ଟ୍ରମ୍ପଙ୍କ ମଧ୍ୟସ୍ଥି ନିଶା କେବଳ ଚୀନକୁ ଘେରିବାକୁ ଉଦ୍ୟମ

ଟ୍ରମ୍ପଙ୍କ ମଧ୍ୟସ୍ଥି ନିଶା କେବଳ ଚୀନକୁ ଘେରିବାକୁ ଉଦ୍ୟମ

ଦେଶ -ବିଦେଶ ବଡ ଖବର

#ଟ୍ରମ୍ପଙ୍କ_ମଧ୍ୟସ୍ଥି_ନିଶା_କେବଳ_ଚୀନକୁ_ଘେରିବାକୁ_ଉଦ୍ୟମ        ନୂଆଦିଲ୍ଲୀ  : ଭାରତ ଓ ଚୀନ ମଧ୍ୟରେ ଦେଖାଦେଇଥିବା ସୀମାବିବାଦକୁ ନେଇ ମଧ୍ୟସ୍ଥତା କରିବା ନିମନ୍ତେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯେଉଁ ଇଚ୍ଛାପ୍ରକଟ କରିଛନ୍ତି ତାହା ନିଶ୍ଚିତ ଅପ୍ରତ୍ୟାଶିତ । କିନ୍ତୁ ତାଙ୍କର ସ୍ୱଭାବକୁ ଦେଖିଲେ ଏନେଇ କୌଣସି ଅଶ୍ଚର୍ଯ୍ୟ ହେବାର ନାହିଁ । ଏହା ପୂର୍ବରୁ ମଧ୍ୟ ଟ୍ରମ୍ପ କଶ୍ମୀରକୁ ନେଇ ବାରମ୍ବାର ମଧ୍ୟସ୍ଥତା କରିବା ନିମନ୍ତେ ପ୍ରସ୍ତାବ ଦେଇ ଆସିଛନ୍ତି । ଭାରତର ସ୍ପଷ୍ଟ ଅଗ୍ରାହ୍ୟ ପରେ ସେ ତାଙ୍କ ସ୍ୱର ବଦଳାଇଛନ୍ତି ଏବଂ ଏହା ପରେ କହିବା ଆରମ୍ଭ କରିଛନ୍ତି ଯେ, ଯଦି ଦୁଇ ଦେଶ ଚାହିଁବେ ତାହେଲେ ମଧ୍ୟସ୍ଥତା ସମ୍ଭବ । ଚୀନ ସହିତ ସୀମା ବିବାଦ ଉପରେ ମଧ୍ୟସ୍ଥତା ନେଇ ତାଙ୍କର ପ୍ରସ୍ତାବ ସମ୍ପର୍କରେ ଭାରତର ପ୍ରତିକ୍ରିୟା ଯାହାବି ହେଉନା କାହିଁ ଏହା ଉପରେ ସୁନିଶ୍ଚିତ କୁହାଯାଇ ପାରିବ ଯେ, ଚୀନ ପ୍ରଶାସନ ଏହାକୁ କେବେହେଲେ ସ୍ୱୀକାର କରିବ ନାହିଁ କାରଣ ଏହା ପଛରେ ପର୍ଯ୍ୟାପ୍ତ କାରଣ ରହିଛି ।

ଆମେରିକାର ରାଷ୍ଟ୍ରପତି ମଧ୍ୟସ୍ଥତା ପାଇଁ ପ୍ରସ୍ତାବ ଦେଇ ଚୀନକୁ ଏକ ନୂଆ ଉପାୟରେ ଘେରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହାଛଡା ସେ ବିଶ୍ୱ ସମୁଦାୟକୁ ଦେଖାଇ ଦେବାକୁ ·ହୁଁଛନ୍ତି ଯେ, ଚୀନ ଉପରେ ଲଗାମ ଲଗାଇବା ନିହାତି ଜରୁରୀ । ଉତ୍ତମ ହେବ ସେ ମଧ୍ୟସ୍ଥତା କରିବା ନିମନ୍ତେ ପ୍ରସ୍ତାବ ଦେବା ବଦଳରେ ଯଦି ଚୀନକୁ ସିଧାସଳଖ ଦୁଇ ପଦ କହିଥାନ୍ତେ ତାହେଲେ ଭଲ ହୋଇଥାନ୍ତା । କାରଣ ଚୀନ ଭାରତ ସହିତ ତାର ଅନ୍ୟ ପଡୋଶୀ ରାଷ୍ଟ୍ରକୁ ମଧ୍ୟ ସମସ୍ୟାରେ ପକାଉଛି । ଏଭଳି ଏକ ସମୟରେ ଯେତେବେଳେ ଚୀନରୁ ଆରମ୍ଭ ହୋଇଥିବା କରୋନା ଭାଇରସର ପ୍ରସାର ସମଗ୍ର ବିଶ୍ୱରେ ପ୍ରସାରିତ ହେବାରେ ଲାଗିଛି ସେତେବେଳେ ସେ ବିଶ୍ୱ ସମୁଦାୟକୁ କ୍ଷମା ପ୍ରାର୍ଥନା କରିବା ପରିବର୍ତ୍ତେ ପଡୋଶୀ ରାଷ୍ଟ୍ରମାନଙ୍କୁ ବିଭିନ୍ନ ଉପାୟରେ ଅଡୁଆରେ ପକାଉଛି । ଏହା ବ୍ୟତୀତ ହଂକଂରେ ମନଇଚ୍ଛା ପଦକ୍ଷେପ ଗ୍ରହଣ କରିଚାଲିଛି । ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ, ଚୀନର ନେତୃତ୍ୱ ବିଶ୍ୱରେ ଶାନ୍ତି ଓ ସୁରକ୍ଷା ପାଇଁ ଗମ୍ଭୀର ବିପଦ ସୃଷ୍ଟି କରୁଛନ୍ତି । ଚୀନ କେବେ ଦକ୍ଷିଣ ଚୀନ ସାଗରରେ ନିଜର ପ୍ରଭୁତ୍ୱ ଜାହିର କରିବା ନିମନ୍ତେ ଅଯଥା ଉଦ୍ୟମ କରୁଛିି ତ ଆଉ କେତେବେଳେ ତାଇୱାନକୁ ଧମକ ଦେଉଛି । କେବଳ ଏତିକି ନୁହେଁ ସେ ବିଶ୍ୱର ସବୁଠାରୁ ଦାୟିତ୍ୱହୀନ ରାଷ୍ଟ୍ର ପାକିସ୍ତାନ ଓ ଉତ୍ତରକୋରିଆକୁ ଅନୁଚିତ ସହାୟତା ପ୍ରଦାନ କରିବାରେ କୌଣସି ସୁଯୋଗକୁ ମଧ୍ୟ ହାତଛଡା କରୁନାହିଁ ।

ଏହା ସ୍ପଷ୍ଟ ଯେ, ସେ ଭାରତର ସୀମାରେ ଏଥିପାଇଁ ସମସ୍ୟା ସୃଷ୍ଟି କରୁଛି ଯାହା ଫଳରେ କି ସମଗ୍ର ବିଶ୍ୱର ଧ୍ୟାନ ଏଥିପ୍ରତି କେନ୍ଦ୍ରିତ ହେବ ଏବଂ ସମଗ୍ର ବିଶ୍ୱ ସମୁଦାୟ ଯେପରି ଚିନ୍ତା କରିପାରିବେ ନାହିଁ ଯେ, କରୋନା ଭାଇରସ୍ କୌଣସି ଜଙ୍ଗଲି ଜନ୍ତୁ ଠାରୁ ଆସିଛି ନା ଉହାନର ଜୈବିକ ପ୍ରୟୋଗଶାଳାରୁ ଆସିଛି ? ସେ ଏହି ପ୍ରୟୋଗଶାଳା ସମ୍ପର୍କରେ ସମସ୍ତ ସୂଚନା ଦେବା ପରିବର୍ତ୍ତେ କରୋନା ଭାଇରସ୍ ଭଳି ଆହୁରି କେତେକ ଭାଇରସ୍ ପ୍ରସାର କରିବାର ଆଶଙ୍କା ସୃଷ୍ଟି ହେଉଛି । ଏହା ଉତ୍ତମ ହେବ ଯେ, ଆମେରିକା ଚୀନର ଦାୟିତ୍ୱହୀନ ଭାବେ ବିଭିନ୍ନ ସମସ୍ୟା ସୃଷ୍ଟି କରିବା ନେଇ ଉଦ୍ୟମକୁ ସଚେତନ କରାଉ । ଏହା ଛଡା ଚୀନକୁ ମଧ୍ୟ ତାର ଦାୟିତ୍ୱହୀନତା ପାଇଁ କାଠଗଡାରେ ଛିଡା କରାଉ । ଅବଶ୍ୟ ଏ ଦିଗରେ ଆମେରିକା କେତେକ ପଦକ୍ଷେପ ଗ୍ରହଣ କରିଛି । କିନ୍ତୁ ତାକୁ ସେତେବେଳେ ସଫଳତା ମିଳିବ ଯେତେବେଳେ ସେ ଚୀନ ଉପରେ ଅସନ୍ତୁଷ୍ଟ ବିଶ୍ୱ ସମୁଦାୟକୁ ମଧ୍ୟ ନିଜ ସହିତ ସାମିଲ କରିବ । ଉଚିତ ହେବ ଯେ, ଆମେରିକାର ରାଷ୍ଟ୍ରପତି ଭାରତ ସହିତ ଛିଡା ହେବା ପାଇଁ ମଧ୍ୟସ୍ଥତାର ପ୍ରସ୍ତାବ ଦେବା ପରିବର୍ତ୍ତେ ଚୀନକୁ ସ୍ପଷ୍ଟ ରୂପେ କୁହନ୍ତୁ ସେ ପଡୋଶୀ ରାଷ୍ଟ୍ରକୁ ଅଯଥା ହଇରାଣ କରିବା ଉଦ୍ୟମ ନକରୁ ।