ଶୁକ୍ରବାର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଭିଡିଓ ବାର୍ତ୍ତା ଜାରି କରିବେ ପ୍ରଧାନମନ୍ତ୍ରୀ

ଶୁକ୍ରବାର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଭିଡିଓ ବାର୍ତ୍ତା ଜାରି କରିବେ ପ୍ରଧାନମନ୍ତ୍ରୀ

ଦେଶ -ବିଦେଶ ବଡ ଖବର

#ଶୁକ୍ରବାର_ଦେଶବାସୀଙ୍କ_ଉଦ୍ଦେଶ୍ୟରେ_ଭିଡିଓ_ବାର୍ତ୍ତା_ଜାରି_କରିବେ_ପ୍ରଧାନମନ୍ତ୍ରୀ       ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ସକାଳ ୯ଟା ବେଳେ ଏକ ଭିଡିଓ ବାର୍ତ୍ତା ଜାରି କରିବେ । ପ୍ରଧାନମନ୍ତ୍ରୀ ଟ୍ୱିଟ କରି ଏ ସଂପର୍କରେ ଘୋଷଣା କରିଛନ୍ତି । ଦେଶରେ କରୋନା ସ୍ଥିତି ଦିନକୁ ଦିନ ଜଟିଳ ହେଉଥିବାବେଳେ ସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିଛନ୍ତି ପ୍ରଧାନମନ୍ତ୍ରୀ  । ଗୁରୁବାରଦିନ ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ  ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ । ଏହା ପରେ ମୋଦୀଙ୍କ ଭିଡିଓ ବାର୍ତ୍ତା ସଂପର୍କିତ ଘୋଷଣା ସୂଚାଉଛି ଯେ ସେ କୌଣସି ବଡ଼ ଘୋଷଣା କରିପାରନ୍ତି ।ଦେଶବାସୀଙ୍କୁ ମୋଦୀ ଏହି ଭିଡିଓ ବାର୍ତ୍ତା ମାଧ୍ୟମରେ କଣ କହୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିବ ।