୫ନଂ କେନାଲ ପୋତି ଘରକୁୁ ବାଟ, ପାଣି ପାଇଁ ଚାଷୀ ହିନସ୍ତା

୫ନଂ କେନାଲ ପୋତି ଘରକୁୁ ବାଟ, ପାଣି ପାଇଁ ଚାଷୀ ହିନସ୍ତା

ଓଡିଶା କେନ୍ଦ୍ରାପଡା ଜିଲ୍ଲା

#ପାଣି_ପାଇଁ_ଚାଷୀ_ହିନସ୍ତା       କେନ୍ଦ୍ରାପଡା   : କେନ୍ଦ୍ରାପଡା ସହର ଉପକଂଣ୍ଠସ୍ଥ ମହିପାଳ ଠାରୁ କଜଳା ମଧ୍ୟଦେଇ ୫ନଂ-କ ଜାତୀୟ ରାଜପଥ ପର୍ଯ୍ୟନ୍ତ ୧୮୦୦ ମିଟର ଲମ୍ବ ରାସ୍ତା ପାର୍ଶ୍ୱରେ ଥିବା ୫ନଂ କେନାଲକୁ ଠାଏ ଠାଏ ପୋତା ଯାଇ ଥିବାରୁ ବିଲକୁ ପାଣି ଯିବାରେ ବାଧା ସୃଷ୍ଟି ହୋଇଛି । ଏହି ରାସ୍ତା କଡରେ ଓ କେନାଲ କଡରେ ଥିବା ଜମି କିଣି ଘର କରିଥିବା ଲୋକମାନେ ଯିବା ଆସିବା ପାଇଁ ୫ନଂ କେନାଲ କୁ ପୋତି ରାସ୍ତା\ କରିଛନ୍ତି । ନାମକୁ ମାତ୍ର ସରୁ ପାଇପ ଖଣ୍ଡେ ପକାଇ ଏହି ରାସ୍ତା\ ପୋତି ଥିବାରୁ ଜଳସ୍ରୋତ ବାଧା ପାଇଛି । ଏହି ପାଇପ ଗୁଡିକ ପୋତି ହୋଇଥିବାରୁ ବିଲକୁ ପାଣି ମାଡି ପାରୁନାହିଁ । ଫସଲ ପାଇଁ ପାଣି ଅପେକ୍ଷା ରେ ଚାଷୀ ପାଣି ନପାଇ ଆର୍ଥିକ କ୍ଷତି ସହୁଥିବା ବେଳେ ଜଳ ସଂପଦ ବିଭାଗ ତୁରନ୍ତ ଏହି କେନାଲରେ ଥିବା ବନ୍ଧକୁ ଭାଙ୍ଗିବା ପାଇଁ ଦାବି ହୋଇଛି ।