ସୁନ୍ଦରପଦା ଓ ଯଦୁପୁରରୁ ଉଠିଲା କଣ୍ଟେନମେଣ୍ଟ ଜୋନ୍

ସୁନ୍ଦରପଦା ଓ ଯଦୁପୁରରୁ ଉଠିଲା କଣ୍ଟେନମେଣ୍ଟ ଜୋନ୍

ଓଡିଶା ବଡ ଖବର ମହାନଗର

#ସୁନ୍ଦରପଦା_ଓ_ଯଦୁପୁରରୁ_ଉଠିଲା_କଣ୍ଟେନମେଣ୍ଟ_ଜୋନ୍        ଭୁବନେଶ୍ୱର  : ଭୁବନେଶ୍ୱରର ଦୁଇଟି ଅଞ୍ଚଳରୁ କଣ୍ଟେନମେଣ୍ଟ ଜୋନ୍ ପ୍ରତ୍ୟାହାର କରାଯାଇଛି । ଏହି ଦୁଇଟି ଅଞ୍ଚଳ ହେଲା ସୁନ୍ଦରପଦା ଓ ଯଦୁପୁର-ବେଗୁନିଆ । ତେବେ କଣ୍ଟେନମେଣ୍ଟ ଉଠିବାପରେ ୭ ଦିନ ପର୍ଯ୍ୟନ୍ତ ଘରକୁ ଘର ସର୍ଭେ ଜାରୀ ରହିବ । କୌଣସି କେସ୍ ଆସିଲେ ନମୂନା ସଂଗ୍ରହ କରାଯିବ ବୋଲି ବିଏମସି କମିଶନର ପ୍ରେମ୍ ଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି ।

କରୋନା ସଂକ୍ରମଣ ରୋକିବା ପାଇଁ ଭୁବନେଶ୍ୱରର ସୁନ୍ଦରପଦା ଓ ଯଦୁପୁର -ବେଗୁନିଆ ସମେତ ୫ ଟଇ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଥିଲା । ସୁନ୍ଦରପଦା ଓ ଯଦୁପୁରରେ କଣ୍ଟେନମେଣ୍ଟ ଜୋନ୍ ପ୍ରତ୍ୟାହାର ପୂର୍ବରୁ ଉକ୍ତ ଅଞ୍ଚଳରେ ୪ ରାଉଣ୍ଡ ଘରକୁ ଘର ସର୍ଭେ କରାଯାଇଛି । ଯେଉଁମାନଙ୍କର କୌଣସି ଟ୍ରାଭେଲ୍ ହିଷ୍ଟ୍ରି ଥିଲା ବା କିଛି ଲକ୍ଷଣ ଥିଲା ସେ ସମସ୍ତଙ୍କର ଟେଷ୍ଟ କରାଯାଇଛି । ଟେଷ୍ଟ ରିପୋର୍ଟକୁ ଆଧାର କରି ସମ୍ପୃକ୍ତ ଅଞ୍ଚଳରୁ କଟାକଣା ଉଠାଇବାକୁ ନିଷ୍ପତି ହୋଇଛି । କଟକଣା ଯୋଗୁଁ ସମ୍ପୃକ୍ତ ଅଞ୍ଚଳର ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ତେବେ ଏହା ଜରୁରୀ ଥିଲା । ପ୍ରଶାସନକୁ ସହଯୋଗ କରିଥିବାରୁ ଶ୍ରୀ ଚୌଧୁରୀ ସ୍ଥାନୀୟ ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।