ରାଜ୍ୟର ସବୁଠୁ ଉତପ୍ତ ସହର ଭୁବନେଶ୍ବର, ତାପମାତ୍ରାରେ ୪୧.୫ ଡିଗ୍ରୀ

ରାଜ୍ୟର ସବୁଠୁ ଉତପ୍ତ ସହର ଭୁବନେଶ୍ବର, ତାପମାତ୍ରାରେ ୪୧.୫ ଡିଗ୍ରୀ

ଓଡିଶା ବଡ ଖବର ମହାନଗର

#ରାଜ୍ୟର_ସବୁଠୁ_ଉତପ୍ତ_ସହର_ଭୁବନେଶ୍ବର      ଭୁବନେଶ୍ୱର  : ସାରା ରାଜ୍ୟରେ ତାପମାତ୍ରା ବଢିବାରେ ଲାଗିଛି । ସୋମବାର ୧୨ ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ସବୁଠାରୁ ଉତପ୍ତ ସହର ରହିଥିଲା ରାଜଧାନୀ ଭୁବନେଶ୍ୱର ଓ ଟିଟିଲାଗଡ । ଉଭୟ ସହରର ତାପମାତ୍ରା ୪୧.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଅନ୍ୟ ୧୨ ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଥିଲା । ଚାନ୍ଦବାଲି ୪୦.୭, କଟକ ୪୦.୧, ଅନୁଗୋଳ ୪୦.୭, ବାରିପଦା ୪୧, ତାଳଚେର ୪୦.୫, ବଲାଙ୍ଗୀର ୪୧.୨, ନୟାଗଡ଼ରେ ୪୦.୦ ଡିଗ୍ରୀ, ବୌଦ୍ଧରେ ୪୦.୫ ଡିଗ୍ରୀ, ପାରଳାଖେମୁଣ୍ଡିରେ ୪୦.୦ ଡିଗ୍ରୀ ଓ ମାଲକାନଗିରି ୪୦.୨ ଡିଗ୍ରୀ ରହିଥିଲା ।

ସେହିପରି ବାଲେଶ୍ୱରରେ ୩୬.୬ ଡିଗ୍ରୀ, ପାରାଦୀପରେ ୩୧.୮ ଡିଗ୍ରୀ, ଗୋପାଳପୁରେ ୩୨.୦ ଡିଗ୍ରୀ, ପୁରୀରେ ୩୨. ୮ ଡିଗ୍ରୀ, ଝାରସୁଗୁଡ଼ାରେ ୩୯.୪ ଡିଗ୍ରୀ, କେନ୍ଦୁଝରରେ ୩୭.୮ ଡିଗ୍ରୀ, ସମ୍ୱଲପୁରରେ ୩୯.୩ ଡିଗ୍ରୀ, ହୀରାକୁଦରେ ୩୮.୭ ଡିଗ୍ରୀ, ଭବାନୀପାଟଣାରେ ୩୯.୫ ଡିଗ୍ରୀ, କୋରାପୁଟରେ ୩୫.୦ ଡିଗ୍ରୀ, ସୋନପୁରରେରେ ୩୯.୪ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୩୫.୦ ଡିଗ୍ରୀ, ଛତ୍ରପୁରରେ ୩୪.୪ ଡିଗ୍ରୀ ଓ ରାୟଗଡ଼ାରେ ୩୬.୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ମଙ୍ଗଳବାର ମଧ୍ୟ ଏହି ସ୍ଥିତି ରହିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯଇଛି ।