ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ଦ୍ୱାରା ଦିବ୍ୟାଙ୍ଗ ଜନଙ୍କୁ ସହାୟତା ପ୍ରଦାନ

ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ  ଦ୍ୱାରା ଦିବ୍ୟାଙ୍ଗ ଜନଙ୍କୁ ସହାୟତା ପ୍ରଦାନ

ରାଜ୍ୟ ଓଡିଶା ଜିଲ୍ଲା ରାୟଗଡା

#ଦିବ୍ୟାଙ୍ଗ_ଜନଙ୍କୁ_ସହାୟତା_ପ୍ରଦାନ     ରାୟଗଡ଼ା : ( ଗୁରୁ ପ୍ରସାଦ ସାହୁ) ଇମ୍ଫା ର ସାମାଜିକ ପ୍ରତିବଦ୍ଧତା କାର୍ଯ୍ୟକ୍ରମ ଓ ବଂଶୀଧର ଇଲା ପଣ୍ଡା ଫାଣ୍ଡେସନ ତରଫରୁ ରାୟଗଡା ଜିଲ୍ଲାପାଳ ପ୍ରମାଦ କୁମାର ବେହେରାଙ୍କ ଦ୍ୱାରା ୩ ଜଣ ଦିବ୍ୟାଙ୍ଗ ବ୍ୟକ୍ତି ଯେଉଁମାନେ ବର୍ତ୍ତମାନ କ୍ଷୁଦ୍ର ବ୍ୟବସାୟ କରି ଜୀବିକା ନିର୍ବାହ କରୁଛନ୍ତି ,ସେମାନଙ୍କୁ  ୧୦,୦୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।ଅନ୍ୟ ଜଣେ ଦିବ୍ୟାଙ୍ଗ ବ୍ୟକ୍ତି  ତ୍ରିନାଥ କୌଶଲ୍ୟା ଯେ କି ଗ୍ରାମ ରୁ ଗ୍ରାମ କୁ ଯାଇ ବୁଲା ବିକାଳି ଭାବେ ବ୍ୟବସାୟ କରନ୍ତି ତାଙ୍କୁ ଯାତାୟତ ରେ ସହାୟତା ପାଇଁ ଏକ ବ୍ୟାଟେରୀ ଚାଳିତ  ତିନି ଚକିଆ ସାଇକଲ ପ୍ରଦାନ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଇମ୍ଫା ର ବରିଷ୍ଠ ମହାପ୍ରବନ୍ଧକ  ଇ ଭି ଏସ୍ ଉମା ମହେଶ୍ବର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ  ଅଦିପତି କହଁର , କୋଲନରା ଗୋଷ୍ଠୀ ଉନ୍ନୟନ ଅଧିକାରୀ  ତାପସ କୁମାର ଭୋଇ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ  ଶିବ ଗୋପାଳ ରାଓ,  ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ  ସିଦ୍ଧାର୍ଥ ପଟନାୟକ,  ତେଜରାଜ ନାଗ  ଉପାଧ୍ୟକ୍ଷ, କୋଲନରା ପଞ୍ଚାୟତ ସମିତି ,ଇମ୍ଫାର ଵିଭିନ୍ନ ବିଭାଗର  ବରିଷ୍ଠ ଅଧିକାରୀବୃନ୍ଦ ,ସ୍ଥାନୀୟ ପଲ୍ଲୀବିକାଶର ନିର୍ଦ୍ଦେଶକ ରାଧାଶ୍ୟାମ ପଣ୍ଡା ଏବଂ ସହାୟତା ପାଇଥିବା ହିତାଧିକାରୀ ମାନଙ୍କ ପରିବାରବର୍ଗ ଉପସ୍ଥିତ ଥିଲେ। ଇମ୍ଫା ର ଲୋକ ସମ୍ପର୍କ ବିଭାଗର ବରିଷ୍ଠ ପ୍ରବନ୍ଧକ ଶକ୍ତି ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ଇମ୍ଫା ର ଏଭଳି ମହତ କାର୍ଯ୍ୟକୁ ସବୁ ସ୍ତରରୁ ପ୍ରଶଂସା କରାଯାଇଛି।