ଆଶା ଓ ଅଙ୍ଗନବାଡି କର୍ମୀଙ୍କ ଗୃହ ସର୍ବେକ୍ଷଣ

ଆଶା ଓ ଅଙ୍ଗନବାଡି କର୍ମୀଙ୍କ ଗୃହ ସର୍ବେକ୍ଷଣ

ଓଡିଶା କେନ୍ଦ୍ରାପଡା ଜିଲ୍ଲା

#ଆଶା_ଓ_ଅଙ୍ଗନବାଡି_କର୍ମୀଙ୍କ_ଗୃହ_ସର୍ବେକ୍ଷଣ               କେନ୍ଦ୍ରାପଡା : କେନ୍ଦ୍ରାପଡା ପୈାରାଂଚଳର ସମସ୍ତ ୱାର୍ଡରେ ଏକ ୭ଜଣିଆ ଟିମ୍ ଘରଘର ବୁଲି କରୋନାର ସ୍ଥିତି ଓ ସ୍ୱାସ୍ଥ୍ୟ ସଂପର୍କରେ ଅନୁଧ୍ୟାନ କରୁଥିବା ଜଣା ପଡିଛି । ଏହି ଟିମ୍ରେ ସ୍ୱାସ୍ଥ୍ୟ କର୍ମୀ, ଆଶା କର୍ମୀ, ଅଙ୍ଗନବାଡି କର୍ମୀ, ପୈାରସଂସ୍ଥା ସ୍ୱଚ୍ଛ ସାଥୀ, ୱାର୍ଡ ଅଧିକାରୀ, ଏ ଏଲ ଏଫ୍ ର ସଭାପତି ଓ ସଂପାଦକ , ଏଏନଏମ ପ୍ରମୁଖ ରହିଛନ୍ତି । କୋଭୀଡ-୧୯ର ସରକାର ନିୟମ ଅନୁଯାୟୀ ଥଣ୍ଡା, କାଶ, ଜ୍ୱର ସହିତ ଝାଡା, ମ୍ୟାଲେରିଆ, ଟିବି ପ୍ରଭୃତି ରୋଗ ସଂପର୍କରେ ଘରଘର ବୁଲି ପଚାରି ବୁଝି ରିପୋର୍ଟ ପ୍ରଦାନ କରିବେ ବୋଲି ଜଣା ପଡିଛି । ଏହି କାର୍ଯ୍ୟ ବିଭିନ୍ନ ୱାର୍ଡରେ ଗତ ୭ ତାରିଖରେ ଆରମ୍ଭ ହୋଇଥିବା ଜଣା ପଡିଛି ।