ରାଜ୍ୟରେ ପୁଣି ୫ କରୋନା ସଂକ୍ରମିତ ଚିହ୍ନଟ

ରାଜ୍ୟରେ ପୁଣି ୫ କରୋନା ସଂକ୍ରମିତ ଚିହ୍ନଟ

#ରାଜ୍ୟରେ_ପୁଣି_୫_କରୋନା_ସଂକ୍ରମିତ_ଚିହ୍ନଟ           ଭୁବନେଶ୍ବର: ରାଜ୍ୟରେ ପୁଣି ୫ କରୋନା ସଂକ୍ରମିତ ଚିହ୍ନଟ । ସୋମବାର ପୂର୍ବାହ୍ନରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟ୍  ପକ୍ଷରୁ ଏହି ସୂଚନା ମିଳିଛି । ସମସ୍ତ ୫ ଆକ୍ରାନ୍ତ ବାଲେଶ୍ୱରର ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ଜଣା ପଡିଛି। ଏହି ୫ ନୂଆ ଆକ୍ରାନ୍ତଙ୍କୁ ମିଶାଇ ବାଲେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି । ସେମାନଙ୍କ ଟ୍ରାଭେଲ୍ ହିଷ୍ଟ୍ରି କ’ଣ ରହିଛି ତାହା […]

Continue Reading
ବାଲେଶ୍ୱର ଜିଲ୍ଲାରୁ ପୁଣି ଦୁଇ କରୋନା ପଜିଟିଭ୍ ଚିହ୍ନଟ

ବାଲେଶ୍ୱର ଜିଲ୍ଲାରୁ ପୁଣି ଦୁଇ କରୋନା ପଜିଟିଭ୍ ଚିହ୍ନଟ

#ବାଲେଶ୍ୱର_ଜିଲ୍ଲାରୁ_ପୁଣି_ଦୁଇ_କରୋନା_ପଜିଟିଭ୍_ଚିହ୍ନଟ          ବାଲେଶ୍ୱର  :  ବାଲେଶ୍ୱର ଜିଲ୍ଲାରୁ ଆଉ ଦୁଇ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ୍ କରୋନା ପଜିଟିଭ୍ ସଂଖ୍ୟା ୧୦ କୁ ବୃଦ୍ଧି ପାଇଛି । ଉଭୟ ଆକ୍ରାନ୍ତ ଜଣେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ଦୁଇ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୫୫ ବର୍ଷିୟା ମହିଳା ଓ ଅନ୍ୟ ଜଣେ ୩୬ ବର୍ଷିୟ ପୁରୁଷ ବୋଲି ଜଣାପଡିଛି ।

Continue Reading
ଇମାମି ପେପର ମିଲରେ ଭୟଙ୍କର ଅଗ୍ନିକାଣ୍ଡ

ଇମାମି ପେପର ମିଲରେ ଭୟଙ୍କର ଅଗ୍ନିକାଣ୍ଡ

#ଇମାମି_ପେପର_ମିଲରେ_ଭୟଙ୍କର_ଅଗ୍ନିକାଣ୍ଡ     ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ରେମୁଣା ସ୍ଥିତ ଇମାମି ପେପର ମିଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ପ୍ଲାଣ୍ଟର କଞ୍ଚାମାଲ ଗୋଦାମରେ ନିଆଁ ଲାଗି, କୋଟି କୋଟି ଟଙ୍କାର କାଗଜ ମଣ୍ଡି ପୋଡ଼ି ପାଉଁଶ ହୋଇଯାଇଛି। ନିଆଁ ଦିନ ପ୍ରାୟ ୧୧ଟା ୪୦ରେ ଲାଗିଥିଲା । ନିଆଁକୁ ଆୟତ୍ତ କରିବା ପାଇଁ ପ୍ରଥମେ କଂପାନୀର ନିଜସ୍ୱ ଅଗ୍ନିଶମ ବିଭାଗ ସହିତ ରେମୁଣା, ବାଲେଶ୍ୱର ଓ ବିର୍ଲା ଟାୟାର୍ସର ମୋଟ ୭ଟି ଦମକଳ ନିୟୋଜିତ ହୋଇଥିଲା । […]

Continue Reading
ପୁଅର ଶବକୁ ଗାତ ଖୋଳି ପୋତିଲା ମା’

ପୁଅର ଶବକୁ ଗାତ ଖୋଳି ପୋତିଲା ମା’

#ପୁଅର_ଶବକୁ_ଗାତ_ଖୋଳି_ପୋତିଲା_ମା’     ବାଲେଶ୍ୱର :  ଶବ ପ୍ରତି ମଧ୍ୟ ସାମାନ୍ୟ ମାନବିକତା ଦେଖାଇଲେ ନାହିଁ ଗ୍ରାମବାସୀ। ଗାଁ ମଶାଣିରେ ପୁଅର ଶେଷକୃତ୍ୟ କରିବାକୁ ଅନୁମତି ପାଇଲାନି ବୁଢ଼ି ମା’। ଶେଷରେ ୩ କିଲୋମିଟର ଦୂରେର ଥିବା ଏକ ପାହାଡ ତଳ ଅଞ୍ଚଳରେ ଗାତ ଖୋଳି ପୁଅ ମୃତଦେହକୁ ପୋତି ଦେଲା ମା’। ଏପରି ଲଜ୍ଜାଜନକ ଘଟଣା ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳ ସିଆଡିମାଳ ପଞ୍ଚାୟତ ଅନ୍ତର୍ଗତ ପୋଡାଶୁଳ ଗାଁରେ ଘଟିଛି। ମୃତଦେହକୁ ଉପଯୁକ୍ତ ସମ୍ମାନ ଦେବା ନିମନ୍ତେ ସରକାର […]

Continue Reading

ସଡ଼କ ଦୁର୍ଘଟଣା : ଟ୍ରକ୍‌କୁ ପିଟିଲା ପିକ୍‌ଅପ୍‌

ସୋର : ବାଲେଶ୍ୱର ଜିଲ୍ଲା ୧୬ ନଂ ଜାତୀୟ ରାଜପଥର ତଳନଗର ନିକଟରେ ଆଜି ଭୋରରୁ ଏକ ମାଛ ବୋଝେଇ ଟ୍ରକ୍‌କୁ ପଛରୁ ଏକ ଲଙ୍କା ବୋଝେଇ ପିକ୍‌ଅପ୍‌ ପିଟି ଦେଇଥିବା ଜଣାଯାଇଛି। ଏହି ଦୁର୍ଘଟଣାରେ ପିକ୍‌ଅପ୍‌ ଡ୍ରାଇଭର ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଆନ୍ଧ୍ରରୁ କୋଲକତା ଅଭିମୁଖେ ଗୋଟିଏ ମାଛ ବୋଝେଇ ଟ୍ରକ୍‌  ଯାଉଥିଲା। ଏହି ସମୟରେ ପଛରୁ  ଦ୍ରୁତ ଗତିରେ ଆସୁଥିବା  ଲଙ୍କା ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ତଳନଗର ନିକଟରେ ଟ୍ରକ୍‌କୁ ପିଟିଥିଲା। […]

Continue Reading

ବେଧଡକ ଚାଲିଛି ଧଳା ଜହର ବେପାର

ଭୁବନେଶ୍ବର : ବାଲେଶ୍ବରରୁ ଭୁବନେଶ୍ବର। ବେଧଡକ ଚାଲିଛି ଧଳା ଜହର ବେପାର । ରାଜଧାନୀରୁ ପୁଣି ଧଳା ଜହର ଜବତ ହୋଇଛି । ବରମୁଣ୍ଡା ଅଞ୍ଚଳରୁ ଶେଖ ମୁସ୍ତାକିନକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ । ତା ନିକଟରୁ ୨୨ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ଛୋଟ ଛୋଟ ବ୍ୟବସାୟୀଙ୍କୁ ବିକ୍ରି କରୁଥିଲା । ବିଶେଷ କରି କଲେଜ ଛାତ୍ରଛାତ୍ରୀଙ୍କୁ ବ୍ରାଉନସୁଗାର ବେପାରୀଙ୍କୁ ସାମିଲ କରାଯାଉଥିଲା । ତେବେ […]

Continue Reading

କୁନି ବୈଜ୍ଞାନିକ ତିଆରି କଲେ ନୂଆ କୃଷି ଯନ୍ତ୍ର

ବାଲେଶ୍ବର: କୁନି ହାତରେ ବଡ଼ ଉଦ୍ଭାବନ। କୃଷକଙ୍କ କଷ୍ଟ ଦୂର କରିବାକୁ ତିଆରି କଲେ କୃଷି ଯନ୍ତ୍ରପାତି। ନୂତନ ଜ୍ଞାନକୌଶଳରେ ନିର୍ମିତ ଏହି ଯନ୍ତ୍ରପାତି ଏକା ସାଙ୍ଗରେ ୬ଟି ଚାଷ କାମ କରିପାରିବ। ଚାଷୀଙ୍କ ପରିଶ୍ରମକୁ ହାଲକା କରିବାକୁ ଏଭଳି ଏକ ଯନ୍ତ୍ର ନିର୍ମାଣ କରିଛନ୍ତି ସପ୍ତମ ଶ୍ରେଣୀର ଛାତ୍ର। ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ମଧୁପୁରା ଗାଁର ୧୨ବର୍ଷର କୁନି ପୁଅ ବିପ୍ଳବ ଘୋଷ୍ ଚାଷୀଙ୍କ ସୁବିଧା ପାଇଁ ଏମିତି ଏକ ଭିନ୍ନ ଯନ୍ତ୍ର ତିଆରି […]

Continue Reading

ଭାରତ ବନ୍ଦ : ରାସ୍ତାରେ ଟାୟାର ଜାଳିଲେ,ରେଳ ଅଟକାଇଲେ ଆନ୍ଦୋଳନକାରୀ

ଭୁବନେଶ୍ୱର/ରାୟଗଡ଼ା/ଭଦ୍ରକ:ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଭଦ୍ରକ ଓ ବାଲେଶ୍ୱର ଷ୍ଟେସନରେ ଆନ୍ଦୋଳନକାରୀ ଟ୍ରେନକୁ ଅଟକାଇଥିବାବେଳେ ରାୟଗଡ଼ା ଗୁଣୁପୁରରେ ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି । ଭଦ୍ରକରେ ଏଆଇସିସିଟିୟୁ ଓ ସିପିଆଇ ପକ୍ଷରୁ ବହୁ ସଂଖ୍ୟାରେ କର୍ମୀ ଷ୍ଟେସନରେ ପହଂଚି ଟ୍ରେନକୁ ଅଟକାଇଛନ୍ତି । ସେହିପରି ପ୍ରବଳ ଶୀତ ସତ୍ୱେ ରାୟଗଡାର ଗୁଣୁପୁରରେ ଏଆଇସିସିଟିୟୁର କର୍ମୀମାନେ ଧର୍ମଘଟ ଓ ବନ୍ଦ ଡାକରା ଦେଇ ରାସ୍ତାକୁ ଓହ୍ଲାଇଛନ୍ତି ।   ରାଜଧାନୀ […]

Continue Reading

ବାଲେଶ୍ୱର ମେଡିକାଲରେ ଅବ୍ୟବସ୍ଥା, ଶତାଧିକ କର୍ମୀଙ୍କ ସହ ଧାରଣାରେ ବସିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

ବାଲେଶ୍ୱର : ମେଡିକାଲରେ ଅବ୍ୟବସ୍ଥା, ଧାରଣା ଦେଲେ କେନ୍ଦ୍ରମନ୍ତ୍ରୀ । ବାଲେଶ୍ୱର ମେଡିକାଲରେ ଅବ୍ୟବସ୍ଥା ଅଭିଯୋଗ ପ୍ରତିବାଦରେ ଧାରଣାରେ ବସିଛନ୍ତି ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ମେଡିକାଲ ପରିସରରେ ଶତାଧିକ କର୍ମୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଧାରଣାରେ ବସିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ଦୀର୍ଘ ବର୍ଷ ହେବ ବିପର୍ଯ୍ୟୟ ଅବସ୍ଥାରେ ପଡିରହିଛି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ନା ଠିକ୍ ସମୟରେ ଡାକ୍ତର ଆସୁଛନ୍ତି, ନା ଭଲ ଭାବେ ରୋଗୀସେବା […]

Continue Reading