ଗଣମାଧ୍ୟମ ପ୍ରତିନିଧିଙ୍କ ଦୁଃଖ ବୁଝିବ କିଏ ?

ଗଣମାଧ୍ୟମ ପ୍ରତିନିଧିଙ୍କ ଦୁଃଖ ବୁଝିବ କିଏ ?

ଓଡିଶା ରାୟଗଡା

#ଗଣମାଧ୍ୟମ_ପ୍ରତିନିଧିଙ୍କ_ଦୁଃଖ_ବୁଝିବ_କିଏ         ରାୟଗଡ଼ା    :  ( ଗୁରୁ ପ୍ରସାଦ ସାହୁ ) ସାରା ଓଡିଶା  କରୋନା ମହାମାରୀ ରେ ଆକ୍ରାନ୍ତ। ଏହି ଭୟଙ୍କର ରୋଗ  ଅନ୍ତ ହେବାର ନା ଧରୁନି, ଦିନକୁ ଦିନ ବଢି ଚାଲିଛି। ସରକାର ଏହି କରୋନା ରୋଗ ସହ ଲଢ଼ି ଦେବାଳିଆ ଅବସ୍ଥା ରେ ଗତି କରୁଛନ୍ତି।  ରାଜ୍ୟ ସରକାର ନୂତନ ନିଯୁକ୍ତି କୁ ୨ ବର୍ଷ ପାଇଁ ସ୍ଥଗିତ ରଖିଛନ୍ତି  ।ରାଜ୍ୟ  ସରକାର ବିଭିନ୍ନ ନିୟମ ପ୍ରଣୟନ କରିଛନ୍ତି, ଚକ ଅଖ ବନ୍ଦ, ଲକ ଡାଉନ କରି ରଖିଛନ୍ତି ସାରା ରାଜ୍ୟକୁ। ଓଡିଶାର  ଅନେକ ଜନସାଧାରଣ  କାମ ଧନ୍ଦା ନ ଥିବା ଯୋଗୁଁ ଦୁଇ ଓଳି ଖାଇବା କୁ ମଧ୍ୟ କଷ୍ଟ ସାଧ୍ୟ ହୋଇ ପଡିଛି। ସରକାର ଜନସାଧାରଣଙ୍କ ବଞ୍ଚିବା ପାଇଁ ରାସନ ଯୋଗାଇ ଦେଉଥିବା ଦେଖିବାକୁ ମିକିଛି। ଆଜି ଏହି ପ୍ରସଙ୍ଗ ର ମୂଳ ଅର୍ଥ ଆଜିକା ଦିନରେ ସରକାରୀ ଚାକିରିଆ ଙ୍କ ମାସିକ ଦରମା ଆସୁଛି,ହଜାର ହଜାର ଶିକ୍ଷକ ଘରେ ବସି ବିନା ଶିକ୍ଷା ଦାନରେ ମାସିକ ହଜାର ହଜାର ଟଙ୍କା ବେତନ ପାଇ ରାଜକୀୟ ଢଙ୍ଗରେ ବଞ୍ଚୁଛନ୍ତି, ନେତା ମନ୍ତ୍ରୀଙ୍କୁ ମଧ୍ୟ ଦରମା ମିଳୁଛି, ନେତା ଓ ମନ୍ତ୍ରୀ  ହେଉଛନ୍ତି ଲୋକ ପ୍ରତିନିଧି, ଜନତାଙ୍କ ସୁଖ ଦୁଃଖର ସାଥୀ ବୋଲି ଲୋକେ ଏହି ନେତା ଓ ମନ୍ତ୍ରୀଙ୍କୁ ଚୟନ କରିଥାନ୍ତି, କିନ୍ତୁ ଏହି ବାବୁ ମାନେ ନିଜ ଜୀବନ ର ସୁରକ୍ଷା ଦେବା ସହ ଘରେ ବସି ମାସିକ ଦରମା ନେଇ ବିଳାସ ର ଜୀବନ ବିତାଉଛନ୍ତି। ଏମାନଙ୍କ ମୁଳ ଲକ୍ଷ ଓ ଉଦେଶ୍ୟ ଏ ଜୀବନ କୁ ସ୍ୱର୍ଗ ସୁଖ ମିଳୁ, ଜଗତ  ଯାକ ମଲେ ମରନ୍ତୁ । ସେହିପରି ପୁଞ୍ଜିପତି ଙ୍କ ନିଜସ୍ୱ ସମ୍ବଳ ଅଛି।ଆଜି ଏହି କରୋନା ସଂକଟରେ କରୋନା ଯୋଦ୍ଧା ରୂପେ ଦିନ ରାତି ଏକ କରି ଭୋକ ଉପାସ ରେ ସରକାର ଙ୍କ ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବାର ଗୁରୁ ଦାୟୀତ୍ୱ  ଗଣମାଧ୍ୟମ  ପ୍ରତିନିଧି ମାନଙ୍କର। କରୋନା ସଚେତନତା ଲୋକଙ୍କ ପାଖରେ ପହଞ୍ଚି ପାରିଛି କେବଳ ଗଣ ମାଧ୍ୟମ ଓ ସୋସିଆଲ ମିଡ଼ିଆ ମାଧ୍ୟମରେ। ଆଜି ଗଣ ମାଧ୍ୟମ ପ୍ରତି ନା ସରକାରଙ୍କ ଦରଦ ଅଛି ନା ଜିଲ୍ଲା ପ୍ରଶାସନ ର। ତାହା ବୋଲି ଆଜି ବି ଭୋକ ଉପାସ ରେ ରହି ଧାର କରଜ ରେ ବୁଡି ରହି ମଧ୍ୟ ବିଭିନ୍ନ କୋଣ ଅନୁକୋଣରୁ , ଜିଲ୍ଲା ପ୍ରଶାସନ ର ବାର୍ତ୍ତା ଓ ଖବର ଲୋକଙ୍କ ନିକଟରେ ପହଞ୍ଚାଇବା ରେ ସକ୍ଷମ ହୋଇଛି ଏହି ଗଣମାଧ୍ୟମ। ଗୋଟିଏ ପଟେ ତୈଳ ଦର ବୃଦ୍ଧି ହୋଇ ୯୦ ଟଙ୍କାରେ ପହଞ୍ଚି ବାକୁ ବସିଲାଣି।ପନିପରିବା ଆକାଶ ଛୁଆଁ, ସେପଟେ ଗଣ ମାଧ୍ୟମର ମାଲିକ ମାନେ ନିଜର ସୁବିଧା କୁ ଦେଖୁଛନ୍ତି, କିନ୍ତୁ ରାଜ୍ୟ ତଥା ଜିଲ୍ଲା ଓ ବ୍ଲକ ରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଆଡ ନୟନ ରେ ମଧ୍ୟ ଦେଖୁ ନାହାଁନ୍ତି। ଏଭଳି ଘଡି ସନ୍ଧି ମୁହୂର୍ତ୍ତ ରେ ରାଜ୍ୟ ବା କେନ୍ଦ୍ର ସରକାର ଙ୍କ ନଜର କିପରି ପଡୁନି, ଦେଶର ଚତୁର୍ଥ ସ୍ତମ୍ଭ ଓ ଜନ ସାଧାରଣ ଙ୍କ ଆଇନା ରୂପେ କାର୍ଯ୍ୟ କରୁଥିବା ଗଣ ମାଧ୍ୟମର ପ୍ରତିନିଧିଙ୍କ ଉପରେ ? ଆଜି ଗଣ ମାଧ୍ୟମ ହିଁ ରାଜ୍ୟ ବାସୀଙ୍କ ତୃତୀୟ ନୟନ। କେଉଁଠି କଣ ହେଉଛି, କେଉଁ ଅଞ୍ଚଳରେ କରୋନା ରୋଗୀଙ୍କ ଚିହ୍ନଟ ହୋଇଛି, କେଉଁ ଅଞ୍ଚଳରେ କରୋନା ସଂକ୍ରମଣ ବଢୁଛି, ଏସବୁ ଟିକ୍ ନିଖି ଖବର ଜନତା ଙ୍କ ନିକଟରେ ପହଞ୍ଚୁଛି ଏହି ଗଣ ମାଧ୍ୟମ  ପ୍ରତିନିଧିଙ୍କ ପାଇଁ। ଭୋକ ଉପବାସ ରେ ରହି ନିଜ କର୍ମ କୁ ଜନତାଙ୍କ ସେବା ଭଗବାନ  ସେବା ବୋଲି ଆଦରି ନେଇଛନ୍ତି ସେମାନେ। କିନ୍ତୁ ଏହି ପ୍ରତିନିଧି ବି ମଣିଷ, ଏମାନେ ନିଜ ଜୀବନକୁ କେତେ ଦିନ ଜଳାଞ୍ଜଳି ଦେବେ? ସରକାର ଏ ମାନଙ୍କ ବଞ୍ଚିବା ଓ ନିଜ କର୍ମ କୁ ସୂଚାରୁ ରୁପେ ସମ୍ପାଦନ କରିବା ପାଇଁ ସେମାନଙ୍କ କଥା ଓ ଦୁଃଖ କୁ ସରକାର ହୃଦୟଙ୍ଗମ କରି କିଛି ଯୋଜନା କରିବେ ବୋଲି ବୁଦ୍ଧି ଯିବି ମହଲରେ ଚର୍ଚ୍ଚା ଜୋର ଧରିଛି ।