E-ଶିକ୍ଷା ମାଧ୍ୟମରେ ଚାଲିଛି ଶିକ୍ଷାଦାନ ପ୍ରକ୍ରିୟା

E-ଶିକ୍ଷା ମାଧ୍ୟମରେ ଚାଲିଛି ଶିକ୍ଷାଦାନ ପ୍ରକ୍ରିୟା

ଓଡିଶା ଜିଲ୍ଲା ରାୟଗଡା

#E-ଶିକ୍ଷା_ମାଧ୍ୟମରେ_ଚାଲିଛି_ଶିକ୍ଷାଦାନ_ପ୍ରକ୍ରିୟା            ରାୟଗଡା  :   ( ଗୁରୁ ପ୍ରସାଦ ସାହୁ ) ଶିକ୍ଷା ବର୍ଷର ପ୍ରାରମ୍ଭ ରେ ବିଦ୍ୟାର୍ଥିମାନଙ୍କ ପାଇଁ ଶିକ୍ଷା ଆହରଣ ଓ ଶିକ୍ଷକ ଓ ଶିକ୍ଷକଙ୍କ ଶିକ୍ଷା ଦାନ ପାଇଁ ବଡ ପ୍ରତିବନ୍ଧକ ସାଜିଛି କରୋନା । କରୋନାର ପ୍ରତିଷେଧକ ପନ୍ଥା କେବଳ ଏକ ମାତ୍ର ଲକ ଡାଉନ । ଘରେ ରହିବା ସହ ସ୍ଵଛତା ଅବଲମ୍ବନ କଲେ ହିଁ କରୋନା ର ମୁକାବିଲା କରିପାରିବ। ସେହି ଦୃଷ୍ଟିରୁ ସାରା ଭାରତ ଆଜି ଲକ ଡାଉନ । ଏହି ଲକ ଡ଼ାଉନ ରେ ସବୁକିଛି ବନ୍ଦ ,ସ୍କୁଲ କଲେଜ ମଧ୍ୟ ବନ୍ଦ। ଏପରି ଘଡିସନ୍ଧି ମୁହୂର୍ତ୍ତରେ  ରାୟଗଡା ସହର ସ୍ଥିତ ଯୁପିଟର ଇଣ୍ଟର ନେସନାଲ ସ୍କୁଲ ନିଜ ବିଦ୍ୟାର୍ଥୀ ମାନଙ୍କ ପାଇଁ  ଶିକ୍ଷା ଦାନ ପାଇଁ  E-ଶିକ୍ଷାଦାନ ପ୍ରକ୍ରିୟା କୁ ଗୁରୁତ୍ତ୍ବ ପ୍ରଦାନ କରୁଛି।ପ୍ରଥମ ଶ୍ରେଣୀ ରୁ ସପ୍ତମ ଶ୍ରେଣୀ ର ଛାତ୍ର ଛାତ୍ରୀ ଙ୍କୁ ହ୍ବଟ୍ସଆପ ମାଧ୍ୟମରେ ଶିକ୍ଷା ଦାନ କରିବା ସହ ହୋମ ୱାର୍କ ଦେବା ସହ ପରଦିନ କାର୍ଯ୍ୟର ଯାଂଚ କରି ବିଦ୍ୟାର୍ଥୀ ଙ୍କ ଭୁଲ ଓ ଠିକ କୁ ତଦାରଖ କରୁଛନ୍ତି। ସେପରି ଉପରସ୍ତ ଶିକ୍ଷାର୍ଥୀ ମାନଙ୍କୁ E-ଶିକ୍ଷାଦାନ ,ଇଣ୍ଟରନେଟ ମାଧ୍ୟମରେ ଶିକ୍ଷା ଦାନ କରି ଶିକ୍ଷାର୍ଥୀ ଙ୍କ ମୁଲ୍ୟବାନ ସମୟକୁ ସଦୁପଯୋଗ କରିବା ପାଇଁ ଯୁପିଟର ଇଣ୍ଟର ନେସନାଲ ସ୍କୁଲ ର ପରିଚାଳକ ଓ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଭୂମିକା ଅପଣାଇଛନ୍ତି। ଏହି ସ୍କୁଲ ର ମୁଖ୍ୟ ତଥା ପରିଚାଳକ  ଗୋବିନ୍ଦ ରଥ ଙ୍କ କହିଛନ୍ତି ଯେ,  କରୋନା ଭଳି ପରିସ୍ଥିତିରେ ମଧ୍ୟ ବିଦ୍ୟାର୍ଥିମାନଙ୍କ ଶିକ୍ଷାଦାନରେ କୌଣସି ପ୍ରତିବନ୍ଧକ ଆସିବକୁ ଦିଆଯିବ ନାହିଁ ।