କୁକୁଡ଼ା ମାଂସ ଓ ଅଣ୍ଡା ଖାଇବା ନିରାପଦ

କୁକୁଡ଼ା ମାଂସ ଓ ଅଣ୍ଡା ଖାଇବା ନିରାପଦ

ଓଡିଶା ବଡ ଖବର

#କୁକୁଡ଼ା_ମାଂସ_ଓ_ଅଣ୍ଡା_ଖାଇବା_ନିରାପଦ                  ଭୁବନେଶ୍ୱର   :  କୁକୁଡ଼ା ମାଂସ ଓ ଅଣ୍ଡା ଖାଇବା ଦ୍ୱାରା କରୋନା ଠାରୁ ଅଧିକ ଭୟଙ୍କର ରୋଗ ବ୍ୟାପିବାର ଏକ ଖବର ପ୍ରସାରିତ ହେବା ଜଣାପଡ଼ିଛି । ଏହା ସମ୍ପୂର୍ଣ୍ଣ ଗୁଜବ  । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କିମ୍ବା ବଶ୍ୱ ପ୍ରାଣୀସ୍ୱାସ୍ଥ୍ୟ ସଂଗଠନ ତରଫରୁ ଏ ସମ୍ବନ୍ଧରେ କୌଣସି ତଥ୍ୟ ଜାରି କରାଯାଇ ନାହିଁ । କୁକୁଡ଼ା ମାଂସ ଓ ଅଣ୍ଡା ଖାଇବା ଦ୍ୱାରା କରୋନା ଭୂତାଣୁ କିମ୍ବା ତା ଠାରୁ ଭୟଙ୍କର ଅନ୍ୟ କୌଣସି ରୋଗ ସଂକ୍ରମଣର ଏଯାବତ କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ । ବିଗତ ଦିନ ମାନଙ୍କରେ ଘଟିଯାଇଥିବା କରୋନା ଭୂତାଣୁ ସଂକ୍ରମଣ ଯଥା ୨୦୦୨-୦୩ର ସାର୍ସ, ୨୦୧୨-୧୩ର ମର୍ସ କିମ୍ବା କରୋନା ସମ୍ବନ୍ଧୀୟ ସାଧାରଣ ଥଣ୍ଡା କାଶ କେବେବି କୁକୁଡ଼ା ମାଂସ ଓ ଅଣ୍ଡା ଦ୍ୱାରା ବ୍ୟାପିନାହିଁ । ତେଣୁ ଉପଲବ୍ଧ ତଥ୍ୟକୁ ଭିତିକରି କୁକୁଡ଼ା ମାଂସ ଓ ଅଣ୍ଡା ଖାଇବା ନିରାପଦ ।
କୁକୁଡ଼ା ମାସଂ, ଅଣ୍ଡା ଓ ଅନ୍ୟାନ୍ୟ କୁକ୍କୁଟଜାତୀୟ ପଦାର୍ଥ ସଂସ୍ପର୍ଶରେ ଆସିବା ସମୟରେ ପରିଷ୍କାର ପରିଚ୍ଛନ୍ନତା ଅବଲମ୍ବନ କରିବା ନିହାତି ଆବଶ୍ୟକ । ନିୟମିତ ବ୍ୟବଧାନରେ ସାବୁନରେ ହାତ ଧୋଇବା, ଆଲକହଲଯୁକ୍ତ ଦ୍ରବଣ ହାତରେ ଘଷିବା, କୁକୁଡ଼ା ମାସଂ ଓ ଅଣ୍ଡା ରହିବା ସ୍ଥାନକୁ ସଫା ସୁତୁରା ରଖିବା, କଂଚା କୁକୁଡ଼ା ମାଂସକୁ ଅନ୍ୟାନ୍ୟ ଖାଦ୍ୟ ଦ୍ରବ୍ୟ ଠାରୁ ଅଲଗା ରଖିବା ଏବଂ କୁକୁଡ଼ା ମାଂସ ଓ ଅଣ୍ଡାକୁ ଭଲଭାବେ ସିଝାଇ ଖାଇବା ଉଚିତ ।
ଅଯଥା ଭୟଭୀତ ନ ହୋଇ କୁକୁଡ଼ା ମାଂସ ଓ ଅଣ୍ଡା ଖାଆନ୍ତୁ । ସରକାରଙ୍କ ତରଫରୁ ସାଧାରଣ ଜନତାଙ୍କ ହିତ ଉଦ୍ଦେଶ୍ୟରେ ଏ ବାବଦରେ ନିୟମିତ ପରାମର୍ଶ ଜାରି କରାଯିବ ।