ହେଲ୍ପ ଏଜ ଓଡ଼ିଆ ତରଫରୁ କରୋନା ଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧିତ

ହେଲ୍ପ ଏଜ ଓଡ଼ିଆ ତରଫରୁ କରୋନା ଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧିତ

ଓଡିଶା ଗଞ୍ଜାମ ଜିଲ୍ଲା
#ହେଲ୍ପ_ଏଜ_ଓଡ଼ିଆ_ତରଫରୁ_କରୋନା_ଯୋଦ୍ଧା_ମାନଙ୍କୁ_ସମ୍ବର୍ଦ୍ଧିତ              ରମ୍ଭା   : କରୋନାର ମୁକାବିଲା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ହେଉ କିମ୍ବା ବ୍ୟକ୍ତିଗତ ଭାବେ ସମସ୍ତେ ନିଜ ନିଜ କ୍ଷମତା ଅନୁଯାୟୀ ସହଯୋଗର ହାତ ବଢାଇଛନ୍ତି। ଏହାରି ଭିତରେ ଭୂବନେଶ୍ୱର ସ୍ଥିତ ଓଡ଼ିଶାର ଏକ ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ହେଲ୍ପ ଏଜ ଓଡ଼ିଆ ମଧ୍ୟ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ତାର ସହଯୋଗର କାର୍ଯ୍ୟକ୍ରମ ଚାଲୁରଖିଛି।ଯେପରିକି ରନ୍ଧା ଖାଦ୍ୟ ବଣ୍ଟନ, ଶୁଖିଲା ଖାଦ୍ୟ ବଣ୍ଟନ, ସାବୁନ, ସାନିଟାଇଜର ଓ ମାସ୍କ ବଣ୍ଟନ ସହିତ ସଚେତନ କାର୍ଯ୍ୟକ୍ରମ ଅନବରତ ଚାଲୁ ରହିଛି। ଆଗଧାଡିର କରୋନା ଯୋଦ୍ଧା ଭାବରେ ଡାକ୍ତର, ପୋଲିସ, ସଫେଇ କର୍ମଚାରୀ, ସ୍ବାସ୍ଥ୍ୟ କର୍ମୀ, ଗଣମାଧ୍ୟମ ପ୍ରତିନିଧି, ସ୍ବେଚ୍ଛାସେବୀ ପ୍ରଭୃତିଙ୍କୁ ବିଭିନ୍ନ ଅନୁଷ୍ଠାନ ତରଫରୁ ସମ୍ନାନୀତ କରାଯାଉଥିବା ବେଳେ ହେଲ୍ପ ଏଜ ଓଡ଼ିଆ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆଗଧାଡିର କରୋନା ଯୋଦ୍ଧା ମାନଙ୍କୁ ଉଚିତ ସମ୍ନାନ ଦେବାରେ ଦୁଇ ପାଦ ଆଗରେ ରହିଛି। ଏହି ପରିପ୍ରେକ୍ଷିରେ ଆଜି ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟାଳୟ ପରିସରରେ ଏକ ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।\
ଏଥିରେ ଚିଲିକା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ କୁମାର  ଜଗଦେବ ମୂଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ, ମୂଖ୍ୟବକ୍ତା ଭାବେ ଜ୍ଞାନାନନ୍ଦ ସାଗର ଯୋଗଦେଇଥିଲେ। ସମ୍ନାନୀତ ଅତିଥି ଭାବେ ଏସଡିପିଓ ସୁରେଶ କୁମାର ଦାସ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀଣୀ ସ୍ବେତପଦ୍ମା ଦାସ ଯୋଗ ଦେଇଥିଲେ ଏବଂ ଅନ୍ୟ ତମ ଅତିଥି ଭାବରେ ବାଲୁଗାଁ ଥାନା ଅଧିକାରୀ ରମାକାନ୍ତ ମହାଲିକ ମଞ୍ଚାସୀନ ଥିଲେ। କରୋନା ଯୋଦ୍ଧା ଭାବରେ ସେବା ଯୋଗାଇ ଆସୁଥିବା ବାଣପୁରର ସ୍ବେଚ୍ଛାସେବୀ ମିଟୁ ନାୟକ, ସିଡିଏର ମନୋରଞ୍ଜନ ମିଶ୍ର, ବେଗୁନିଆର ବିଶ୍ବ ଦୀପ ପ୍ରଧାନ, ପଦ୍ମ ଚରଣ ସାହୁ, ଲିଙ୍କୁନ ପ୍ରଧାନ, ସୁରେନ୍ଦ୍ର ପଲେଇ,ଯୁବନେତା ବିପ୍ଳବୀ ରବି ଶଙ୍କର ସାହୁ, ସରୋଜ କୁମାର ମହାନ୍ତି, ଡାକ୍ତର ଶୃଜନୀ ପ୍ରଜ୍ଞା ଦାସ, ସାମ୍ବାଦିକ ଦିବ୍ୟ କାନ୍ତ ବେହେରା, ଅନୀଲ ପାଇକରା,ଅଜିତ ସାହୁ ଓ  ନିଳାଞ୍ଚଳ ସେନାପତି ସମେତ ଚାଳିଶ ଜଣଙ୍କୁ ଅତିଥି ମାନେ ମାନପତ୍ର ଓ ପୁଷ୍ପ ଗୁଛ ଦେଇ ସମ୍ନାନୀତ କରିଥିଲେ। ଅନୁଷ୍ଠାନ ତରଫରୁ ଅତିଥି ମାନଙ୍କୁ ଔପଢୋକଣ, ପୁଷ୍ପ ଗୁଛ ଓ ମାନପତ୍ର ଦେଇ ସ୍ବାଗତ ଓ ସମ୍ବର୍ଦ୍ଧନା କରାଯାଇଥିଲା। ଅନୁଷ୍ଠାନର ସଭାପତି ରବିନ୍ଦ୍ର ସାହୁ, ଉପସଭାପତି ପଦ୍ମ ଚରଣ ସାହୁ, ଉପଦେଷ୍ଟା ଅଶୋକ କୁମାର ତ୍ରିପାଠୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ  ଦୂରଦର୍ଶନର ଶ୍ରୀକାନ୍ତ କୁମାର ମଞ୍ଚ ସଂଯୋଜନା କରିଥିଲେ।ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ।