ନିର୍ମାଣ କାର୍ଯ୍ୟରେ ଏସ୍ଓପି ପାଳନ କରିବାକୁ ଏସଆରସିଙ୍କ କଡ଼ା ନିର୍ଦ୍ଦେଶ

 ନିର୍ମାଣ କାର୍ଯ୍ୟରେ ଏସ୍ଓପି ପାଳନ କରିବାକୁ ଏସଆରସିଙ୍କ କଡ଼ା ନିର୍ଦ୍ଦେଶ     

ଓଡିଶା ବଡ ଖବର

 #ଜିଲ୍ଲାପାଳମାନଙ୍କୁ_ଏସଆରସିଙ୍କ_ନିର୍ଦ୍ଦେଶ         ଭୁବନେଶ୍ୱର  : ଲକ୍ ଡାଉନ୍ ସମୟରେ ନିର୍ମାଣ କାର୍ଯ୍ୟରେ ଏସ୍ଓପି ପାଳନ କରିବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଏସମ୍ପର୍କରେ ସମସ୍ତ ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖିଛନ୍ତି ଏସଆରସି । ନିର୍ମାଣ କାର୍ଯ୍ୟ ବେଳେ ସାମାଜିକ ଦୂରତା ସହ ମାସ୍କ ବ୍ୟବହାର ବାଧ୍ୟତାମୂଳକ କରାଯାଇଛି । ସେହିପରି ୬୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ କାମ କରାଇପାରିବେ ନାହିଁ । ଥଣ୍ଡା, କାଶ, ସର୍ଦ୍ଦି ଲକ୍ଷଣ ଥିବା ଲୋକଙ୍କୁ ମଧ୍ୟ କାମ କରିବାକୁ ଦିଆଯିବନି ବୋଲି ଏସଆରସି କହିଛନ୍ତି ।
କରୋନା ସଂକ୍ରମଣ ପାଇଁ ସାରା ଦେଶରେ ଲକଡାଉନ୍ ଜାରୀ ରହିଥିବା ବେଳେ କିଛି ସଂସ୍ଥାକୁ କାର୍ଯ୍ୟ କରିବା ପାଇଁ ଅନୁମତି ଦିଆଯାଇଛି । ତେବେ ନିର୍ମାଣ କାର୍ଯ୍ୟ ସମୟରେ ସତର୍କତା ଅବଲମ୍ୱନ କରିବା ପାଇଁ ସମସ୍ତ ଜିଲ୍ଲାପାଳମାନଙ୍କୁ ଏସ୍ଆରସି ପ୍ରଦୀପ ଜେନା ଚିଠି ଲେଖିଛନ୍ତି ।

ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, କାର୍ଯ୍ୟ ·ଲିଥିବା ବେଳେ ସାମାଜିକ ଦ୍ୱରତ୍ୱକୁ ଗୁରୁତ୍ୱ ଦିଆଯିବ । କାର୍ଯ୍ୟ କରୁଥିବା ସମସ୍ତ ଶ୍ରମିକଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ । ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ପରିବହନ ବ୍ୟବସ୍ଥା ଠିକାଦାର କରିବେ । ଗାଡ଼ି କ୍ଷମତାଠାରୁ ୩୦ରୁ ୪୦ ପ୍ରତିଶତ କ୍ଷମତାର ପରିବହନ ଅନୁମତି ଦିଆଯାଇଛି । କାର୍ଯ୍ୟସ୍ଥଳୀରେ ସ୍ୱଚ୍ଛତା ପାଇଁ ବାଲ୍ଟି, ମଗ୍, ସାବୁନ ଓ ଟାୱେଲ୍ ରଖାଯିବ । ୬୦ ବର୍ଷରୁ ଅଧିକ ବର୍ଷର ଶ୍ରମିକଙ୍କୁ କାମରେ ଲଗାଯାଇ ପାରିବ ନାହିଁ । ଅସୁସ୍ଥ ଥିବା ଶ୍ରମିକଙ୍କୁ କାମରେ ନିୟୋଜିତ କରିପାରିବେନି ଠିକାଦାର ।
କାର୍ଯ୍ୟସ୍ଥଳୀରେ କେହି ଗୁଟଖା, ପାନ ଛେପ ଓ ତମାଖୁ ଖାଇପାରିବେ ନାହିଁ । ଖରା ପାଇଁ ଶ୍ରମିକଙ୍କ ଲାଗି ପାନୀୟ ଜଳ ଓ ଗ୍ଲୁକୋଜ ବ୍ୟବସ୍ଥା କରିବାକୁ ମଧ୍ୟ ନିର୍ଦ୍ଦେଶନାମାରେ ଉଲ୍ଲେଖ ଅଛି ।