ଆଜି ଦେବସ୍ନାନ ପୂର୍ଣ୍ଣିମା , ପୁରୀରେ ଲାଗୁ ହେଲା ୧୪୪ ଧାରା

ଆଜି ଦେବସ୍ନାନ ପୂର୍ଣ୍ଣିମା  ,  ପୁରୀରେ ଲାଗୁ ହେଲା ୧୪୪ ଧାରା

ଓଡିଶା ଜିଲ୍ଲା ପୁରୀ ବଡ ଖବର

#ଆଜି_ଦେବସ୍ନାନ_ପୂର୍ଣ୍ଣିମା       ପୁରୀ :  ଶୁକ୍ରବାର ଜୁନ ୫ ତାରିଖରେ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ସ୍ନାନଯାତ୍ରା ଅନୁଷ୍ଠିତ ହେବ । କୋଭିଡ୍-୧୯ ପରିପ୍ରେକ୍ଷୀରେ ଘୋଷିତ ଲକ୍ ଡାଉନ୍ ସମୟରେ ଏହା ଅନୁଷ୍ଠିତ ହେଉଥିବାରୁ ସରକାରଙ୍କ ମାର୍ଗଦର୍ଶିକା ନୀତିକାନ୍ତି ସମୟରେ ଅନୁପାଳନ କରାଯିବ । ମାର୍ଗଦର୍ଶିକା ଅନୁସାରେ ଧାର୍ମିକ ସ୍ଥଳକୁ ସର୍ବସାଧାରଣଙ୍କର ପ୍ରବେଶ ଅନୁମତି ନାହିଁ ଏବଂ ସର୍ବସାଧାରଣ ସ୍ଥାନରେ ୭ ଜଣରୁ ଅଧିକ ବ୍ୟକ୍ତି ଏକାଠି ହୋଇପାରିବେ ନାହିଁ । ଏତଦ୍ବ୍ୟତୀତ ସାମାଜିକ ଦୂରତ୍ୱକୁ ବଜାୟ ରଖିବା ଏବଂ ବଡ଼ଦାଣ୍ଡରେ
ଜନସମାଗମକୁ ରୋକିବା ପାଇଁ ଶ୍ରୀମନ୍ଦିର ପାଖାପାଖି ଅଂଚଳରେ ୧୪୪ ଧାରା ଲାଗୁ କରାଯାଇଛି । ଏହି ମହତ୍ୱପୂର୍ଣ୍ଣ ଉତ୍ସବର ସଫଳ ସଂପାଦନ ନିମନ୍ତେ ଜିଲ୍ଲା ପ୍ରଶାସନ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଛନ୍ତି ।
କୋଭିଡ୍-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଦୂରଦର୍ଶନ ମାଧ୍ୟମରେ ମହାପ୍ରଭୁଙ୍କ ସ୍ନାନଯାତ୍ରାର ସିଧା ପ୍ରସାରଣ ବ୍ୟବସ୍ଥା କରିଛନ୍ତି । ଏହି ସିଧା ପ୍ରସାରଣ ଅନ୍ୟ ଟିଭି ଚ୍ୟାନେଲ୍ ଏବଂ ସାମାଜିକ ଗଣମାଧ୍ୟମଗୁଡ଼ିକରେ ମଧ୍ୟ ଉପଲବ୍ଧ ହେବ । ଶ୍ରୀଜୀଉମାନଙ୍କ ଦିବ୍ୟ ସ୍ନାନଯାତ୍ରାର ସିଧାପ୍ରସାରଣକୁ ସୁନିଶ୍ଚିତ କରିବା ନିମନ୍ତେ ସୂଚନା ଓ ଲୋକସଂପର୍କ ବିଭାଗକୁ ଦାୟିତ୍ୱ ଦିଆଯାଉଛି ।