ଅପହରଣକାରୀଙ୍କୁ ୫ ବର୍ଷ ସଶ୍ରମ ଜେଲଦଣ୍ଡାଦେଶ

ଅପରାଧ ଓଡିଶା କେନ୍ଦୁଝର ଜିଲ୍ଲା ରାଜ୍ୟ

କେନ୍ଦୁଝର : ଜଣେ ଯୁବତୀଙ୍କୁ ଅପହରଣ କରାଯିବା ମାମଲାର ବିଚାର କରି ସ୍ଥାନୀୟ ସିଜେଏମ କୋର୍ଟ ଶୁକ୍ରବାର ନନ୍ଦନ କୁମାର ସାହୁ ଓରଫ ଅଯୋଧ୍ୟା(୩୨)ନାମକ ଜଣେ ଯୁବକଙ୍କୁ ୫ ବର୍ଷ ସଶ୍ରମ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ ୫ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ ହେଲେ ଅଧିକ ୩ ମାସ ଜେଲ ଭୋଗିବାକୁ ପଡିବ।
ନନ୍ଦନଙ୍କ ଘର ତୁରୁମୁଙ୍ଗା ଥାନା କଇଣ୍ଡା ଗ୍ରାମରେ । ଘଟଣା ବେଳେ ସେ ଟାଉନ ଥାନା ମାଧପୁରରେ ରହୁଥିଲେ । ଉକ୍ତ ଅପହରଣ ଘଟଣା ଟାଉନ ଥାନା ଅଞ୍ଚଳରେ ଘଟିଥିଲା ା ମକଦ୍ଦମା ବିବରଣୀ ଅନୁଯାୟୀ ଗତ ୨୦୧୨ ଜାନୁୟାରୀ ୧୮ ତାରିଖରେ ଜଣେ ଯୁବତୀଙ୍କୁ ଅପହରଣ କରି ନିଆଯିବା ଘଟଣା ନେଇ ତାଙ୍କ କକା ୨୦ ତାରିଖରେ ଟାଉନ ଥାନାରେ ଏତଲା ଦେଇଥିଲେ ା ପରେ ଟାଉନ ଥାନା ପୋଲିସ ଯୁବତୀଙ୍କୁ ଉଦ୍ଧାର କରିବା ସହ ନନ୍ଦନଙ୍କ ବିରୋଧରେ ଅପହରଣ ମାମଲା (ନଂ. ୨୦/୨୦୧୨) ରୁଜୁ କରି ତାଙ୍କୁ ଗିରଫ କରିଥିଲା । କେନ୍ଦୁଝର ସିଜେଏମ ତୀରଞ୍ଜନ ପାତ୍ର ୭ ଜଣ ସାକ୍ଷୀଙ୍କ ବୟାନ କୁ ଭିତ୍ତିକରି ମାମଲାର ଶୁଣାଣିକରି ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି ।