୪୦୦ ଜିଲ୍ଲାରେ କରୋନା ପ୍ରବେଶ କରିପାରିନାହିଁ

୪୦୦ ଜିଲ୍ଲାରେ କରୋନା ପ୍ରବେଶ କରିପାରିନାହିଁ

ଦେଶ -ବିଦେଶ ବଡ ଖବର

#୪୦୦_ଜିଲ୍ଲାରେ_କରୋନା_ପ୍ରବେଶ_କରିପାରିନାହିଁ            ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ ସ୍ଥିତି ସଂପର୍କରେ କେତେକ ସକାରାତ୍ମକ ତଥ୍ୟ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନ । ସେ କହିଛନ୍ତି ଯେ ଦେଶରେ ଏବେ ବି ୪୦୦ ଟି ଜିଲ୍ଲାରେ ଜଣେ ବି କରୋନା ସଂକ୍ରମିତ ନାହାନ୍ତି । ତେବେ ଆସନ୍ତା ୨-୩ ସପ୍ତାହ ଦେଶ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଭାରତ ବିଶ୍ୱର କେତୋଟି ପ୍ରଥମ ଦେଶ ଭାବେ କରୋନା ଭାଇରସ ମୁକାବିଲା ପାଇଁ ଆଗଭର ହୋଇଥିଲା । ଚୀନରେ କରୋନା ଭାଇରସ ଚିହ୍ନଟ ହେବାର କିଛିଦିନ ମଧ୍ୟରେ ହିଁ ଭାରତ ସତର୍କତାମୂଳକ ପଦକ୍ଷେପ ନେବା ଆରମ୍ଭ କରିଥିଲା । ଜାନୁଆରି ୧୭ରୁ ହିଁ ଦେଶରେ ସ୍ୱାସ୍ଥ୍ୟ ପରାମର୍ଶଜାରି କରାଯାଇଥିଲା ଓ ଏୟାରପୋର୍ଟରେ ସ୍କ୍ରିନିଂ ଆରମ୍ଭ ହୋଇଥିଲା ବୋଲି ସେ କହିଛନ୍ତି ।

ଭାରତର ମୋଟ କରୋନା ସଂକ୍ରମିତ ସଂଖ୍ୟା ୧୧,୯୩୩ରେ ପହଞ୍ଚିଛି । ଏହା ମଧ୍ୟରୁ ସଂକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୦୧୯୭ ଥିବାବେଳେ ମୃତ୍ୟୁସଂଖ୍ୟା ୩୯୨ ଓ ଆରୋଗ୍ୟ ସଂଖ୍ୟା ୧୩୪୩ ବୋଲି ସରକାରୀ ତଥ୍ୟରୁ ଜଣାପଡ଼ିଛି । ଦେଶରେ ଏବେ ୧୭୦ଟି ଜିଲ୍ଲା ହଟସ୍ପଟ ଓ ୨୬୦ ଟି ଜିଲ୍ଲା ସମ୍ଭାବ୍ୟ ହଟସ୍ପଟ ଭାବେ ଚିହ୍ନଟ କରାଯାଇଛି ।