ସହରାଞ୍ଚଳରେ ଗରିବଙ୍କ ପାଇଁ ଶହେ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ତିନି ଜୋନରେ ଭାଗ ହେଲା ରାଜଧାନୀ, ୬ ବରିଷ୍ଠ ଆଇଏଏସ୍ଙ୍କୁ ଦିଆଗଲା ଦାୟୀତ୍ତ୍ବ

Uncategorized

#ତିନି_ଜୋନରେ_ଭାଗ_ହେଲା_ରାଜଧାନୀ          ଭୁବନେଶ୍ୱର, : ଭୁବନେଶ୍ୱରରେ କରୋନା ମାମଲା ବଢୁଥିବା କାରଣରୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ଭୁବନେଶ୍ୱର ମହାନଗର ନିଗମ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି । ରାଜ୍ୟ ସରକାର ଭୁବନେଶ୍ୱରକୁ ତିନୋଟି ଜୋନରେ ବିଭକ୍ତ କରି ପ୍ରତ୍ୟେକ ଜୋନ ପାଇଁ ଦୁଇ- ଦୁଇ ଜଣ ବରିଷ୍ଠ ଅଧିକାରୀ ଏପରି ଛଅ ଜଣଙ୍କୁ ଦାୟିତ୍ୱ ପ୍ରଦାନ କରିଛନ୍ତି ।
ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ୱର ନର୍ଥ ଜୋନ ପାଇଁ ଏସସିଏସଟି ଉନ୍ନୟନ ସଚିବ ରଂଜନା ଚୋପ୍ରା, ଶକ୍ତି ସଚିବ ବିଷ୍ଣୁପଦ ସେଠୀଙ୍କୁ ଦାୟିତ୍ୱ ଦିଆ ଯାଇଛି । ସେହିଭଳି ସାଉଥ ଇଷ୍ଟ ଜୋନ ଦାୟିତ୍ୱରେ ଅବକାରୀ ସଚିବ ସୁଶୀଲ ଲୋହାନୀ ଓ ଉଚ୍ଚ ଶିକ୍ଷା ବିଭାଗର ସଚିବ ଶାଶ୍ୱତ ମିଶ୍ରଙ୍କୁ ରଖା ଯାଇଛି । ଅନ୍ୟ ପକ୍ଷରେ ସାଉଥ ବେଷ୍ଟ ଜୋନ ଦାୟିତ୍ୱରେ ଅର୍ଥ ସଚିବ ଅଶୋକ ମୀଣା ଓ ଏସଏସଇପିଡି ସଚିବ ଭାସ୍କର ଜ୍ୟୋତି ଶର୍ମାଙ୍କୁ ରଖା ଯାଇଥିବା ଜଣା ପଡିଛି ।
ଏହି ତିନି ଜୋନ ପାଇଁ ଦାୟିତ୍ୱ ଦିଆ ଯାଇଥିବା ଅଧିକାରୀ ମାନେ ବିଏମସି ସଂକ୍ରମଣ ରୋକିବା ପାଇଁ କାମ କରିବେ । ସେମାନେ କଂଟେନମେଂଟ ଅଂଚଳର ସ୍ଥିତି ସମୀକ୍ଷା କରିବା ସହ ବାକି ବିଷୟର ମଧ୍ୟ ତଦାରଖ କରିବେ । ସେମାନେ କଂଟାକ୍ଟ ଟ୍ରେସିଂ ଠାରୁ ଆରମ୍ଭ କରି ଜରୁରୀ ସାମଗ୍ରୀର ଯୋଗାଣ ଆଦିର ମଧ୍ୟ ସମୀକ୍ଷା କରିବେ ।