ଅବରୋଧ ଅଞ୍ଚଳରେ ବାରମ୍ବାର ହେବ ପରୀକ୍ଷଣ

ଅବରୋଧ ଅଞ୍ଚଳରେ ବାରମ୍ବାର ହେବ ପରୀକ୍ଷଣ

ଓଡିଶା ବଡ ଖବର

#ଅବରୋଧ_ଅଞ୍ଚଳରେ_ବାରମ୍ବାର_ହେବ_ପରୀକ୍ଷଣ             ଭୁବନେଶ୍ୱର   :  ଯେଉଁ ଅଞ୍ଚଳକୁ ଅବରୋଧ ଅଂଚଳ ଘୋଷଣା ହୋଇଛି ସେଠାରେ ଲୋକଙ୍କ ନମୂନା ବାରମ୍ବାର ପରୀକ୍ଷା ହେବ । ଲକ୍ଷଣ ନଥିଲେ ବି ପରୀକ୍ଷଣ ପାଇଁ ପ୍ରସ୍ତୁତ ରୁହନ୍ତୁ । ତାହା କଲେ ଆପଣ ଓ ଆପଣଙ୍କ ପରିବାର ସୁରକ୍ଷିତ ରହିପାରିବେ ବୋଲି ଏନଏଚଏମ୍ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ୍ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ଦେଶର ଅନ୍ୟ ରାଜ୍ୟ ମାନଙ୍କ ଅପେକ୍ଷା କରୋନା କ୍ଷେତ୍ରରେ ଓଡିଶାର ସ୍ଥିତି ଭଲ ରହିଛି । ଲକ୍ ଡାଉନ୍ ମାନିଥିବାରୁ ଆମେ ଏହାକୁ ମୁକାବିଲା କରିପାରିଛୁ । ଓଡିଶାରେ କୋଭିଡ୍ ଭୂତାଣୁ ଧିମା ଗତିରେ ବଢୁଛିଯେତେବେଳେ କି ଭାରତରେ ତୀବ୍ର ଗତିରେ ବଢୁଛି । କଷ୍ଟ ସହି ଲକ୍ ଡାଉନ୍ ପାଳନ କରିଥିବାରୁ ଏଥିପାଇଁ ଓଡିଶାବାସୀଙ୍କୁ ସମସ୍ତ ଶ୍ରେୟ ଯାଉଛି । ଆଗାମୀ ଦିନରେ ଆମର ଲକ୍ଷ୍ୟ ହେଉଛି ସମ୍ପୂର୍ଣ୍ଣ ଭାବେ କରୋନା ସଂକ୍ରମଣ ଶେଷ କରିବା ।

ସେ କହିଛନ୍ତି ଯେ ଓଡିଶାରେ ୧୦୦ ଟେଷ୍ଟରେ ପଜିଟିଭ୍ ରେଟ୍ ହେଉଛି ମାତ୍ର୧.୦୮ ପ୍ରତିଶତ । ବର୍ତମାନର ସ୍ଥିତି ଦେଖିଲେ ୫୫୦୦ ଟି ସାମ୍ପଲ ଟେଷ୍ଟ ରୁ ମାତ୍ର ୬୦ ଟି ପଜିଟିଭ୍ ରହିଛି । ଅପରପକ୍ଷରେ ଦିଲ୍ଲୀରେ ଏହି ହାର ୧୧% ରହିଥିବା ବେଳେ ତାମିଲନାଡୁ ୯%, ମଧ୍ୟପ୍ରଦେଶ ୭ % ରହିଛି । ପରିସଂଖ୍ୟାନ ଦେଖିଲେ ଏହି ତାଲିକାରେ ଓଡିଶା ସବୁଠାରୁ ତଳେ ରହିଛି । ସଂକ୍ରମିତଙ୍କୁ ଚିହ୍ନଟ କରିବାପାଇଁ ସବୁ ଜିଲ୍ଲାରେ ଟେଷ୍ଟିଂ ଚାଲିଛି । ମାଲକାନଗିର ି ବଲାଙ୍ଗୀର ଆଦି ଜିଲ୍ଲାରେ ୨୦୦ରୁ ଅଧିକ ଟେଷ୍ଟ ହୋଇଛି । ଆଗକୁ ଆହୁରି ଅଧିକ ଟେଷ୍ଟ କରାଯିବ ।
ମୁଖ୍ୟତଃ ଯେଉଁମାନେ ବିଦେଶରୁ ଆସିଛନ୍ତି ବା ଯେଉ)ଁମାନଙ୍କ ଠାରେ ଲକ୍ଷଣ ଦେଖାଦେଇଛି ସେମାନଙ୍କୁ ପରୀକ୍ଷା କରାଯାଉଛି । ତେବେ ବର୍ତମାନ ସୁଦ୍ଧା ଯେତିକି ପଜିଟିଭ୍ କେସ୍ ରହିଛି ସେମାନେ କିପରି ସଂକ୍ରମିତ ହେଲେ ତାହା ଉପରେ ଆମେ ନଜର ରଖିଛୁ । ପ୍ରାୟତଃ କେସ୍ ରେ ସଂକ୍ରମିତଙ୍କ ନିକଟତର ହୋଇଥିବାରୁ ଆକ୍ରାନ୍ତ ହୋଇଥିବା ଦେଖିବାକୁ ମିଳିଛି । ତେଣୁ ଅତି ଆବଶ୍ୟକ ନଥିଲେ ବାହାରକୁ ବାହାରନ୍ତୁ ନାହିଁ । ୬୦ ଟି କେସ୍ ମଧ୍ୟରୁ ୭୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଓ ଛୁଆ ଘରୁ ଆଦୌ ବାହାରି ନଥିଲେ ମଧ୍ୟ ସଂକ୍ରମିତ ହୋଇଛନ୍ତି । କାରଣ ତାଙ୍କ ଘର ଲୋକ ମାସ୍କ ନପିନ୍ଧି ବାହାରକୁ ଯାଇଛନ୍ତି ଓ ସାମାଜିକ ଦୂରତ୍ୱ ମାନିନାହାନ୍ତି । ତେଣୁ ସେମାନଙ୍କୁ ସଂକ୍ରମଣ ହୋଇଛି । ତେଣୁ ଲକ୍ ଡାଉନ୍ କୁ ମାନନ୍ତୁ ବୋଲି ଶ୍ରୀମତୀ ପଣ୍ଡିତ କହିଛନ୍ତି ।
ସେହିପରି ଆଇସିଏମଆର ର ଅନୁସନ୍ଧାନ ଅନୁଯାୟୀ ଜଣେ ପଜିଟିଭ୍ ରୋଗୀ ମାସେ ଭିତରେ ୪୦୬ ଲୋକଙ୍କୁ ସଂକ୍ରମିତ କରିପାରିବେ । କିନ୍ତୁ ଲକ୍ ଡାଉନ୍ ଥିଲେ ତାଙ୍କ ଦ୍ୱାରା ମାତ୍ର ୨ ଜଣ ସଂକ୍ରମିତ ହେବେ । ସେହି ୨ ଜଣଙ୍କ ଚିହ୍ନଟ କରିପାରିଲେ ସଂକ୍ରମଣ ରୋକାଯାଇପାରିବ ।ବର୍ତମାନ ସୁଦ୍ଧା ଯେଉଁ ଶୃଙ୍ଖଳାର ସହ ଲକ୍ ଡାଉନ୍ କୁ ପାଳନ କରିଆସୁଛେ ତାହାକୁ ବଜାୟ ରଖିବାକୁ ସେ ଆହ୍ୱାନ ଦେଇଛନ୍ତି ।