ସଂକଟରେ ପ୍ରସିଦ୍ଧ ପିପିଲି ଚାନ୍ଦୁଆ

ସଂକଟରେ ପ୍ରସିଦ୍ଧ ପିପିଲି ଚାନ୍ଦୁଆ

ଓଡିଶା ଜିଲ୍ଲା ପୁରୀ ରାଜ୍ୟ
#ସଂକଟରେ_ପ୍ରସିଦ୍ଧ_ପିପିଲି_ଚାନ୍ଦୁଆ       ପିପିଲି : ( ବିଜୟ କୁମାର ମହାପାତ୍ର ) ବିଶ୍ୱ ମହାମାରୀ କରୋନା ଏବେ କାୟା ବିସ୍ତାର କରିଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାର ଜନଜୀବନ ସୁରକ୍ଷା ପାଇଁ ଲକ ଡାଉନ ଘୋଷଣା କରିଛନ୍ତି । ଏହି ଲକ ଡାଉନ ରେ ପ୍ରଭାବିତ ହୋଇଛି  ପ୍ରସିଦ୍ଧ ପିପିଲି ଚାନ୍ଦୁଆ । ସାରା ବିଶ୍ୱରେ ଏହି ସଂକ୍ରମଣ ବେଳକୁ ବେଳ କାୟା ବିସ୍ତାର କରୁଥିବା ବେଳେ ଏହାର ପ୍ରଭାବରେ ସାଧାରଣ ମଣିଷର ଜୀବନ ଜୀବିକା ପ୍ରଭାବିତ ହୋଉଛି ।
ଚାନ୍ଦୁଆ ଶିଳ୍ପ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ ଲାଭ କରିଥିବା ପିପିଲି ଚାନ୍ଦୁଆ ଏବେ କରୋନା ସଂକ୍ରମଣ ପ୍ରଭାବରେ ବେପାରୀ ଠାରୁ କାରିଗର ପର୍ଯ୍ୟନ୍ତ ସମସ୍ତେ ନାହିଁ ନଥିବା ହଇରାଣ ହେଉଛନ୍ତି । କିଛି ଦିନ ହେବ ଯାଇଥିବା ଫନୀ ବାତ୍ୟା ଦାଉରୁ ନିଜ ଜୀବିକାକୁ ଟିକେ ସମ୍ଭାଳି ଅଣ୍ଟା ସଳଖ କରି ଠିଆହେବା ବେଳେ  ଏବେ ବେଡି ଉପରେ କରୋନା ମାଡ ହୋଇ ବହୁ ସମସ୍ୟାରେ ପକାଇଛି । ସରକାର ଙ୍କ ଫନୀ ସହାୟତାରୁ ଆଜି ପର୍ଯ୍ୟନ୍ତ କିଛି ବ୍ଯକ୍ତି ବଂଚିତ ଥିବା ବେଳେ ଏବେ କରୋନା ଅହୁରି ସମସ୍ୟା ସୃଷ୍ଟି କରିଛି । ପିପିଲି ଅଂଚଳର ଶତାଧିକ ବ୍ୟବସାୟୀ ଏହି ବ୍ୟବସାୟକୁ ନିର୍ଭର କରି ଜୀବିକା କରନ୍ତି । ଏଠାକୁ ଆଖ ପାଖରୁ ବିଭିନ୍ନ ଅଂଚଳରୁ ୨୦କିଲୋମିଟର ଦୁରତା ମଧ୍ୟରେ ଥିବା ବହୁ ଗ୍ରାମାଞ୍ଚଳର ହଜାର ହଜାର କାରିଗରମାନେ ଚାନ୍ଦୁଆ କାରୁ କାର୍ଯ୍ଯ ପାଇଁ ଆସିଥାନ୍ତି । ଲକ ଡାଉନ ସମସ୍ୟା ଏବେ ମୁଣ୍ଡ ବିନ୍ଧାର କାରଣ ପାଲିଟାଛି। ତେବେ କାରିଗର ମାନେ ଚାନ୍ଦୁଆ କାମ କଲେ  ସେମାନଙ୍କ ପରିବାର ପ୍ରତିପୋଷଣ କରନ୍ତି ।
ବର୍ତ୍ତମାନ କରୋନା ଏମାନଙ୍କ ପାଇଁ ଆର୍ଥିକ ବିପତି ଛିଡା କରିଛି । ସେପଟେ ପିପିଲି ବଜାରକୁ ପ୍ରବେଶ ପାଇଁ ଗତ ମାର୍ଚ୍ଚ ୧୫ତାରିଖ ଠାରୁ ପର୍ଯ୍ୟଟକ ମାନଙ୍କୁ ବାରଣ କରାଯାଇଛି । ସରକାର ପକ୍ଷରୁ ଲକଡାଉନ ଘୋଷଣାଠାରୁ ଆଜି ପର୍ଯ୍ୟନ୍ତ ଚାନ୍ଦୁଆ ଦୋକାନ , ଚାନ୍ଦୁଆ କାମ ବନ୍ଦ ହୋଇଛି । ରାଜ୍ୟ ସରକାର ଏପଟେ ଲକଡାଉନ ଅବଧି କୁ ମାର୍ଚ୍ଚ ୩ତାରିଖକୁ ବଢାଇଛନ୍ତି । କାମଧନ୍ଦା ବନ୍ଦକୁ  ସାଙ୍ଗକୁ ଘରେ ବସି ସଂଚିତ ଅର୍ଥ ଶେଷ ହୋଇ ଏବେ ବହୁ ସମସ୍ୟାରେ ପଡୁଛନ୍ତି ବୋଲି କାରିଗର ମାନେ କହୁଛନ୍ତି । ସେପଟେ ଚାନ୍ଦୁଆ ବ୍ୟବସାୟୀ କହିଛନ୍ତି ମାର୍ଚ୍ଚ ୩ତାରିଖରେ ଲକଡାଉନ ଖୋଲିଲେ ଚାନ୍ଦୁଆ ଦୋକାନ ଖୋଲିବ କିନ୍ତୁ ଲକ୍ ଡାଉନ ଉଠିବା ପରେ ପର୍ଯ୍ୟଟକ ମାନେ ପିପିଲିକୁ ଆସିବାରେ ଆହୁରି ୩ମାସ ବିଳମ୍ବ ହେତୁ ନିକଟରେ ଚାନ୍ଦୁଆ ବ୍ୟବସାୟରେ ସୁଧାର ଆସି ପାରିପାଇବ ନାହିଁ ବୋଲି କହିଛନ୍ତି । ଏମିତି ସ୍ଥିତିରେ ରାଜ୍ୟ ସରକାର ଚାନ୍ଦୁଆ କାରିଗର ଓ ବ୍ୟବସାୟୀଙ୍କ ସ୍ୱାର୍ଥ ପ୍ରତି ସ୍ବତନ୍ତ୍ର ଧ୍ୟାନ ରଖି ସହାୟତା ପ୍ରଦାନ କରିବା ପାଇଁ ପିପିଲି ଆପ୍ଲିକ୍ୟୁ କ୍ଲଷ୍ଟର ମହାସଂଘ  ସଂପାଦକ ରମେଶ ଚନ୍ଦ୍ର ମହାପାତ୍ର ଦାବୀ କରିଛନ୍ତି   ।