ମୁଣ୍ଡ ଗୁଞି ରହିବାକୁ ମିଳୁନି ସାହାରା ଆବାସଖଣ୍ଡେ ପାଇଁ ଚାହିଁ ବସିଛନ୍ତି ଦୃଷ୍ଟିହୀନ ଜଗନ୍ନାଥ

ମୁଣ୍ଡ ଗୁଞି ରହିବାକୁ ମିଳୁନି ସାହାରା ଆବାସଖଣ୍ଡେ ପାଇଁ ଚାହିଁ ବସିଛନ୍ତି ଦୃଷ୍ଟିହୀନ ଜଗନ୍ନାଥ

ଓଡିଶା ଜିଲ୍ଲା ନୟାଗଡ଼ ବଡ ଖବର

#ମୁଣ୍ଡ_ଗୁଞି_ରହିବାକୁ_ମିଳୁନି_ସାହାରା         ଦଶପଲ୍ଲା : ( ଶ୍ରୀକାନ୍ତ କୁମାର ରାଉତ ) ମୁଣ୍ଡଗୁଞି ରହିବା ପାଇଁ ଚାଳରେ ନଡାଗଣ୍ଡେ ନାହିଁ କି କାନ୍ଥରେ ଝାଟିମାଟି କଣିକା
ଖଣ୍ଡେ ବି ନାହିଁ । କେବଳ ଭତା ଓ ରାସନ ସାମଗ୍ରୀ ଗଣ୍ଡାକ ପାଇ ଭଙ୍ଗା ଦଦରା ଘର ମଧ୍ୟରେ ପଡିରହିଥିବା ଜଗନ୍ନାଥଙ୍କ ପାଇଁ ଆବାସ ଖଣ୍ଡିଏଏବେ ସାତସପନ ପାଲଟିଛି ।

ଦଶପଲ୍ଲା ବ୍ଲକ ସରିଗଣ୍ଡା ପଂଚାୟତର ନେଳିଗୁଡା ଗ୍ରାମରେ ବସବାସ କରୁଛନ୍ତି ଜଗନ୍ନାଥ ମହାପାତ୍ର । ପତ୍ନିଙ୍କ ମୃତ୍ୟୁ ପରେ ପରିବାର କହିଲେ ଏକମାତ୍ର ପୁଅ ସତ୍ୟବାଦୀ, ବୋହୁ ପୂର୍ଣ୍ଣବାସୀ ଓ ନାତୁଣି ଚୁମୁକି । ଜମିବାଡି ଗୁଣ୍ଠେ ନଥିବା ବେଳେ ସରକାରୀ ଜାଗାରେ ପ୍ରାୟ ୪୫ ବର୍ଷ ଧରି ବସବାସ କରି ଆସୁଛନ୍ତି । ଦୀର୍ଘ ପ୍ରାୟ ୭ ବର୍ଷ
ହେଲା ରୋଗରେ ଆକ୍ରାନ୍ତ ହୋଇ ଚକ୍ଷୁ ହରାଇ ଦୃଷ୍ଟିହୀନ ହୋଇ ବସିଥିବା ବେଳେ ପୁଅ ସତ୍ୟବାଦୀଙ୍କ ରୋଜଗାରରେ ପରିବାର ଚଳି ଆସୁଛି । ସତ୍ୟବାଦୀ ଦିନ ମଜୁରିଆ ଭାବେ କାର୍ଯ୍ୟକରି ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇ ପଡୁଛି । ଏପଟେ ବସୁନ୍ଧରା ଯୋଜନାରେ ଜାଗାଖଣ୍ଡେ ପାଇଁ ବାରମ୍ବାର ଦରଖାସ୍ତ ପରେ ପ୍ରାୟ ୧୦ ମାସ ହେଲା ତହସିଲ ପକ୍ଷରୁ ପଟ୍ଟା ପ୍ରଦାନ କରାଯାଇଥିବା କହିଛନ୍ତି । ସ୍ଥାନ ଚିହ୍ନଟ ହୋଇନଥିବା ବେଳେ ପଟ୍ଟା ଖଣ୍ଡିକ ଧରି ଅସହାୟ ହୋଇ ପଡିଛନ୍ତି ଜଗନ୍ନାଥ । ମାତ୍ର ଏସମ୍ପର୍କରେ ପଂଚାୟତ ସରପଂଚଙ୍କ କହିବା ଅନୁଯାୟୀ ଯୋଗ୍ୟ ତାଲିକାରେ ତାଙ୍କର ନାମ ଅଛି । ଯେହେତୁ ପଟ୍ଟା ନଥିଲା ସେଥିପାଇଁ କାର୍ଯ୍ୟାଦେଶ ମିଳି ନଥିଲା । ଖୁବଶିଘ୍ର ତାଙ୍କୁ କାର୍ଯ୍ୟାଦେଶ ଦିଆଯିବ ବୋଲିକହିଛନ୍ତି ।