ଚୀନରେ ଏକା ସମୟରେ ହଜାର ଲୋକଙ୍କୁ ପୋଡ଼ି ଦିଆଯାଉଥିବା ସଂଦେହ !

ଦେଶ -ବିଦେଶ ବଡ ଖବର

ନୂଆଦିଲ୍ଲୀ : ଚୀନରେ କରୋନା ଭାଇରସ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିଚାଲିଛି । ଚୀନ ସରକାରଙ୍କ ତଥ୍ୟ ଅନୁସାରେ ଏହା ୯୦୮ରେ ପହଞ୍ଚିଲାଣି । ତେବେ ବିଶେଷଜ୍ଞଙ୍କ ମତରେ ଚୀନ ସରକାର ପ୍ରକୃତ ତଥ୍ୟ ଲୁଚାଉଛନ୍ତି । ପ୍ରକୃତରେ ହଜାର ହଜାର ସଂଖ୍ୟାରେ ଲୋକ ମୃତ୍ୟୁବରଣ କରିସାରିଲେଣି ।

କିଛିଦିନ ତଳେ ଏହି ମୃତ୍ୟୁସଂଖ୍ୟା ୨୫ ହଜାର ବୋଲି ଚାଇଓ୍ଵାନର ଏକ ଗଣମାଧ୍ୟମ କହିଥିଲା । କିନ୍ତୁ ଚୀନ ଏହାକୁ ଖଣ୍ଡନ କରିଥିଲା । ତେବେ ଚୀନର ସ୍ଥିତି ସଂପର୍କରେ ଆଉ ଏକ ବଡ଼ ପ୍ରମାଣ ହାତରେ ଲାଗିଛି । ଏହି ପ୍ରମାଣରୁ ଅନୁମାନ କରାଯାଉଛି ଯେ ଚୀନରେ ହଜାର ବଜାର ଲୋକଙ୍କୁ ଏକା ସମୟରେ ପୋଡ଼ିଦିଆଯାଉଛି ।

ସାଟେଲାଇଟ ଚିତ୍ରରୁ ଜଣାପଡ଼ିଛି ଯେ ଚୀନର ଉହାନ ସହରରେ ହଠାତ ସଲଫର ଡାଇରକ୍ସାଇଡ୍‌ ନିର୍ଗମନ ପ୍ରାୟ ୨୧ ଗୁଣ ବଢିଯାଇଛି । ଉହାନର ବାୟୁମଣ୍ଡଳରେ ସ୍ୱାଭାବିକ ଭାବେ ରହୁଥିବା ସଲଫର ଡାଇରକ୍ସାଇଡର ମାତ୍ରା ୮୦ ୟୁନିଟ(ug/m^3 )ରହୁଥିବାବେଳେ ଏବେ ତାହା ହଠାତ ୧୭୦୦ ୟୁନିଟକୁ ବଢିଯାଇଛି ।

ବାୟୁମଣ୍ଡଳରେ ହଠାତ ସଲଫର ଡାଇଅକ୍ସାଇନ ବଢିଯିବା କୌଣସି ଜୈବପଦାର୍ଥ (ଯେପରିକି ପଶୁ, ମଣିଷ)ବିପୁଳ ପରିମାଣରେ ଜଳାଇବା ଦ୍ୱାରା ହୋଇଥାଇପାରେ ବୋଲି ବିଶେଷଜ୍ଞମାନେ କହୁଛନ୍ତି । ଚୀନରେ ଏତେ ସଂଖ୍ୟାରେ ପଶୁମରିଥିବା ସୂଚନା ମିଳିନାହିଁ, ଏଣୁ ଏହା ସମ୍ଭବତଃ ମୃତଶରୀର ପୋଡ଼ିବା ଯୋଗୁଁ ହୋଇଥାଇପାରେ ବୋଲି ପରିବେଶବିତ ଡଃ ଜର୍ଜ ଇମାନୁଏଲ କହିଛନ୍ତି । ଯେତିକି ପରିମାଣରେ ସଲଫର ଡାଇରକ୍ସାଇଡ ଗ୍ୟାସ ନିର୍ଗତ ହୋଇଛି ତାହା ଅତିକମରେ ୧୪ ହଜାର ଲୋକଙ୍କୁ ପୋଡ଼ିଲେ ନିର୍ଗତ ହେବ ବୋଲି ସେ କହିଛନ୍ତି ।