ଯାଜପୁର ଜିଲ୍ଲା କଂଗ୍ରେସ ତରଫରୁ ଅମିତ ଶାହଙ୍କ ଇସ୍ତଫା ଦାବି ଓ କୁଶପୁତ୍ତଳିକା ଦାହ

ଯାଜପୁର ଜିଲ୍ଲା କଂଗ୍ରେସ ତରଫରୁ ଅମିତ ଶାହଙ୍କ ଇସ୍ତଫା ଦାବି ଓ କୁଶପୁତ୍ତଳିକା ଦାହ

ଓଡିଶା ଜିଲ୍ଲା ଯାଜପୁର ରାଜ୍ୟ

#ଅମିତ_ଶାହଙ୍କ_ଇସ୍ତଫା_ଦାବି_ଓ_କୁଶପୁତ୍ତଳିକା_ଦାହ     ଯାଜପୁର : (ବିଶ୍ବଜିତ ରଣା) ଯାଜପୁର ଜିଲ୍ଲା କଂଗ୍ରେସ କମିଟି ତରଫରୁ ଭାରତବର୍ଷରେ ଦଙ୍ଗା ସୃଷ୍ଟିକାରୀ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବୀରେ ଜିଲ୍ଲା କଂଗ୍ରେସର ସଭାପତି ମନୋଜ କୁମାର ରାଉତଙ୍କ ନେତୃତ୍ୱରେ ଗାନ୍ଧୀଛକଠାରେ ଅମିତ ଶାହଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା । ବିଜେପି ସରକାରଙ୍କ ନାଗରିକତା ସଂଶୋଧନ ଆଇନ ଦେଶରେ ବିଭାଜନ ଓ ଦଙ୍ଗା ସୃଷ୍ଟିକାରୀ ଆଇନ ଭାବରେ ସମଗ୍ର ଦେଶରେ ହିଂସା ଓ ଅରାଜକତାର ବାତାବରଣ ସୃଷ୍ଟି କରିଛି ।

ଏହି ଅଗଣତାନ୍ତ୍ରିକ ଆଇନକୁ ଜନସାଧାରଣଙ୍କ ଉପରେ ଜୋରଜବରଦସ୍ତ ଲଦିଦେବା ପାଇଁ ନରେନ୍ଦ୍ର ମୋଦୀ ସରକାର ସପକ୍ଷବାଦୀ ଦଙ୍ଗାକାରୀଙ୍କ ମାଧ୍ୟମରେ ଭାରତବର୍ଷର ରାଜଧାନୀ ଦିଲ୍ଲୀରେ ଯେଉଁ ପ୍ରାୟୋଜିତ ପୋଡ଼ାଜଳା ସୃଷ୍ଟିକଲେ, ତଦ୍ୱାରା ପ୍ରାୟ ୩୭ ଜଣରୁ ଉଦ୍ଧ୍ୱର୍ ନାଗରିକ ପ୍ରାଣ ହରାଇବା ସହ ଶତାଧିକ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଜାତିର ପିତା ମହାତ୍ମାଗାନ୍ଧୀ ଓ ଜବାହରଲାଲ ନେହେରୁଙ୍କ ଶାନ୍ତି, ମୈତ୍ରୀ ଓ ଅହିଂସାର ଦେଶ ଭାରତବର୍ଷରେ ଅଶାନ୍ତି ଓ ଦଙ୍ଗା ସୃଷ୍ଟିକାରୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବକ୍ତବ୍ୟ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଶ୍ୱାସନା ଜନସାଧାରଣଙ୍କୁ ବିଭ୍ରାନ୍ତ ଓ ଉତ୍ତେଜିତ କରିବାପାଇଁ ଉଦ୍ଦିଷ୍ଟ ଏବଂ ଭାରତୀୟ ଜାତୀୟ କଂଗ୍ରେସର ଅନ୍ତରୀକ୍ଷ ଅଧ୍ୟକ୍ଷା  ସୋନିଆ ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ସମଗ୍ର ଦେଶରେ ଶାନ୍ତିରକ୍ଷା କରିବାପାଇଁ ନିଜର ସାମ୍ବିଧାନିକ କ୍ଷମତା ପ୍ରୟୋଗ କରିବା ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ତୁରନ୍ତ ଇସ୍ତଫା ଦାବୀ କରିଥିଲେ ।

ଏହା ସତ୍ତେ୍ୱ ମଧ୍ୟ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ଓ ନାଗରିକତା ସଂଶୋଧନ ଆଇନ ସପକ୍ଷରେ ଭାଷଣବାଜୀକୁ କଂଗ୍ରେସ ଦଳ ତୀବ୍ର ବିରୋଧ କରିବା ସହ ତାଙ୍କର ଇସ୍ତଫା ଦାବୀ କରି କୁଶ ପୁତ୍ତଳିକା ଦାହ କରିଛି ।

ଏହି କାର୍ଯ୍ୟକ୍ରମରେ ଯାଜପୁର ବିଧାନସଭା କଂଗ୍ରେସ ପ୍ରାର୍ଥୀ ସନ୍ତୋଷ କୁମାର ନନ୍ଦ, କାର୍ଯ୍ୟକାରୀ ସଭାପତି ବିଷ୍ଣୁଚରଣ ରାଉତ, ବଳଭଦ୍ର ଦାସ, ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଦିଗମ୍ବର କର, ପୂର୍ବତନ ପୌରାଧ୍ୟକ୍ଷ ଆଲୋକ ବେହେରା, ବରିଷ୍ଠ କଂଗ୍ରେସ ନେତା ପୂର୍ଣ୍ଣଚନ୍ଦ୍ର ଜେନା, ଉପସଭାପତି ଦୁର୍ଯ୍ୟୋଧନ ବେହେରା, ଉପସଭାପତି ବିଭୂତି ମହାପାତ୍ର, ଉପସଭାପତି ରାହାସ ବିହାରୀ ଦାସ, ଆଡ଼ଭୋକେଟ୍ ପ୍ରତିମା କର, ପିସିସ ସମ୍ପାଦକ ଭାସ୍କର ଚନ୍ଦ୍ର ମହାନ୍ତି, ପୂର୍ବତନ ବ୍ଲକ୍ କଂଗ୍ରେସ ସଭାପତି ବିଳାସ ରାଉତରାୟ, ଆଡ଼ଭୋକେଟ୍ ଅବଦୁଲ ସଲିମ, ପୂର୍ବତନ ସରପଞ୍ଚ ଗଦାଧର ଦାସ, ଯୁବ କଂଗ୍ରେସ ସଭାପତି ସନ୍ତୋଷ ବେହେରା, ଅନୀଲ ମହାନ୍ତି, ମହିଳା କଂଗ୍ରେସର କନକଲତା ରାଉତ, ଆଡ଼ଭୋକେଟ୍ ନିତାଇ ଚାନ୍ଦ ମହାନ୍ତି, ଅରଜିତ ନାୟକ, ସେକ୍ ଆଲିମ୍, ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ସଂଗ୍ରାମ ଜେନା, ସାଧାରଣ ସମ୍ପାଦକ ହୃଷିକେଶ ପତି, ବିଜୟ ମହାପାତ୍ର, ବ୍ରଜକିଶୋର ମହାନ୍ତି, ଅକ୍ଷୟ ଶତପଥି, ଆଡ଼ଭୋକେଟ୍ ରାଜୀବ ମହାପାତ୍ର, ସେବା ଦଳର ବିଷ୍ଣୁ ରାୟ ପ୍ରମୁଖ ଉପସ୍ଥିତ ଥିଲେ ଓ ଅମିତ ଶାହଙ୍କ ଇସ୍ତଫା ଦାବୀ କରି ସ୍ଳୋଗାନ ଦେଇଥିଲେ