ଯାତ୍ରୀବାହୀ ବସକୁ ୬ଲକ୍ଷ ୭୨ହଜାର ଟଙ୍କାର ଜରିମାନା

ଯାତ୍ରୀବାହୀ ବସକୁ ୬ଲକ୍ଷ ୭୨ହଜାର ଟଙ୍କାର ଜରିମାନା

ଓଡିଶା ଜିଲ୍ଲା ବଡ ଖବର ବୌଦ୍ଧ

#ଯାତ୍ରୀବାହୀ_ବସକୁ_୬ଲକ୍ଷ_୭୨_ହଜାର_ଟଙ୍କାର_ଜରିମାନା     ବୌଦ୍ଧ : ୫ଟି ଟ୍ରାଫିକ୍‌ ନିୟମ ଭାଙ୍ଗିଥିବା ଏକ ଯାତ୍ରୀବାହୀ ବସ୍‌କୁ ହୋଇଛି ୬ ଲକ୍ଷ ୭୨ ହଜାର ୪୪୫ ଟଙ୍କାର ଫାଇନ୍‌ । ଏହା ଶୁଣିଲେ ଯେ କେହି ଚକିତ ହୋଇଯିବ। ମାତ୍ର ବୌଦ୍ଧ ଜିଲ୍ଲା ଆରଟିଓ ଆଜି ଧରପଗଡ଼ କରୁଥିବା ବେଳେ ଏକ ଯାତ୍ରୀବାହୀ ବସ୍‌କୁ ଏହି ମୋଟା ଅଙ୍କର ଜରିମାନା କରିବା ସହ ଗାଡ଼ିଟିକୁ ଜବତ କରିଛି।

ବୌଦ୍ଧ ଆରଟିଓଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ‘ମିନାର’ ବସ୍‌ ୫ଟି  ଟ୍ରାଫିକ୍‌ ନିୟମ ଉଲ୍ଲଘଂନ କରିଛି।  ବିନା ରେଜିଷ୍ଟ୍ରେସନରେ ଗାଡ଼ି ଚଳାଚଳ ପାଇଁ ୫ ହଜାର ଟଙ୍କାର ଫାଇନ୍‌  ପଡ଼ିଥିବା ବେଳେ ପରମିଟ ନଥାଇ ଗାଡ଼ି ଚାଲୁଥିବାରୁ ୧୦ ହଜାର ଫାଇନ୍, ବୀମା ନଥିବାରୁ ୨ ହଜାର ଓ ସାଧାରଣ ଅପରାଧ ପାଇଁ ପଡ଼ିଛି ୫୦୦ ଟଙ୍କା ଫାଇନ୍। ଏହାବ୍ୟତୀତ  ଏହି ବସ୍‌ର ଓଡ଼ିଶା ମୋଟର ଭେଇକିଲ ବକେୟା ଟିକସ ୬, ୫୪, ୯୪୫ଟଙ୍କା ରହିଛି।ବୌଦ୍ଧ RTO ଚାଲାଣ କାଟି ବସ୍‌ଟିକୁ ଜବତ କରିଛନ୍ତି । ଯାତ୍ରୀବାହୀ ବସ୍‌ଟିର ମାଲିକ ଭୁବନେଶ୍ୱରର ରହୁଥିବା ସୂଚନା ମିଳିଛି।