ସାମାଜିକ ଦୂରତା ନମାନିଲେ ୫୦୦ ଟଙ୍କା ଜୋରିମାନା

ସାମାଜିକ ଦୂରତା ନମାନିଲେ ୫୦୦ ଟଙ୍କା ଜୋରିମାନା

ଓଡିଶା ବଡ ଖବର

#ସାମାଜିକ_ଦୂରତା_ନମାନିଲେ_୫୦୦_ଟଙ୍କା_ଜୋରିମାନା            ଭୁବନେଶ୍ୱର : କରୋନା ସଂକ୍ରମଣ ରୋକିବାକୁ କମିଶନରେଟ୍ ପୋଲିସ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି । କଟକ-ଭୁବନେଶ୍ୱରରେ ଟ୍ୱିନ୍ ସିଟିରେ ସାମାଜିକ ଦୂରତ୍ୱ ରଖି ଦୋକାନ ବଜାର ଅଂଚଳରେ ଭିଡ଼ ନକରିବା ପାଇଁ ଆଉ ଏକ ନୂତନ ଗାଇଡ୍ ଲାଇନ୍ ଜାରି କରାଯାଇଛି । ଏଣିକି ସର୍ବ ସାଧାରଣ ସ୍ଥାନରେ ପରସ୍ପର ମଧ୍ୟରେ ସାମାଜିକ ଦୁରତ୍ୱ ନରଖିଲେ ୫୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଗଣିବାକୁ ହେବ ବୋଲି ବିଜ୍ଞପ୍ତି ଜାରି ହୋଇଛି । ମେ ୧ ତାରଖ, ଅର୍ଥାତ୍ ଆସନ୍ତାକାଲି ଠାରୁ ଲାଗୁ ହେବ ଏହି ନୂଆ ନିୟମ । ୬୦ ଦିନ ପର୍ଯ୍ୟନ୍ତ ଏହି କଟକଣା ଜାରୀ ରହିବ ବୋଲି କମିଶନରେଟ୍ ପୋଲିସ୍ ପକ୍ଷରୁ କୁହାଯାଇଛି ।

କମିଶନରେଟ୍ ପୋଲିସ୍ ପକ୍ଷରୁ ଜାରୀ କରାଯାଇଥିବା ନୂଆ ନିୟମ ଅନୁଯାୟୀ ଯେ କୌଣସି ଦୁଇଜଣ ବ୍ୟକ୍ତିଙ୍କ ମଧ୍ୟରେ ଦୂରତା ଦୁଇ ମିଟର ବା ୬ ଫୁଟ୍ ରହିବା ଆବଶ୍ୟକ,
ସବୁ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନର ମାଲିକ ନିଜ ପରିସର ମଧ୍ୟରେ ସାମାଜିକ ଦୁରତ୍ୱକୁ ଗୁରୁତ୍ୱ ଦେବେ,ଟ୍ୱିନସିଟିର ପୌରାଂଚଳ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ଦୋକାନ ଖୋଲିବା ମନା, ଅନୁମତି ନମଳିଥିବା ଦୋକାନ ଖୋଲିବା ଉପରେ କଡ଼ା କଟକଣା, ଗ୍ରାହକମାନେ ଦୋକାନରୁ କିଣାକିଣି କଲାବେଳେ ସାମାଜିକ ଦୂରତ୍ୱ ପାଳନ କରିବେ। କୌଣସି ଗ୍ରାହକ ଏହାର ଉଲ୍ଲଂଘନ କଲେ ଜରିମାନା ଦେବେ, ଯଦି ଦୋକାନ ବା ବାଣିଜ୍ୟିକ ପ୍ରତିଷ୍ଠାନର ମାଲିକଙ୍କ କଥା ମାନି ଗ୍ରାହକମାନେ ସାମାଜିକ ଦୂରତ୍ୱ ନରଖନ୍ତି ତେବେ ସେମାନେ ପୋଲିସଙ୍କୁ ୧୦୦ ନମ୍ବରରେ ଜଣାଇପାରିବେ ,ସାମାଜିକ ଦୂରତ୍ୱ ଭାଙ୍ଗୁଥିବା ଗ୍ରାହକମାନଙ୍କୁ ଦୋକାନି ବୁଝାଇବେ।ସବୁ ଦୋକାନି ଓ ବାଣିଜ୍ୟିକ ପ୍ରତିଷ୍ଠାନର ମାଲିକ ଏବଂ କର୍ମ·ରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ।ମାସ୍କ ପିନ୍ଧି ନଥିବା ଗ୍ରାହକଙ୍କୁ ଦୋକାନ ମନା,ଦୋକାନ ପରିସରରେ ଥିଲେ ବି ଗ୍ରାହକଙ୍କୁ ମୁହଁରୁ ମାସ୍କ ଖୋଲିବା ମନା। ସବୁ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ହାତ ଧୋଇବା ପାଇଁ ସାନିଟାଇଜରର ବ୍ୟବସ୍ଥା କରିବେ । କୌଣସି ବ୍ୟକ୍ତି ବଜାର ଅସଙ୍ଖଳରେ ଗୁଟୁଖା, ପାନ ଇତ୍ୟାଦି ପାଟିରେ ରଖି ଯିବେ ନାହିଁ ଏବଂ ବାହାରେ ଛେପ ପକାଇବେ ନାହିଁ। ଶୁକ୍ରବାର ଠାରୁ ଏହି ନୂଆ ନିୟମ କାର୍ଯ୍ୟକାରୀ ହେବ ।