ବାଲେଶ୍ୱର ଜିଲ୍ଲାରୁ ପୁଣି ଦୁଇ କରୋନା ପଜିଟିଭ୍ ଚିହ୍ନଟ

ରାଜ୍ୟରେ ପ୍ରଥମଥର ପାଇଁ ଦୁଇ ଶିଶୁ କନ୍ୟା କରୋନା ସଂକ୍ରମିତ

ଓଡିଶା ବଡ ଖବର ମହାନଗର

#ଦୁଇ_ଶିଶୁ_କନ୍ୟା_କରୋନା_ସଂକ୍ରମିତ         ଭୁବନେଶ୍ୱର : ଓଡ଼ିଶାରେ ପ୍ରଥମ ଥର ପାଇଁ ଦୁଇ ଜଣ ଶିଶୁ କନ୍ୟା ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି। ଜଣଙ୍କର ବୟସ ୯ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣଙ୍କର ୫ ବର୍ଷ। ଏମାନେ ‘କରୋନା’ରେ ମୃତ୍ୟୁ ହୋଇଥିବା ୭୨ ବର୍ଷୀୟ ବ୍ୟକ୍ତିଙ୍କ ସମ୍ପର୍କୀୟ ବୋଲି ଜଣାପଡ଼ିଛି। ସେମାନଙ୍କ ଘର ଭୁବନେଶ୍ୱର ଝାରପଡ଼ାର ୪୨ ନମ୍ବର ଓ୍ବାର୍ଡରେ। ସେହିପରି ଝାରପଡ଼ା ଅଞ୍ଚଳରେ ଜଣେ ୩୭ ବର୍ଷୀୟ ମହିଳା ମଧ୍ୟ ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି। ଏବେ ସେମାନଙ୍କୁ କିମ୍‌ସ ଆଇସୋଲେସନ୍‌ରେ ରଖାଯାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସ୍ପଷ୍ଟ କରିଛି।

ନିଶ୍ୱାସ   ନେବାରେ ଅସୁବିଧା ହେବାରୁ ୭୨ ବର୍ଷୀୟ ବ୍ୟକ୍ତିଙ୍କୁ ଏପ୍ରିଲ ୪ ତାରିଖରେ ପରିବାର ଲୋକ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ତାଙ୍କର ରକ୍ତ ଓ ସ୍ୱାବ୍‌ ଟେଷ୍ଟ କରାଯାଇଥିଲା। ରିପୋର୍ଟରେ ତାଙ୍କୁ ‘କରୋନା’ ହୋଇଥିବା ସ୍ପଷ୍ଟ ହୋଇଥିଲା। ଏମ୍ସ କର୍ତ୍ତୃପକ୍ଷ ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରାଇଥିଲା। ତା’ପରେ ସ୍ୱାସ୍ଥ୍ୟ ବିଭାଗ ପୁଣି ଥରେ ଆର୍‌ଏମ୍‌ଆରସିରେ ତାଙ୍କର ରକ୍ତ ଓ ସ୍ୱାବ୍‌ ଟେଷ୍ଟ କରିଥିଲା। ରିପୋର୍ଟରେ ତାଙ୍କୁ ‘କରୋନା’ ହୋଇଥିବା ସ୍ପଷ୍ଟ କରିଥିଲା। ଏହା ପରେ ସ୍ୱାସ୍ଥ୍ୟ ବିଭାଗ ମୃତକଙ୍କ ସମ୍ପର୍କୀୟଙ୍କୁ ଆଣି କ୍ୱାରେଣ୍ଟାଇନ୍‌ରେ ରଖିଥିଲା। ତେବେ ଗତକାଲି ଆସିଥିବା ରିପୋର୍ଟରେ ମୃତକଙ୍କ ସମ୍ପର୍କୀୟ ଦୁଇ ଶିଶୁ ଓ ଜଣେ ୩୭ ବର୍ଷୀୟ ମହିଳା ‘କରୋନା’ରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।