୀମାନେ ଚା’ ଦୋକାନ ଖୋଲୁଥିବା ସମ୍ପର୍କରେ ଲୋକମାନଙ୍କୁ ପଚାରିଥିଲେ ମଧ୍ୟ ସେମାନେ ସଠିକ
ଉତ୍ତର ଦେଇ ନଥିଲେ । ଅଧିକାରୀ ମାନଙ୍କ ସନ୍ଦେହ ହେବାରୁ ସେହି ବସ୍ତ୍ରାଳୟ ସମ୍ମୁଖର ଏକ କ୍ୟାବିନକୁ ଖୋଲିବା ପରେ ସେଠାରେ ଚା’ ଦୋକାନ କରିଥିବା ମହେଶ୍ୱର ସାହୁଙ୍କୁ ଧରିଥିଲେ । ସେଠାରୁ ଗରମ ପାଣି କେଟ୍ଲି ଓ ନଗଦରେ ଚା’ କରିଥିବାର ପ୍ରମାଣ ମିଳିବା ପରେ ମହେଶ୍ୱରଙ୍କୁ ଫାଣ୍ଡିରେ ଅଟକ ରଖାଯିବା ସହ ଦୁଇଟିଯାକ ଦୋକାନକୁ ସିଲ୍ କରାଯାଇଥିଲା । ଉଭୟ ଦୋକାନୀଙ୍କ ନାମରେ ମାମଲାରୁଜୁ କରିବାକୁ ତହସିଲଦାର ଓ ବି.ଡି.ଓଙ୍କୁ ନିର୍ଦ୍ଧେଶ ଦିଆଯାଇଛି । ପରେ ଉଭୟ ଅଧିକାରୀ କାଟିଆ, ମଙ୍ଗଳପୁର ଇତ୍ୟାଦି ଅଂଚଳ ବୁଲି ବାଇକ୍ରେ ଅଯଥାରେ ବୁଲୁଥିବା ଅମାନିଆଙ୍କୁ ଧରି ଫାଇନ ଆଦାୟ କରିଥିଲେ । ସାମାଜିକ ଦୂରତା ଓ ମାସ୍କ ଲଗାଇବାକୁ ସମସ୍ତଙ୍କୁ ସଚେତନ କରାଇବା ସହ ଯେଉଁ ଗ୍ରାହକମାନେ ମାସ୍କ ଲଗାଉନାହାଁନ୍ତି ସେମାନଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ପ୍ରଦାନ ନ କରିବୁ ଦୋକାନୀମାନଙ୍କୁ ନିର୍ଦ୍ଧେଶ ଦେଇଥିଲେ ।

ପୂର୍ବରୁ ମଧ୍ୟ ସୁନ୍ଦରୀମୁହଁ, ରାମବାଗ ଅଂଚଳରେ ଅନୁରୂପ ଭାବେ ଧରପଗଡ଼ କରାଯିବା ସହ ଅମାନିଆଙ୍କୁ ସାବାଡ଼ ଓ ଲୋକମାନଙ୍କୁ କରୋନା ସଂପର୍କରେ ସଚେତନ କରାଯାଇଥିଲା । ଏହି ଅନୁଧ୍ୟାନ ସମୟରେ ଦଶରଥପୁର ବିଡିଓ ନାରାୟଣ ଚନ୍ଦ୍ର ନାୟକ, ଦଶରଥପୁର ତହସିଲଦାର ସୌଭାଗ୍ୟ ବେହେରା, ମଙ୍ଗଳପୁର ଥାନା ଆଇ. ଆଇ.ସି ଅସିତ ରଂଜନ ମହାନ୍ତି, ଅତିରିକ୍ତ ତହସିଲ୍ଦାର କୈଳାଶ ଚନ୍ଦ୍ର ମଲ୍ଲିକ,ଜିଲ୍ଲା ପଂଚାୟତ ଅଧିକାରୀ ଅଶୋକ କୁମାର ସେଠୀ ପ୍ରମୁଖ ଏଥିରେ ସାମିଲ ଥିଲେ ।