ଭାରତ ବନ୍ଦ : ରାସ୍ତାରେ ଟାୟାର ଜାଳିଲେ,ରେଳ ଅଟକାଇଲେ ଆନ୍ଦୋଳନକାରୀ

ଓଡିଶା ଜିଲ୍ଲା ବଡ ଖବର ବାଲେଶ୍ୱର ଭଦ୍ରକ ରାଜ୍ୟ ରାୟଗଡା

ଭୁବନେଶ୍ୱର/ରାୟଗଡ଼ା/ଭଦ୍ରକ:ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଭଦ୍ରକ ଓ ବାଲେଶ୍ୱର ଷ୍ଟେସନରେ ଆନ୍ଦୋଳନକାରୀ ଟ୍ରେନକୁ ଅଟକାଇଥିବାବେଳେ ରାୟଗଡ଼ା ଗୁଣୁପୁରରେ ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି । ଭଦ୍ରକରେ ଏଆଇସିସିଟିୟୁ ଓ ସିପିଆଇ ପକ୍ଷରୁ ବହୁ ସଂଖ୍ୟାରେ କର୍ମୀ ଷ୍ଟେସନରେ ପହଂଚି ଟ୍ରେନକୁ ଅଟକାଇଛନ୍ତି । ସେହିପରି ପ୍ରବଳ ଶୀତ ସତ୍ୱେ ରାୟଗଡାର ଗୁଣୁପୁରରେ ଏଆଇସିସିଟିୟୁର କର୍ମୀମାନେ ଧର୍ମଘଟ ଓ ବନ୍ଦ ଡାକରା ଦେଇ ରାସ୍ତାକୁ ଓହ୍ଲାଇଛନ୍ତି ।

 

ରାଜଧାନୀ ଭୁବନେଶ୍ବରରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ସହରର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବାବେଳେ ରାସ୍ତାରେ ଗାଡି ମୋଟର ଚଳାଚଳ ଏକପ୍ରକାର ବନ୍ଦ ରହିଛି। ସହରର ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସ୍ଥାୟୀ ନିଯୁକ୍ତି, ଦେଶରେ ଦରଦାମ୍ ବୃଦ୍ଧି, ବେକାରୀ ସମସ୍ୟା, ସର୍ବନିମ୍ନ ବେତନ ବୃଦ୍ଧି, ସାମାଜିିକ ସୁରକ୍ଷା ଏବଂ ନାଗରିକତା ସଂଶୋଧନ ଆଇନ୍ ପ୍ରତ୍ୟାହାର ଭଳି ୧୨ ଦଫା ଦାବି ନେଇ ମୋଦୀ ସରକାର ବିରୋଧରେ ବାମଦଳ ଓ ଶ୍ରମିକ ସଂଗଠନ ଗୁଡିକ ୨୪ ଘଣ୍ଟିଆ ଭାରତ ବନ୍ଦ୍ ଡାକରା ଦେଇଛନ୍ତି ।