ଦୁଇ ପ୍ରତିନିଧିଙ୍କୁ କୋଭିଡ-୧୯ ଯୋଦ୍ଧା ରୂପେ ମାନ ପତ୍ର ପ୍ରଦାନ

ଦୁଇ ପ୍ରତିନିଧିଙ୍କୁ କୋଭିଡ-୧୯ ଯୋଦ୍ଧା ରୂପେ ମାନ ପତ୍ର ପ୍ରଦାନ

ଓଡିଶା ଜିଲ୍ଲା ରାୟଗଡା

#ଦୁଇ_ପ୍ରତିନିଧିଙ୍କୁ_କୋଭିଡ-୧୯_ଯୋଦ୍ଧା_ରୂପେ_ମାନ_ପତ୍ର_ପ୍ରଦାନ                  ରାୟଗଡା :      ରାୟଗଡା ଜିଲ୍ଲାରେ କାର୍ଯ୍ୟରତ ଦୁଇ ଗଣ ମାଧ୍ୟମ ପ୍ରତିନିଧି  ଗୁରୁ ପ୍ରସାଦ ସାହୁ, ‘ସମ୍ବାଦ କଳିକା’ ଓ ଶିବ ପ୍ରସାଦ ପାଢ଼ୀ ‘ଓଡିଶା ସୂଚନା’  କୋରୋନା ପରି ଭୟଙ୍କର ପରିସ୍ଥିତି ରେ ମଧ୍ୟ ନିଜ ଜୀବନକୁ ବାଜି ଲଗାଇ ଲଗାତର ଦୀର୍ଘ ୨ ମାସରୁ ଉର୍ଦ୍ଧ୍ବ କରୋନା ସମ୍ବନ୍ଧୀୟ ସଚେତନତା ର ଖବର ନିଜ ପତ୍ରିକା ଓ ସୋସିଆଲ ମିଡ଼ିଆରେ  ପରିବେଷଣ କରି ଆସିଛନ୍ତି। ଜିଲ୍ଲା ପ୍ରଶାସନ ଙ୍କ ସମସ୍ତ ସଚେତନତା ଭିତିକ ଖବର ଜିଲ୍ଲା ବାସୀଙ୍କ ନିକଟରେ ପହଞ୍ଚାଇ ବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ମୁଖ୍ୟ ଚିକିତ୍ସାଳୟ ଠାରୁ ଆରମ୍ଭ କରି କୋଭିଡ ହସ୍ପିଟାଲ, ମାସ୍କ ପରିଧାନ, ଦୂରତା ରକ୍ଷା କରିବା, ଓ ଘରେ ରହିବା ନେଇ ବାରମ୍ବାର ଖବର ମାଧ୍ୟମରେ ସଚେତନ କରି  ଆସିଛନ୍ତି। ଏହି ଦୁହିଁଙ୍କ ପରିଶ୍ରମ କୁ ଦୃଷ୍ଟିରେ ରଖି ଭୁବନେଶ୍ୱରର  ଜୀବନ -ଭିନ୍ନ ଏକ ଅନୁଭୂତି ସଂସ୍ଥା ତରଫରୁ ପ୍ରଶଂସା କରିବା ସହ ମାନ ପତ୍ର ପ୍ରଦାନ କରିଛି। ଓଡିଶା ର ବିଭିନ୍ନ ଜିଲ୍ଲାର ବଛା ବଛା କରୋନା ଯୋଦ୍ଧା ଙ୍କୁ ଉକ୍ତ  ସଂସ୍ଥା ଏହି ମାନ ପତ୍ର ପ୍ରଦାନ କରିଛି। ଏହାଦ୍ୱାରା ସେମାନଙ୍କ ମନୋବଳ ଆହୁରି ଦୃଢ଼ୀଭୂତ ହେବ ବୋଲି ଜିଲ୍ଲା ବାସୀ ପ୍ରକାଶ କରିବା ସହ ଉକ୍ତ ସଂସ୍ଥା କୁ ସାଧୁବାଦ ଜଣାଇଛନ୍ତି।