କରୋନା ଭାଇରସ୍ ଆତଙ୍କ ସଚେତନତା ଅଭିଯାନ ପାଇଁ ଜିଲ୍ଲାସ୍ତରୀୟ କମିଟି ଗଠନ

ଅଣସଂକ୍ରାମକ ରୋଗ ସ୍କିନିଂ ପାଇଁ ତିନିଦିନିଆ କର୍ମଶାଳା

ଓଡିଶା କେନ୍ଦ୍ରାପଡା ଜିଲ୍ଲା ରାଜ୍ୟ

#ଅଣସଂକ୍ରାମକ_ରୋଗ_ସ୍କିନିଂ_ପାଇଁ_କର୍ମଶାଳା   କେନ୍ଦ୍ରାପଡା : ଅଣସଂକ୍ରାମକ ରୋଗୀମାନଙ୍କୁ ଚିହ୍ନଟ କରାଯାଇ ଆବଶ୍ୟକୀୟ ତଥ୍ୟ ସଂଗ୍ରହ ସହ ଚିକିତ୍ସା ପରାମର୍ଶ ଦେବାପାଇଁ ସ୍କ୍ରିନିଂ କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ଏ ନେଇ ତିନିଦିନିଆ କର୍ମଶାଳା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଡାକ୍ତର ସଚ୍ଚିଦାନନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ଡା. ମିର୍ଜାବାବର ବେଗ, ଡା. ଆଦିତ୍ୟ ନାରାୟଣ ପ୍ରଧାନଙ୍କ ସମେତ ସ୍ୱାସ୍ଥ୍ୟକର୍ମୀ, ଏଏନ୍ଏମ୍ ଷ୍ଟାଫ୍ ପ୍ରମୁଖ କର୍ମଶାଳାରେ ଯୋଗଦେଇଥିଲେ । ଜିଲ୍ଲାରେ ମୋଟ୍ ୪୬ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ୧୦ଟି ପ୍ରମୁଖ ସ୍ୱାସ୍ଥ୍ୟ ସେଂଟର ମାନଙ୍କରେ ପ୍ରତି ମଙ୍ଗଳବାର, ଗୁରୁବାର ଓ ଶୁକ୍ରବାର ଏହି ଅଣସଂକ୍ରାମକ ରୋଗ ଯଥା ରକ୍ତଚାପ, କର୍କଟ ଓ ମଧୁମେହ ରୋଗରେ ପିଡିତ ରୋଗୀମାନଙ୍କୁ ଚିହ୍ନଟ କରାଯାଇ ସ୍କିନିଂ କରାଯିବ । ଏ ସମ୍ବନ୍ଧରେ ବିଶେଷ ପଦ୍ଧତି ସଂପର୍କରେ କର୍ମଶାଳାରେ ଆଲୋଚନା କରାଯାଇଥିଲା ।