ସାନିଟାଇଜେସନ କରିବା ସହ ମାଗଣାରେ ସାନିଟାଇଜର ଓ ମାସ୍କ ବାଣ୍ଟିଲେ ପ୍ରବୀର

ସାନିଟାଇଜେସନ କରିବା ସହ ମାଗଣାରେ ସାନିଟାଇଜର ଓ ମାସ୍କ ବାଣ୍ଟିଲେ ପ୍ରବୀର

ଓଡିଶା ଜିଲ୍ଲା ପୁରୀ ବଡ ଖବର
 #ମାଗଣାରେ_ସାନିଟାଇଜର_ଓ_ମାସ୍କ_ବାଣ୍ଟିଲେ        ପିପିଲି  : (ବିଜୟ କୁମାର ମହାପାତ୍ର) ମହାମାରୀ କରୋନା ଭୁତାଣୁ ସଂକ୍ରମିତ ହୋଇ ସାରା ବିଶ୍ୱକୁ ଆତଙ୍କିତ କରୁଥିବା ବେଳେ ରାଜ୍ୟ ଓ କେନ୍ଦ୍ର ସରକାର ସବୁଆଡେ ଲକ୍ ଡାଉନ ଘୋଷଣା କରିଛନ୍ତି । ଏହି ସମୟରେ ବାହାରକୁ ନ ବାହାରି ଘରେ ରହିବା, ବାରମ୍ବାର ସାବୁନ କିମ୍ବା ସାନିଟାଇଜର ରେ ହାତ ଧୋଇବା ,ସାମାଜିକ ଦୁରତ୍ୱ ରକ୍ଷା କରି ସଂକ୍ରମଣ ରୁ ଦୁରରେ ରହିବା ପାଇଁ ରାଜ୍ୟ ସରକାର ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି । ଅତ୍ୟାବଶ୍ୟକ ସାମଗ୍ରୀ ତଥା ମେଡିସିନ୍‌ଷ୍ଟୋର, ଦୁଗ୍ଧ ପାଉରୁଟି ଷ୍ଟଲ, ଗ୍ରୋସରୀ ସାମଗ୍ରୀ, ଫଳ ଓ ପନିପରିବା ଦୋକାନ ଗୁଡିକ ଖୋଲା ରଖିବା ପାଇଁ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି  ।  ଜରୁରୀ ସାମଗ୍ରୀ ଦୋକାନ ଗୁଡିକୁ ଲୋକ ମାନେ ଯିବା ଅସିବା କରୁଥିବାରୁ ସାନିଟାଇଜେସନର  ଆବଶ୍ୟକତାକୁ ଲକ୍ଷକରି ଆଗକୁ ବାହାରି ଆସିଛନ୍ତି ପିପିଲିର ଜଣେ ଜଣାଶୁଣା ବ୍ୟବସାୟୀ ପ୍ରବୀର ହାଲଦାର ।ପିପିଲି ବଜାର ଓ ତାର ଆଖପାଖରେ କରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ ଗତ ତିନି ଦିନ ଧରି ଲଗାତାର ଭାବେ ନିଜେ କାନ୍ଧରେ ୩୦ ଲିଟର ସାନିଟାଇଜର ଧରି ପିପିଲି ବଜାରରେ ଖୋଲା ଥିବା ବିଭିନ୍ନ ଦୋକାନ ଗୁଡିକରେ ସାନିଟାଇଜେସନ କରୁଛନ୍ତି । ନିଜେ ଆଗ୍ରହର ସହ ପିପିଲି ହାଟଛକ ,ଡେଲାଙ୍ଗ ଛକ,ନିମାପଡା ଛକ, ପଣ୍ଡାବଜାର,ପିପିଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆଦି ଛକରେ ଖୋଲା ଥିବା ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ମାନଙ୍କରେ  ସାନିଟାଇଜେସନ କରିଥିବା ଜଣାପଡିଛି  । ଏଥିସହ ଯେଉଁ ବ୍ୟକ୍ତି ମୁହଁରେ ମାସ୍କ ପିନ୍ଧି ନ ଥିବାର ଦେଖୁଛନ୍ତି  ତାଙ୍କୁ ମାସ୍କ ପିନ୍ଧିବା ଆଉ ବାହାରେ ବେଶି ସମୟ ନରହି ଘରେ ରହିବା ପାଇଁ ଅନୁରୋଧ କରୁଥିବା ସହ ମାଗଣାରେ ସାନିଟାଇଜର ଓ ମାସ୍କ ପ୍ରଦାନ କରିଛନ୍ତି । ଏହିଭଳି  ଜନସେବା କାର୍ଯ୍ୟ ପାଇଁ ଅଂଚଳରେ ପ୍ରବୀରଙ୍କୁ ବହୁ ପ୍ରଶଂସା କରାଯାଇଛି  ।