ଅମ୍ପନର ପ୍ରକୋପ ପଶ୍ଚିମବଙ୍ଗରେ ନେଲା ୧୨ ମୁଣ୍ଡ

ଅମ୍ପନର ପ୍ରକୋପ ପଶ୍ଚିମବଙ୍ଗରେ ନେଲା ୧୨ ମୁଣ୍ଡ

ଦେଶ -ବିଦେଶ ବଡ ଖବର

#ଅମ୍ପନର_ପ୍ରକୋପ_ପଶ୍ଚିମବଙ୍ଗରେ_ନେଲା_୧୨_ମୁଣ୍ଡ        କୋଲକାତା : ଓଡ଼ିଶା ଉପକୂଳ ଦେଇ ପଶ୍ଚିମବଙ୍ଗର ସୁନ୍ଦରବନରେ  ଭୂଇଁ ଛୁଇଁଛି ସାମୁଦ୍ରିକ ଝଡ଼ ‘ଅମ୍ପନ’ । ସୁନ୍ଦରବନରେ ଲ୍ୟାଣ୍ଡଫଲ ପୂର୍ବରୁ ବ୍ୟାପକ ତାଣ୍ଡବ ରଚନା କରିଛି ଅମ୍ପନ । ବାଟରେ ଯାହା ପାଇଛି ତାକୁ ମୋଡ଼ି ଦଳି ଗର୍ଭସ୍ଥ କରିଛି ଏହି ସାମୁଦ୍ରିକ ଝଡ଼ । ଓଡ଼ିଶାର ଭଦ୍ରକ ଓ ବାଲେଶ୍ବର ଜିଲ୍ଲାରେ ପ୍ରଳୟ ସୃଷ୍ଟି କରିବା ପରେ ୧୨୦ରୁ ୧୩୦ କିଲୋମିଟର ବେଗରେ କୋଲକାତା ଅତିକ୍ରମ କରି  ୪.୩୦ରେ ବାଙ୍ଗଲାଦେଶର ହାତିୟା ନିକଟରେ ଲ୍ୟାଣ୍ଡଫଲ କରିଛି। ଲ୍ୟାଣ୍ଡଫଲ ସମୟରେ ୧୯୦ କିଲୋମିଟର ବେଗରେ ପ୍ରବାହିତ ପବନ ସବୁ କିଛି ଛାରଖାର କରି ଦେଇଛି। ଅମ୍ପନର ପ୍ରଭାବରେ ୧୨ ଜଣଙ୍କର ମୃତ୍ୟୁ ହୋଥିବା ଓ ଅନେକ ଆହତ ହୋଇଥିବା ସୂଚନା ମିଳିଛି। ସେହିପରି ହଜାର ହଜାର ଗଛ ଉପୁଡି ପଡିଥିବା ବେଳେ ଅନେକ କଚ୍ଚା ଓ ପକ୍କା ଘର ଭାଙ୍ଗି ଯାଇଛି। ଉତ୍ତର ୨୪ ପ୍ରଗଣାରେ ପ୍ରାୟ ୫୨୦୦ଘର କ୍ଷତିଗ୍ରସ୍ତ ହୋଇଛି।

ସେହିପରି ବ୍ୟାପକ ବିଦ୍ୟୁତ ଓ ଟେଲିଫୋନ ଖୁଣ୍ଟ ଭାଙ୍ଗିଯିବାରୁ ବିଦ୍ୟୁତ ଯୋଗାଣ ଏବଂ ଟେଲି ଯୋଗାଯୋଗ ବ୍ୟାହତ ହୋଇଛି। ନଦିୟା ତଟବନ୍ଧ ଭାଙ୍ଗିଯିବାରୁ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି।ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅମ୍ପନ ଯୋଗୁ ଦକ୍ଷୀଣ ବେଙ୍ଗଲ ରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ପ୍ରକାଶ କରିଛନ୍ତି। ସାଗର ଦ୍ବିପରେ ଲ୍ୟାଣ୍ଡଫଲ କରିବା ପରେ ୧୩୫ ରୁ ୧୪୦ କିଲୋମିଟର ବେଗରେ ପବନ ବହିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଛି।ଅମ୍ପନ ଯୋଗୁ ଏକ ଲକ୍ଷ କୋଟିରୁ ଉର୍ଦ୍ଧ୍ବର କ୍ଷୟକ୍ଷତି ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରକାଶ କରିଛନ୍ତି। କ୍ଷତିଗ୍ରସ୍ତ ଅଞ୍ଚଳରେ  ପ୍ରାଥମିକତା ଭିତ୍ତିରେ ବ୍ୟାପକ ଭାବେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।