ମାସ୍କ ବ୍ୟବହାର କରୁନଥିବା ଭେଣ୍ଡର ଠାରୁ କିଣନ୍ତୁ ନାହିଁ : କମିଶନର

ମାସ୍କ ବ୍ୟବହାର କରୁନଥିବା ଭେଣ୍ଡର ଠାରୁ କିଣନ୍ତୁ ନାହିଁ : କମିଶନର

ଓଡିଶା ଗଞ୍ଜାମ

#ମାସ୍କ_ବ୍ୟବହାର_କରୁନଥିବା_ଭେଣ୍ଡର_ଠାରୁ_କିଣନ୍ତୁ_ନାହିଁ           ବ୍ରହ୍ମପୁର  : ସମ୍ପ୍ରତ୍ତି କରୋନା ପାଇଁ ସମଗ୍ର ବିଶ୍ୱର ଅର୍ଥନୀତି, ସାମାଜିକ ସ୍ଥିତି ଦୋହିଲି ଯାଇଥିବା ବେଳେ ଏକ ଲମ୍ବା ଯୁଦ୍ଧ ପାଇଁ ମାନବ ଜାତିକୁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଉଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡ଼ାବ୍ଲୁଏଚ୍ଓ) । ଅଦ୍ୟାବିଧି ଏହାର ଟିକା ବାହାରିନଥିବା ବେଳେ ଏହି ମହାମାରିର ନିରାକରଣ ପାଇଁ କେବଳ ସାମାଜିକ ଦୂରତା ସହ ହାତ ଧୋଇବା ଓ ମାସ୍କ ପିନ୍ଧିବା ଆବଶ୍ୟକ ହୋଇପଡ଼ିଛି । ଜିରୋ ରେ ଥିବା ଗଂଜାମ ଜିଲ୍ଲା ବର୍ତ୍ତମାନ ଲମ୍ବା ଡ଼ିଆଁ ମାରି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ତେବେ ପ୍ରଶାସନ ଆତଙ୍କିତ ନହୋଇ ଲୋକଙ୍କୁ ଯଥା ସମ୍ଭବ କରୋନା ସହ ଲଢ଼େଇ ପାଇଁ ସାମାଜିକ ଦୂରତା ପାଳନ କରିବାକୁ ପରାମର୍ଶ ଦେଇଛି । ରାଜ୍ୟର ଅନ୍ୟତମ ଜନବହୁଳ ତଥା ବ୍ୟବସାୟିକ ପେଣ୍ଠ ସ୍ଥଳ କୁହାଯାଉଥିବା ବ୍ରହ୍ମପୁର ବର୍ତ୍ତମାନ କରୋନାର ବଳୟ ମଧ୍ୟକୁ ପଳାଇ ଆସିଛି । ପ୍ରଶାସନ ଏଥି ପାଇଁ ବ୍ରହ୍ମପୁର ଶଙ୍କରପୁର ସାହିକୁ ରେଷ୍ଟ୍ରିକ୍ଟଟେଡ଼୍ ଏକ୍ସସେସ ଜୋନ୍ ଭାବେ ଘୋଷଣା କରିଛି । ବ୍ରହ୍ମପୁରରେ ଯଦିଓ ପ୍ରଶାସନ ପକ୍ଷରୁ ବିଭିନ୍ନ କଟକଣା ଲଗାଯାଇଛି ଏହା ସମ୍ପୂର୍ଣ୍ଣ ଭାବେ ପର୍ଯ୍ୟାପ୍ତ ନୁହଁ । ଏଥି ପାଇଁ ଦରକାର ଜନସାଧାରଣଙ୍କ ମଧ୍ୟରେ ସଚେତନତା । ବ୍ରହ୍ମପୁରରେ ବର୍ତ୍ତମାନ ମୁଖ୍ୟ ବଜାର ସହ ସହର ଗଳିରେ ଶହଶହ ପରିବା ବିକାଳି ତଥା ଫଳ ବିକାଳି ବୁଲୁଛନ୍ତି । ଯେଉଁ ମାନେ କି କୌଣସି ମାସ୍କ ପିନ୍ଧନ୍ତି ନାହିଁ । କିନ୍ତୁ ଏହି ମାନଙ୍କ ଦ୍ୱାରା ଅଧିକା ସଂକ୍ରମଣର ସମ୍ଭାବନା ରହିଛି । ସମ୍ବଲୁପର ଓ ବାଲେଶ୍ୱର ରେ ଏପରି କରିବା ପାଇଁ ବହୁ ପରିବା ବିକାଳିଙ୍କୁ ଜୋରିମାନା କରାଯାଇଥିବା ବେଳେ ବ୍ରହ୍ମପୁରରେ ମଧ୍ୟ ଏପରି ନୀୟମ ଲାଗୁ କରିବାକୁ ଦାବି ହୋଇଛି । ଏନେଇ ଆମେ ବ୍ରହ୍ମପୁର ମହାନଗର ନିଗମ କମିଶନର ଚକ୍ରବର୍ତ୍ତି ସିଂ ରାଠୋରଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ ଯେ, ଏଥି ନିମନ୍ତେ ଜନସାଧାରଣଙ୍କ ପ୍ରବଳ ଜନସଚେତନତା ଆବଶ୍ୟକତା ରହିଛି । ପ୍ରଶାସନ ତାର କାମ କରୁଛି । ଏବଂ ଜନସାଧାରଣଙ୍କୁ ଅନୁରୋଧ ଯେ, ସେମାନେ ମାସ୍କ ନପିନ୍ଧିଥିବା ବିକାଳିଙ୍କ ଠାରୁ କୌଣସି ପନିପରିବା କିମ୍ବା ଫଳମୂଳ କିଣନ୍ତୁ ନାହିଁ ।