କରୋନା : ଦେଶରେ ୨୪ ଘଣ୍ଟାରେ ୩, ୭୨୨ ଜଣ ସଂକ୍ରମିତ

କରୋନା : ଦେଶରେ ୨୪ ଘଣ୍ଟାରେ ୩, ୭୨୨ ଜଣ ସଂକ୍ରମିତ

ଦେଶ -ବିଦେଶ ବଡ ଖବର

 #ଦେଶରେ_୨୪_ଘଣ୍ଟାରେ_୩,୭୨୨_ସଂକ୍ରମିତ         ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗତ ଚବିଶ ଘଣ୍ଟା ମଧ୍ୟରେ  ଦେଶରେ ୩, ୭୨୨ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏହାକୁ ମିଶାଇ  ସମଗ୍ର ଦେଶରେ ୭୮୦୦୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା  କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ସଂକ୍ରମିତଙ୍କ ମଧ୍ୟରୁ ୨୬୨୩୪ ଜଣ ସୁସ୍ଥ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଦେଶରେ ୨୫୪୯ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି ।

ମୃତକଙ୍କ ମଧ୍ୟରେ  ଆନ୍ଧ୍ରପ୍ରଦେଶରେ ୪୭ ଜଣ, ଆସାମରେ ୨ ଜଣ, ବିହାରରେ ୭ ଜଣ, ଚଣ୍ଡିଗଡ଼ରେ ୩ ଜଣ, ଦିଲ୍ଲୀରେ ୧୦୬ ଜଣ, ଗୁଜରାଟରେ ୫୬୬ ଜଣ, ହରିୟାଣାରେ ୧୧ ଜଣ, ହିମାଚଳ ପ୍ରଦେଶରେ ୨ ଜଣ, ଜମ୍ମୁ ଓ କଶ୍ମୀରରେ ୧୧ ଜଣ, ଝାଡ଼ଖଣ୍ଡରେ ୩ ଜଣ, କର୍ଣ୍ଣାଟକରେ ୩୩ ଜଣ, କେରଳରେ ୪ ଜଣ, ମଧ୍ୟପ୍ରଦେଶରେ ୨୩୨ ଜଣ, ମହାରାଷ୍ଟ୍ରରେ ୯୭୫ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୩ ଜଣ, ପୁଦ୍ଦୁଚେରୀରେ ୧ଜଣ ପଞ୍ଜାବରେ ୩୨ ଜଣ, ରାଜସ୍ଥାନରେ ୧୨୧ ଜଣ, ତାମିଲନାଡୁରେ ୬୪ ଜଣ, ତେଲେଙ୍ଗାନାରେ ୩୪ ଜଣ, ଉତ୍ତରାଖଣ୍ଡରେ ୧ ଜଣ, ଉତ୍ତରପ୍ରଦେଶରେ ୮୩ ଜଣ ଏବଂ ପଶ୍ଚମବଙ୍ଗରେ ୨୦୭ ଜଣ ।

ସ୍ୱାସ୍ଥ୍ୟମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁଯାୟୀ  ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ ରେ ଆକ୍ରାନ୍ତଙ୍କ ସଂଖ୍ୟା ୩୩ ହୋଇଥିବା ବେଳେ, ଆନ୍ଧ୍ରପ୍ରଦେଶରେ (୨୧୩୭), ଅରୁଣାଚଳ ପ୍ରଦେଶ (୧), ଆସାମ (୮୦), ବିହାର (୯୪୦), ଚଣ୍ଡିଗଡ଼ (୧୮୭), ଛତିଶଗଡ଼ (୫୯), ଦାଦର ନଗର ହାୱେଲି ୧ ଜଣ, ଦିଲ୍ଲୀ (୭୯୯୮), ଗୋଆ (୭), ଗୁଜରାଟ (୯୨୬୭), ହରିୟାଣା (୭୯୩), ହିମାଚଳ ପ୍ରଦେଶ (୬୬), ଜମ୍ମୁ ଓ କଶ୍ମୀର (୯୭୧), ଝାଡ଼ଖଣ୍ଡ (୧୭୩) କର୍ଣ୍ଣାଟକ (୯୫୯), କେରଳ (୫୩୪), ଲଦାଖ (୪୩), ମଧ୍ୟପ୍ରଦେଶ (୪୧୭୩), ମହାରାଷ୍ଟ୍ର (୨୫୯୨୨), ମଣିପୁର (୨), ମେଘାଳୟ (୧୩), ମିଜୋରାମ (୧), ଓଡ଼ିଶା (୪୩୮), ପୁଦ୍ଦୁଚେରୀ (୧୩), ପଞ୍ଜାବ (୧୯୨୪), ରାଜସ୍ଥାନ (୪୩୨୮), ତାମିଲନାଡୁ (୯୨୨୭), ତେଲେଙ୍ଗାନା (୧୩୬୭), ତ୍ରିପୁରା (୧୫୫), ଉତ୍ତରାଖଣ୍ଡ (୭୨), ଉତ୍ତରପ୍ରଦେଶ (୩୭୨୯) ଓ ପଶ୍ଚିମବଙ୍ଗ (୨୨୯୦) ।

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୧୧୪୨), ଅରୁଣାଚଳ ପ୍ରଦେଶ (୧), ଆସାମ (୩୯), ବିହାର (୩୮୮), ଚଣ୍ଡିଗଡ଼ (୨୮), ଛତିଶଗଡ଼ (୫୫), ଦିଲ୍ଲୀ (୨୮୫୮), ଗୋଆ (୭), ଗୁଜରାଟ (୩୫୬୨), ହରିୟାଣା (୪୧୮), ହିମାଚଳ ପ୍ରଦେଶ (୩୯), ଜମ୍ମୁ ଓ କଶ୍ମୀର (୪୬୬), ଝାଡ଼ଖଣ୍ଡ (୭୯), କର୍ଣ୍ଣାଟକ (୪୫୧), କେରଳ (୪୯୦), ଲଦାଖ (୨୨), ମଧ୍ୟପ୍ରଦେଶ (୨୦୦୪), ମହାରାଷ୍ଟ୍ର (୫୫୪୭), ମଣିପୁର (୨), ମେଘାଳୟ ୧୦, ମିଜୋରାମ (୧) ଓଡ଼ିଶା (୧୪୩), ପୁଦ୍ଦୁଚେରୀ (୯), ପଞ୍ଜାବ (୨୦୦), ରାଜସ୍ଥାନ (୨୪୫୯), ତାମିଲନାଡୁ (୨୧୭୬), ତେଲେଙ୍ଗାନା (୯୪୦), ତ୍ରିପୁରା (୧୬), ଉତ୍ତରାଖଣ୍ଡ (୪୬), ଉତ୍ତରପ୍ରଦେଶ (୧୯୦୨) ଓ ପଶ୍ଚିମବଙ୍ଗ (୭୦୨) ରହିଛି।