ମହାକାଶରେ ୩୧୪ ଦିନରେ ୫୦୨୪ ଥର ସୂର୍ଯ୍ୟୋଦୟ ଦେଖି ସାରିଲେଣି କ୍ରିଷ୍ଟିନା

ଦେଶ -ବିଦେଶ ବଡ ଖବର

ନୂଆଦିଲ୍ଲୀ:  ରେକର୍ଡ ଭାଙ୍ଗିଲେ ମହିଳା ମହାକାଶଚାରୀ କ୍ରିଷ୍ଟିନା କୋଚ । ପ୍ରଥମ ମହିଳା ଭାବେ ମହାକାଶରେ ସର୍ବାଧିକ ଦିନ ରହିବାର ରେକର୍ଡ ନିଜ ନାଁରେ କରିଛନ୍ତି କ୍ରିଷ୍ଟିନା । ଅର୍ନ୍ତଜାତୀୟ ସ୍ପେସ ଷ୍ଟେସନରେ ୩୧୪ ଦିନ ବିତାଇ ସାରିଲେଣି କ୍ରିଷ୍ଟିନା । ୩୧୪ ଦିନ ମହାକାଶରେ ବିତାଇଥିବା କ୍ରିଷ୍ଟ୍ରିନା ପ୍ରତ୍ୟେକ ଦିନ ୧୬ ଥର ସୂର୍ଯ୍ୟୋଦୟ ଦେଖିଥାଆନ୍ତି । କାରଣ ସ୍ପେସ ଷ୍ଟେସନ ପୃଥିବୀର ଚାରି ପାଶ୍ୱରେ ଘୂରି ବୁଲୁଥିବାରୁ ଏଭଳି ଦେଖିବାକୁ ମିଳିଥାଏ । ତେଣୁ ଏବେ ପର୍ଯ୍ୟନ୍ତ କ୍ରିଷ୍ଟ୍ରିନା ୩୧୪ ଦିନର ରହଣି ମଧ୍ୟରେ ୫୦୨୪ ସୂର୍ଯ୍ୟୋଦୟ ଦେଖି ସାରିଛନ୍ତି କ୍ରିଷ୍ଟ୍ରିନା ଦୁନିଆର ପ୍ରଥମ ମହିଳା ଯିଏ ନିଜର ଅନ୍ୟ ସହଯୋଗୀ ଜେସିକା ମୀରଙ୍କ ସହ ଅକ୍ଟୋବର ୨୦୧୯ରେ ମହାକାଶରେ ସ୍ପେସୱାର୍କ କରିଥିଲେ ।

ବିଶ୍ୱ ମହାକାଶ ଇତିହାସରେ ପ୍ରଥମ ଥର ପାଇଁ ଦୁଇ ମହିଳା କୌଣସି ପୁରୁଷ ସାଥୀଙ୍କ ବିନା ମହାକାଶରେ ସ୍ପେସୱାର୍କ କରିଥିଲେ । କ୍ରିଷ୍ଟ୍ରିନାଙ୍କୁ ୧୪ ମାର୍ଚ ୨୦୧୯ରେ ସ୍ପେସ ଷ୍ଟେସନକୁ ପଠାଯାଇଥିଲା । ପ୍ରଥମେ ୬ ମାସିକିଆ ମିସନରେ କ୍ରିଷ୍ଟ୍ରିନାଙ୍କୁ ପଠାଯାଇଥିଲେ ମଧ୍ୟ ପରେ ଏହାକୁ ବଢାଇ ଦିଆଯାଇଥିଲା । ଆସନ୍ତା ୬ ଫେବ୍ରୁଆରିରେ କ୍ରିଷ୍ଟ୍ରିନା ପୃଥିବୀପୃଷ୍ଠକୁ ଫେରିଆସିବେ ।