ସଡ଼କ ଦୁର୍ଘଟଣା : ଆନ୍ଧ୍ରରେ ୫ ଓଡ଼ିଆ ତୀର୍ଥଯାତ୍ରୀ ମୃତ

ଓଡିଶା ବଡ ଖବର ରାଜ୍ୟ

ବ୍ରହ୍ମପୁର : ଆନ୍ଧ୍ରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ଓଡ଼ିଆ ତୀର୍ଥଯାତ୍ରୀ ମୃତ୍ୟୁବରଣ କରିଥିବା ଜଣାପଡିଛି ।ସୀମାଞ୍ଚଳମରେ ଭଗବାନ ବରାହ ନରସିଂହଙ୍କ ଦର୍ଶନ ସାରି ସେଠାରୁ ବ୍ରହ୍ମପୁର ଫେରୁଥିବା ବେଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣାଯାଇଛି।

ଘଟଣାରୁ ପ୍ରକାଶଯେ, ଆନ୍ଧ୍ରପ୍ରଦେଶର ମଞ୍ଜୁଷା ନିକଟରେ ଏହି  ସଡ଼କ ଦୁର୍ଘଟଣା ଘଟିଛି। ଆନ୍ଧ୍ର ପୁଲିସର ସୂଚନା ଅନୁଯାୟୀ ଶୁକ୍ରବାର ଓଡ଼ିଶାର ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଅଞ୍ଚଳର ୬ଜଣ ବ୍ୟକ୍ତି କାର୍ ଯୋଗେ ସୀମାଞ୍ଚଳମ୍ ଯାଇଥିଲେ। ସେଠାରୁ ସେମାନେ ନିଜ ନିଜ ଘରକୁ ଫେରୁଥିବା ବେଳେ ଆନ୍ଧ୍ର ପ୍ରଦେଶର ମଞ୍ଜୁଷା ନିକଟରେ ସେମାନଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହାଫଳରେ ଘଟଣାସ୍ଥଳରେ ହିଁ ୫ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି  ସଡ଼କ ଦୁର୍ଘଟଣାରେ ଜଣେ ଗୁରୁତର ଥିବା ଜଣାଯାଇଛି। ତେବେ କିଭଳି ଏହି ଦୁର୍ଘଟଣା ଘଟିଥିଲା ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।