ସ୍ୱାମୀ ସୁଧାନନ୍ଦ ସରସ୍ବତୀ ବିରୋଧ ରେ ଏତଲା

ସ୍ୱାମୀ ସୁଧାନନ୍ଦ ସରସ୍ବତୀ ବିରୋଧ ରେ ଏତଲା

ଓଡିଶା ଜିଲ୍ଲା ଯାଜପୁର
#ସ୍ୱାମୀ_ସୁଧାନନ୍ଦ_ସରସ୍ବତୀ_ବିରୋଧରେ_ଏତଲା          ଯାଜପୁର   :  ହିନ୍ଦୁ ଦେବାଦେବୀ ଙ୍କ ବାବଦରେ ଅସମ୍ମାନ ସୂଚକ ମନ୍ତବ୍ଯ ଦେବାରୁ ଯାଜପୁର ଟାଉନ୍ ଥାନାରେ ଶ୍ରୀ ଶ୍ରୀ ଅଭିରାମ ଆଶ୍ରିତ ପରିବାର ସଂଘ ଯାଜପୁର ର ସଭାପତି ଅଶୋକ କୁମାର ରାଉତ, ସଂପାଦକ ଆଦିତ୍ଯ କୁମାର ଦାଶ ଓ ସଭ୍ୟ ମାନଙ୍କ ସହ ସ୍ୱାମୀ ସୁଧାନନ୍ଦ ସରସ୍ବତୀ ବିରୋଧ ରେ ଅଭିଯୋଗ କରିବା ସହ ଏତଲା ଦାଏର କରାଯାଇଛି । ଏହି ଅଭିଯୋଗ  ଓ ଏତଲା ଦେବାର କାରଣ ସ୍ୱାମୀ ସୁଧାନନ୍ଦ ସରସ୍ବତୀ ଏକ ଟିଭି ଚ୍ୟାନେଲ ରେ ହିନ୍ଦୁ ଦେବାଦେବୀ ଙ୍କୁ ଅଶ୍ଲୀଳ ଭାଷା ପ୍ରୟୋଗ କରିବା ସହିତ ଖରାପ ମନ୍ତବ୍ଯ ପ୍ରଦାନ କରିବାର ସଂଘ ପକ୍ଷରୁ ଅଭିଯୋଗ ହୋଇଛି । ଏହି ଅଭିଯୋଗ ହେବାର କାରଣ ପ୍ରତ୍ୟେକ ହିନ୍ଦୁ  ଓ ସନାତନ ଧର୍ମ ଭକ୍ତ ମାନଙ୍କ ଭାବାବେଗ ରେ କୁଠାରଘାତ ହୋଇଛି । ଏହି ଘଟଣାର ତଦନ୍ତ କରି ସ୍ୱାମୀ ସୁଧାନନ୍ଦ ସରସ୍ବତୀ ବିରୋଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂଘ ର ଚିନ୍ତାମଣି ରାଉତ, ଅଜୟ ପଣ୍ଡା, ସୁକୁମାର ମହାନ୍ତି ଓ ଜୀବନ ପଣ୍ଡା ପ୍ରମୁଖ ଦାବି କରିଛନ୍ତି ।