୧୪୪ ଧାରା ବଳରେ ପ୍ରଶାସନ ପକ୍ଷରୁ ସ୍ନାନ ଯାତ୍ରା ପ୍ରସ୍ତୁତି , ବଡ଼ଦାଣ୍ଡକୁ ଭକ୍ତଙ୍କୁ ନଛାଡିବା ପାଇଁ ତିଆରି ହୋଇଛି ବ୍ୟାରିକେଡ୍

୧୪୪ ଧାରା ବଳରେ ପ୍ରଶାସନ ପକ୍ଷରୁ ସ୍ନାନ ଯାତ୍ରା ପ୍ରସ୍ତୁତି , ବଡ଼ଦାଣ୍ଡକୁ ଭକ୍ତଙ୍କୁ ନଛାଡିବା ପାଇଁ ତିଆରି ହୋଇଛି ବ୍ୟାରିକେଡ୍

ଓଡିଶା ଜିଲ୍ଲା ପୁରୀ ବଡ ଖବର

#୧୪୪_ଧାରା_ବଳରେ_ପ୍ରଶାସନ_ପକ୍ଷରୁ_ସ୍ନାନ_ଯାତ୍ରା_ପ୍ରସ୍ତୁତି           ପୁରୀ  : ( କମଳାକାନ୍ତ ମିଶ୍ର )   ୧୪୪ ଧାରା ବଳରେ ଆସନ୍ତା ୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଶ୍ରୀଜୀଉଙ୍କ ସ୍ନାନ ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ପ୍ରଶାସନ । ବଡ଼ଦାଣ୍ଡକୁ ଭକ୍ତଙ୍କୁ ନଛାଡିବା ପାଇଁ ବିଭିନ୍ନ ସ୍ଥାନରେ ତିଆରି ହୋଇଛି ବ୍ୟାରିକେଡ୍ । ସେପଟେ ସ୍ନାନ ଓ ଅଣସର ନୀତି ପାଇଁ ଶ୍ରୀମନ୍ଦିରରେ ଦଇତାପତି ସେବାୟତ ପ୍ରବେଶ କରିଛନ୍ତିି । ଅନ୍ୟପକ୍ଷରେ ପ୍ରଶାସନର ଏଭଳି କଡ଼ା ଆଭିମୁଖ୍ୟକୁ ଦେଖି ଅଢ଼େଇ ମାସ ଧରି ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନରୁ ବଂଚିତ ଦର୍ଶନାର୍ଥୀ ବ୍ୟଥିତ ହୋଇପଡିଛନ୍ତି । ଭକ୍ତ ମନ ବ୍ୟାକୁଳ ହୋଇ ଉଠିଛି ।

କରୋନା କଟକଣାକୁ ଦୃଷ୍ଟିରେ ରଖି ସ୍ନାନ ପୂର୍ଣ୍ଣମୀ ଦିନ ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ଚର୍ତୁପାଶ୍ୱର୍ ସମେତ ଅନ୍ୟାନ୍ୟ ଛକ ମାନଙ୍କରେ ୧୪୪ ଧାରା ଜାରୀ କରାଯିବ । ଜିଲ୍ଲାପାଳ ଶ୍ରୀ ସିଂହଙ୍କ ଏହି ନିର୍ଦ୍ଦେଶ ପ୍ରକାରେ ଆସନ୍ତା ୪ ତାରିଖ ରାତି ୧୦ଟା ଠାରୁ ୬ ତାରିଖ ପ୍ରାତଃ ୨ଟା ପର୍ଯ୍ୟନ୍ତ ୧୪୪ କଟକଣା ବଳବତର ରହିବ । ଏଥିସହ ଶ୍ରୀମନ୍ଦିରକୁ ସଂଯୋଗ କରୁଥିବା ଅନେକ ସାହି ଓ ଛକ ମାନଙ୍କରେ ମଧ୍ୟ ୧୪୪ ଧାରା ଜାରୀ କରାଯିବ । ମାର୍କେଟ ଛକ – କାକୁଡ଼ି ଖାଇ ଛକ, ମର୍ଚ୍ଚିକୋଟ ଛକ ଠାରୁ- ଲବଣୀଖିଆ ଛକ, ଲବଣୀଖିଆ ଛକ ଠାରୁ ଭାୟା ଜେନାରୀ ଗଛ ଛକ ଦେଇ କରତି ସାହି ସହ ଦୋଳମଣ୍ଡପ ସାହି ଜହ୍ନିମୁଣ୍ଡିଆ ଛକ ପର୍ଯ୍ୟନ୍ତ ଏହି ୧୪୪ ଧାରା ବଳବତର ରହିବ । ଏଥିସହ ଭୋଗ ଜାଗା, ଖୁଂଟିଆ ସାହି ଛକ, ସୁଦର୍ଶନ ଗେଷ୍ଟ ହାଉସ୍, ହରଚଣ୍ଡୀ ସାହିର ମାଛ ହାଟ ଛକ, ବରାହି ଛକ, ଲୋକନାଥ ରୋଡର ବୃଷଭ ଛକ, ମଙ୍ଗଳା ଘାଟ ମାଳିକା ଛକ, ବାଲି ସ୍କୁଲ, ମିଶ୍ର ସାହି, ପାଣ୍ଡା ଜାଗା, ଚୂଡ଼ଙ୍ଗ ସାହି ଦେଇ ବଡ଼ଦାଣ୍ଡ ଇଣ୍ଡିଆନ ବ୍ୟାଙ୍କ ଛକ ପର୍ଯ୍ୟନ୍ତ ୧୪୪ ଧାରା ଜାରୀ କରାଯିବ । ଏନେଇ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ବିଭିନ୍ନ ସ୍ଥାନରେ ଫୋର୍ସ ମୁତୟନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ।