ସମସ୍ୟା ଘେରରେ ଗୋପାଳଗଣ୍ଡା କ୍ଷୁଦ୍ର ଜଳସେଚନ, ଚାଷୀ ଙ୍କ କଥା ବୁଝିବ କିଏ?

ସମସ୍ୟା ଘେରରେ ଗୋପାଳଗଣ୍ଡା କ୍ଷୁଦ୍ର ଜଳସେଚନ, ଚାଷୀ ଙ୍କ କଥା ବୁଝିବ କିଏ?

ଓଡିଶା ଗଞ୍ଜାମ ଜିଲ୍ଲା

#ଚାଷୀଙ୍କ_କଥା_ବୁଝିବ_କିଏ           ଦିଗପହଣ୍ଡି : ଗଞ୍ଜାମ ଗଜପତି ଜିଲ୍ଲା ସୀମାନ୍ତରେ ଥିବା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଟି .ଗୋବିନ୍ଦପୁର ପଞ୍ଚାୟତର ଦଶେଇପୁର ବୁରେଇପାହାଡ଼ ଗ୍ରାମ ସ୍ଥିତ ଗୋପାଳଗଣ୍ଡା କ୍ଷଦ୍ର ଜଳସେଚନ ଯୋଜନା ନାନା ସମସ୍ୟା ଦେଇ ଗତି କରୁଛି । କେନାଳ ଗୁଡିକ ମାଟି ଓ ଘାସରେ ପୋତି ଭାଙ୍ଗିରୁଜା ଯାଉଥିବା ବେଳେ ଜଳସେଚନ ହେଉନଥିବା ହେତୁ ଚାଷୀମାନେ ଜଳସେଚନରୁ ବଞ୍ଚିତ ରହୁଥିବା ଅଭିଯୋଗ ହେଉଛି । ୧୯୮୬ ଅକ୍ମୋବର ୫ରେ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ୬,୩୦,୧୪୦୦

ଟଙ୍କା ବ୍ୟୟରେ ଗୋପାଳଗଣ୍ଡା ଡ୍ୟାମ ନିର୍ମାଣ ପାଇଁ ଭିଭିପ୍ରସ୍ତର ସ୍ଥାପନ କରିଥିଲେ । ଜଳଭଣ୍ଡାର ଜଳଧାରଣ କ୍ଷମତା ୩୧.୮୫୮ ଵର୍ଗ କିଲୋମିଟର ରହୁଥିବା ବେଳେ ଲମ୍ବା ୭୬୨ ମିଟର ଉଚ୍ଚତା  ୨୦.୬୦ ମିଟର ରହିଛି । ଏହା ସହ ଉତ୍ତର ପାଶ୍ୱର୍ରେ ଏକ କେନାଳ ନିର୍ମାଣ କରାଯାଇଛି ତଳମୁଣ୍ଡରେ ଥିବା ପୋଡମାରୀ , ରାଜନାପଲ୍ମୀ , ରାଜପୁର , ନରେନ୍ଦ୍ରପୁର , ବୁଗୁଡା , ପଟ୍ଟିଗୁଡା , ସୁନ୍ଦରପୁର , ଧର୍ମପୁର ଆଦି ପ୍ରାୟ ୨୫ରୁ ଉଦ୍ଧୃ ଗ୍ରାମର ଚାଷଜମିକୁ ଜଳସେଚନ ଉଦ୍ଦେଶ୍ୟ ରଖି ନିର୍ମାଣ କରାଯାଇଛି ।
ଉକ୍ତ କେନାଳ ବଭମାନ ଘାସ ମାଟିରେ ପୋତି ହୋଇ ରହୁଥିବା ବେଳେ କେନାଳ କାନ୍ଥ ସବୁ ଭାଙ୍ଗି ରୁଜିଗଲାଣି।ଡ୍ୟାମ  ନିର୍ମାଣ ଦିନ ଠାରୁ ନିକଟବର୍ତ୍ତୀ ବୁରେଇପାହାଡ , ଦଶେଇପୁର , ନୂଆଗଡ ଆଦି ୫ରୁ ଉଦ୍ଧୃ ଗ୍ରାମାର ଚାଷୀ ଜଳସେଚନ ରୁ ବଞ୍ଚିତ ରହୁଛନ୍ତି । ଏହି କାରଣରୁ ବୁରେଇପାହାଡ ଗ୍ରାମରେ ମେଡି ବଡରଇତ ଫଗୁଣ ବଡରଇତ ବଣ୍ଡାଶବର ଡମ୍ଭୁରୁ ଶବର ବଙ୍କୁଲୁ ଶବର ଦୟା ଶବର , ସାଇଁତା ଶବର ପ୍ରମୁଖ ଆନ୍ଦୋଳନ ଚେତାବନୀ ଦେଇଛନ୍ତି  । ୨୦୧୩ – ୧୪ ଓ ୧୪ – ୧୫ ଆଥିର୍କ ବିର୍ଷରେ ବିଭାଗ ପକ୍ଷରୁ କେନାଳ ମରାମତି ଓ ପୁନରୁଦ୍ଧାର ଓ ଅନ୍ୟାନ୍ୟ କାୟା ପାଇଁ ସମୁଦାୟ ୮୦ ଲକ୍ଷ ଟଙ୍କା ଅନୁମୋଦନ କରାଯାଇଥିଲା ।  କିନ୍ତୁ ସେଭଳି ଆଖିଦୃଶିଆ କାର୍ଯ୍ୟ କରାଯାଇ ନାହିଁ । ଏହାର ଭିଜିଲାନ୍ସ ତଦନ୍ତର ଆବଶ୍ୟକତା ରହିଛି , ଚାଷୀ ଜଳସେଚନରୁ ବଞ୍ଚିତ ହେଉଛନ୍ତି ବୋଲି ଭାଜପା ରାଜ୍ୟ ପରିଷଦ ସଭ୍ୟ ମନୋଜ କୁମାର ପଣ୍ଡା କହିଛନ୍ତି । ଗୋପାଳଗଣ୍ଡି ଷୁଦ୍ର ଜଳସେଚନ ବିଭାଗ ଦାୟିତ୍ୱରେ ଥିବା ପୋଡମାରୀ ଷୁଦ୍ର ଜଳସେଚନ ବିଭାଗର କନିଷ୍ଠ ଯନ୍ନୀ  ନୃସିଂହ ଦାସ କହିଛନ୍ତି ଯେ ବଭମାନ ବିଭାଗ ପଷରୁ ର୧୮ଲକ୍ଷ ଟଙ୍କା ବ୍ୟଯରେ କେନାଲର ପୁନରୁଦ୍ଧାର ଓ ମରାମତି କାର୍ଯ୍ୟ ହେବକୁ ଯାଉଛି । ଖୁବ ଶୀଘ୍ର ଚାଷୀ ଉପକୃତ ହେବେ । ସେହିପରି ରାଜ୍ୟ ସରକାର ନିକଟକୁ ୧କୋଟି ୮୫ ଲକ୍ଷ ଟଙ୍କାର ଏକ ଡିପିଆର ପ୍ରଦାନ କରାଯାଇଛି ।ତାହା ଅନୁମୋଦନ ହେଲେ ଅନ୍ୟାନ୍ୟ ସମସ୍ତ କାର୍ଯ୍ୟ ହେବ ସଙ୍ଗେ ସଙ୍ଗେ  ଅଞ୍ଚଳର ଚାଷୀଙ୍କ ସମସ୍ୟା ଦୂର ହେବ ବୋଲି ସେ କହିଛନ୍ତି ।