କୃପାଜଳରେ ହେବ ଜିଲ୍ଲା ପ୍ରବାସୀ ଫେରନ୍ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା

କୃପାଜଳରେ ହେବ ଜିଲ୍ଲା ପ୍ରବାସୀ ଫେରନ୍ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା

ଓଡିଶା ଜିଲ୍ଲା ପୁରୀ

#କୃପାଜଳରେ_ହେବ_ଜିଲ୍ଲା_ପ୍ରବାସୀ_ଓଡିଆଙ୍କ_ସ୍ୱାସ୍ଥ୍ୟ_ପରୀକ୍ଷା          ପିପିଲି : ( ବିଜୟ କୁମାର ମହାପାତ୍ର )  ରାଜ୍ୟ ଓ ରାଜ୍ୟ ବାହାରୁ ଫେରୁଥିବା ପ୍ରବାସୀ ଓଡିଆଙ୍କ ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ଏକ ସ୍ୱାସ୍ଥ୍ୟ କେନ୍ଦ୍ର ପିପିଲି ଥାନା ଅଧିନସ୍ଥ କୃପାଜଳ ଇଞ୍ଜିନିୟରିଂ କଲେଜ ପରିସରରେ ଖୋଲାଯିବ ।  ଏନେଇ ଜିଲ୍ଲାପାଳ ପୁରୀ ବଳବନ୍ତ ସିଂହଙ୍କ ନେତୃତ୍ୱରରେ ପୁରୀ ଏସପି ଉମାଶଙ୍କର ଦାସ,ଅତିରିକ୍ତ ଏସପି ଅରୁଣ କୁମାର ଜେନା ,ଉପଜିଲ୍ଲାପାଳ ପୁରୀ ଭବ ତରଣ ସାହୁ ,ଏସଡିପିଓ ପିପିଲି ଦେବଦତ୍ତ ବରାଳ,ତହସିଲଦାର ପିପିଲି ସପନ କୁମାର ନନ୍ଦ,ବିଡିଓ ଗୈାରବ ମୟ ପ୍ରଧାନ,ଥାନା ଅଧିକାରୀ ଶରତ କୁମାର ସାହୁ  ପ୍ରମୁଖ କୃପାଜଳ ଇଞ୍ଜିନିୟରିଂ କଲେଜ ପରିସରରେ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଜଣାଯାଏ ବିଭିନ୍ନ ରାଜ୍ୟରୁ ଫେରୁଥିବା ପୁରୀ ଜିଲ୍ଲାର ପ୍ରବାସୀଙ୍କୁ କୃପାଜଳ ଇଞ୍ଜିନିୟରିଂ କଲେଜ ଠାରେ ପ୍ରଥମେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ପ୍ରତି ପଂଚାୟତ କୁ ପଠାଯିବ । ଯାହାର ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ କୋରନା ସଂକ୍ରମିତ ଲକ୍ଷଣ ଦେଖାଯିବ ସେହି ରୋଗୀ ମାନଙ୍କୁ  କୋଭିଡ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯିବ ବୋଲି ଜଣାପଡିଛି । ଏହି ସ୍ୱାସ୍ଥ୍ୟକେନ୍ଦ୍ରରୁ ପ୍ରତି ପଂଚାୟତରେ ଖୋଲାଯାଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୪ ଦିନ ପାଇଁ ସେମାନଙ୍କୁ ରଖାଯିବା ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଥିବା ସହ ସେଠାରେ ସରକାରଙ୍କ ନିୟମ ମୁତାବକ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ଜଣାପଡିଛି ।