ବାଇଗୁଣିଆ ଗ୍ରାମ ବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ

ବାଇଗୁଣିଆ ଗ୍ରାମବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ

ଓଡିଶା ଜିଲ୍ଲା ନୟାଗଡ଼ ରାଜ୍ୟ
#ମୁଖ୍ୟମନ୍ତ୍ରୀଙ୍କ_ରିଲିଫ_ପାଣ୍ଠିକୁ_ଦାନ           ନୟାଗଡ  : (ଶ୍ରୀକାନ୍ତ କୁମାର ରାଉତ ) ନୟାଗଡ ଜିଲ୍ଲା ଭାପୁର ବ୍ଲକ ଅନ୍ତ୍ରଗର୍ତ ବାଇଗୁଣିଆ ଗ୍ରାମ ବାସୀଙ୍କ ତରଫରୁ ମୁଖ୍ୟ ମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ ୧୧୬୨୧ ଟଙ୍କା ଭାପୁର ତହସିଲଦାର ସୁନୀତା ଜେନାଙ୍କ ମାଧ୍ୟମରେ ପ୍ରଦାନ କରାଯାଇଛି l ଗ୍ରାମ ବାସୀଙ୍କ ତରଫରୁ ଉଦୟନାଥ ଲେଙ୍କା, ପବିତ୍ର ମୋହନ ଦାଶ, କାର୍ତ୍ତିକ ଚନ୍ଦ୍ର ଦଳାଇ, ଦିଲୀପ କୁମାର ମଳିକ, ଯୋଗୀ ନାଥ ମହାରଣା  ପ୍ରଭୃତି  ଗ୍ରାମ ବାସୀଙ୍କ ଠାରୁ କିଛି ସହଯୋଗ ସଂଗ୍ରହ କରିଥିଲେ ଓ ଗ୍ରାମ ରେ ସଚେତନତା ପାଇଁ କିଛି ବାର୍ତ୍ତା ପ୍ରଚାର କରିଥିଲେ l ଯେପରିକି ସାବୁନ ରେ ହାତ ଧୋଇବା ଓ ସାମାଜିକ ଦୂରତା ରକ୍ଷା କରିବା, ଅଯଥାରେ ବାହାରକୁ ନବାହାରିବା ଓ ସରକାର ଙ୍କୁ ସନ୍ମାନ ଜଣାଇବା  l ରାଜ୍ୟ ରେ କରୋନା ମହାମାରୀ ସମୟରେ ଏହି ଗ୍ରାମ ବାସୀଙ୍କ ତରଫରୁ ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ ପାଣ୍ଠି କୁ ଆର୍ଥିକ ଦାନ ଦେଇ ଏ ଅଞ୍ଚଳ ରେ ଏକ ଆଦର୍ଶ ସୃଷ୍ଟି କରିଛନ୍ତି ଓ ବାର୍ତ୍ତା ମଧ୍ୟ ପ୍ରଦାନ କରିଛନ୍ତି । ଏହା ଦ୍ବାରା ବ୍ଲକରେ ଥିବା ଅନ୍ୟ ଗ୍ରାମ ମଧ୍ୟ ସ୍ବେଛାକୃତ ଭାବେ ମୁଖ୍ୟ ମନ୍ତ୍ରୀ ରିଲିଫ ପାଣ୍ଠିକୁ ଅନୁଦାନ ପ୍ରଦାନ କରିବେ l