ଟାଉନ କଂଗ୍ରେସ ତରଫରୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ

ଟାଉନ କଂଗ୍ରେସ ତରଫରୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ

ଓଡିଶା କେନ୍ଦ୍ରାପଡା ଜିଲ୍ଲା

#ଟାଉନ_କଂଗ୍ରେସ_ତରଫରୁ_ଶୁଖିଲା_ଖାଦ୍ୟ_ସାମଗ୍ରୀ_ବଣ୍ଟନ      କେନ୍ଦ୍ରାପଡା   : କେନ୍ଦ୍ରାପଡା ଟାଉନ କଂଗ୍ରେସ କମିଟି ପକ୍ଷରୁ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି । କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ନିକଟରେ ଥିବା କଲୋନୀରେ ରହୁଥିବା ଅସହାୟ ଲୋକମାନଙ୍କୁ ଚାଉଳ, ଚିନି, ସୁଜି, ଅଟା, ତେଲ ଓ ବିସ୍କୁଟ ପ୍ରଭୃତି ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ନିର୍ଦ୍ଦେଶ କ୍ରମେ ସମ୍ବିଦ ଶ୍ରୀଚନ୍ଦନ, ଟାଉନ କଂଗ୍ରେସ ସଭାପତି ସୈାମେନ୍ଦ୍ର ପୃଷ୍ଟି, ମୀର ମୁରସିଦ୍ଦ, ଅମର ଦାସ, ମିର୍ ନସୀମ ପ୍ରମୁଖ ଉପସ୍ଥିତ ରହି ସଂପୃକ୍ତ ବସ୍ତିରେ ଖାଦ୍ୟ ସାମଗ୍ରୀ ବଣ୍ଟନ କରିଥିଲେ ।