ଆକାଶ ଛୁଆଁ ମାଛ, ମାଂସ ଦର, ଲଗାମ ନାହିଁ ବେପାରୀଙ୍କୁ

ଆକାଶ ଛୁଆଁ ମାଛ, ମାଂସ ଦର, ଲଗାମ ନାହିଁ ବେପାରୀଙ୍କୁ

ଓଡିଶା କେନ୍ଦ୍ରାପଡା ଜିଲ୍ଲା ବଡ ଖବର

#ଆକାଶ_ଛୁଆଁ_ମାଛ,_ମାଂସ_ଦର,_ଲଗାମ_ନାହିଁ_ବେପାରୀଙ୍କୁ      କେନ୍ଦ୍ରାପଡା  :  ଲକଡାଉନ କଟକଣା ବଳବତର ଥିବାବେଳେ ମାଛ, ମାଂସ ବ୍ୟବସାୟୀ ମାନେ ମନ ଇଛା ଦର ବଢାଇ ଖାଉଟୀ ମାନଙ୍କୁ ଶୋଷଣ କରୁଥିବା ଅଭିଯୋଗ ହୋଇଛି । ପନିପରିବା ଦୋକାନ ଗୁଡିକ ଓ ହାଟ ଗୁଡିକ ଅନ୍ୟତ୍ର ସ୍ଥାନାନ୍ତର ହୋଇଥିବା ବେଳେ ମାଛ, ମାଂସ ବ୍ୟବସାୟ କଟକଣା ମୁକ୍ତ ରହିଛି । ଏହାର ସୁଯୋଗ ନେଇ ଖାଉଟୀ ମାନଙ୍କୁ ଚଢା ଦର ରେ ମାଛ, ମାଂସ ବିକ୍ରୟ କରୁଥିବା ଏହି ବେପାରୀ ମାନେ ମଟନ-୬୦୦-୭୦୦ ଓ ଚିକେନ-୨୦୦-୨୨୦, କଲର ବାର୍ଡ-୩୦୦-୩୫୦, ମାଛ-୨୦୦-୨୫୦ ଟଙ୍କା ଦରରେ ବିକ୍ରି କରୁଛନ୍ତି । ଏ ନେଇ କୈାଣସି ପ୍ରଶାସନିକ କଟକଣା ନଥିବାରୁ ଏହି ବ୍ୟବସାୟୀ ମାନେ ଖାଉଟୀ ମାନଙ୍କୁ ପ୍ରବଳ ଶୋଷଣ କରୁଥିବା ଅଭିଯୋଗ ହେଉଛି । ତେଣୁ ଏ ନେଇ ପ୍ରଶାସନ ତୁରନ୍ତ ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁସାଧାରଣରେ ଦାବି ହୋଇଛି ।