ଗାଁ ଗାଁ ବୁଲି ମାସ୍କ ବାଣ୍ଟୁ ଛନ୍ତି ଜିଲ୍ଲାପାଳ

ଗାଁ ଗାଁ ବୁଲି ମାସ୍କ ବାଣ୍ଟୁ ଛନ୍ତି ଜିଲ୍ଲାପାଳ

ଓଡିଶା ଜିଲ୍ଲା ବଡ ଖବର ରାୟଗଡା
#ଗାଁ_ଗାଁ_ବୁଲି_ମାସ୍କ_ବାଣ୍ଟୁ_ଛନ୍ତି_ଜିଲ୍ଲାପାଳ              ରାୟଗଡା : ( ଗୁରୁପ୍ରସାଦ ସାହୁ ) କରୋନା  ମୁକାବିଲା ପାଇଁ କେନ୍ଦ୍ର ସରକାର ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ସମସ୍ତେ ତତ୍ପରତା ପ୍ରକାଶ କରୁଥିବାବେଳେ  ରାୟଗଡା ଜିଲ୍ଲା ପାଳ ଓ ଅରକ୍ଷୀ ଅଧ୍ୟକ୍ଷ ଓ ଜିଲ୍ଲାର  ପୋଲିସ ବାହିନୀ, ସ୍ୱାସ୍ଥ୍ୟ କର୍ମୀ ମାନେ ଅହରହ ଚେଷ୍ଟା ଚଳାଇ ଛନ୍ତି ।  ଜିଲ୍ଲା ବାସୀଙ୍କୁ ଏହି ରୋଗ ଠାରୁ ଦୂରେଇ ରଖିବା ପାଇଁ ଆଜି ଜିଲ୍ଲା ପାଳ  ପ୍ରମୋଦ କୁମାର ବେହେରା  ଗାଁ ଗାଁ ବୁଲି ଗ୍ରାମ ବାସୀଙ୍କୁ ଏହି ଭୟଙ୍କର ରୋଗ ଉପରେ ସଚେତନ  କରି ଘରେ ରହିବା ଓ ସୁସ୍ଥ ରହିବା ପାଇଁ ନିବେଦନ କରିବା ସହ ଗ୍ରାମ ବାସୀଙ୍କୁ ମାସ୍କ ବଣ୍ଟନ କରିଥିଲେ । ଗ୍ରାମବାସୀ ମାନେ ସହର ବାସୀଙ୍କୁ ଠାରୁ ଅଧିକ ସଚେତନ ଥିବା ଦେଖିବାକୁ ମିଳିଛି। ରାୟଗଡା ଜିଲ୍ଲାରେ ଥିବା ପ୍ରତ୍ୟେକ ଗ୍ରାମକୁ   ଗ୍ରାମବାସୀ  ବାଡ଼ ବାନ୍ଧି ସିଲ କରିଥିବା ଦେଖିବାକୁ ମିଳିଛି ।